Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିପି ରାଧାକ୍ରିଷ୍ଣନଙ୍କୁ ଆଶାଠାରୁ ଅଧିକ ୨୫ଟି ଭୋଟ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ସିପି ରାଧାକ୍ରିଷ୍ଣନଙ୍କୁ ଆଶାଠାରୁ ଅଧିକ ୨୫ଟି ଭୋଟ

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଜନତାଙ୍କ ସମର୍ଥନ ମିଳୁଥିବା ବେଳେ ସାଂସଦମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କ ବିପୁଳ ବିଜୟ ପରେ ଛୁଟୁଛି ଶୁଭେଚ୍ଛାର ସୁଅ । NDA ପ୍ରାର୍ଥୀଙ୍କୁ ମିଳିଛି ୪୫୨ ସାଂସଦଙ୍କ ସମର୍ଥନ । ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ଓ ଘୃଣ୍ୟ ରାଜନୀତିର କଡ଼ା ଜବାବ ଦେଇଛନ୍ତି ବିଭିନ୍ନ ଦଳର ସାଂସଦ । ବିଜେପି କହିଲା- ମୋଦି ସରକାରଙ୍କ ପଦକ୍ଷେପକୁ ମିଳୁଛି ସାଂସଦଙ୍କ ସମର୍ଥନ । ସିପି ରାଧାକ୍ରିଷ୍ଣନଙ୍କୁ ଆଶାଠାରୁ ୨୫ଟି ଅଧିକ ଭୋଟ ମିଳିଲା । ରାହୁଲଙ୍କୁ ଶିକ୍ଷା ଦେବାକୁ କ୍ରସ ଭୋଟିଂ କଲେ ବିରୋଧୀ ।

ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଇଣ୍ଡିମେଣ୍ଟ ପ୍ରାର୍ଥୀ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡିଙ୍କ ସପକ୍ଷରେ ଥିଲା ମାତ୍ର ୩ଶହ ସାଂସଦଙ୍କ ଭୋଟ୍ । ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ମତଦାନ କରିଥିବାବେଳେ ୧୫ଟି ଭୋଟ ଅମାନ୍ୟ ହୋଇଛି । ମୋଟ ୯୮.୨୦ ପ୍ରତିଶତ ମତଦାନ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଧକ୍ରିଷ୍ଣନଙ୍କୁ ଆଶାଠାରୁ ୨୫ଟି ଅଧିକ ଭୋଟ ମିଳିଛି । ତାଙ୍କୁ ଏନଡିଏ ସାଂସଦଙ୍କ ସହ କିଛି ବିରୋଧୀ ସାଂସଦଙ୍କ ମଧ୍ୟ ସମର୍ଥନ ମିଳିଛି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ବିପ୍ ନଥିବାରୁ ସାଂସଦମାନେ ବିବେକାନୁମୋଦିତ ଭୋଟ୍ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଜନତାଙ୍କ ସମର୍ଥନ ମିଳୁଥିବା ବେଳେ ସାଂସଦମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଭିନ୍ନ ଫୋରମରେ ଭୋଟ ଚୋରି ଅଭିଯୋଗ ଉଠାଉଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କ ବିପୁଳ ବିଜୟକୁ ନେଇ ରାହୁଲ ଭୋଟ ଚୋରି ଅଭିଯୋଗ ଆଣିବେ କି ବୋଲି ତାତ୍ସଲ୍ୟ କରିଛନ୍ତି ଏନଡିଏ ସାଂସଦ ।


ତେବେ ପ୍ରଶ୍ନ ହେଲା NDA ଖାତାରେ ଏହି ଅଧିକ ଭୋଟ୍ ଆସିଲା କେଉଁଠୁ ? କାହିଁକି କମିଲା ରାହୁଲଙ୍କ ଭୋଟ୍ ? କିଏ କଲେ କ୍ରସ୍ ଭୋଟିଂ । ଏନଡିଏର ଲୋକସଭାରେ ୨୯୩, ରାଜ୍ୟସଭାରେ ୧୩୪ ଜଣଙ୍କ ସହ ମୋଟ୍ ୪୨୭ଜଣଙ୍କ ସମର୍ଥନ ରହିଥିଲା । କିନ୍ତୁ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଭୋଟ ମିଳିଛି । ଅର୍ଥାତ୍ ୨୫ ବିରୋଧୀ ସାଂସଦଙ୍କ ସମର୍ଥନ ତାଙ୍କୁ ମିଳିଛି । ସେହିପିର ଇଣ୍ଡି ମେଣ୍ଟର ଲୋକସଭାରେ ୨୩୪, ରାଜ୍ୟସଭାରେ ୯୧ ଜଣଙ୍କ ସହ ମୋଟ୍ ୩୧୫ ସାଂସଦ ଥିଲେ । କିନ୍ତୁ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡିଙ୍କୁ ମିଳିଲା ୩୦୦ଭୋଟ୍ । ରାହୁଲ ଗାନ୍ଧିଙ୍କ ଘୃଣା ରାଜନୀତିକୁ ତାଙ୍କ ଦଳର ସାଂସଦମାନେ ଗ୍ରହଣ କରିନଥିବା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ।

ଗତକାଲି ସି.ପି. ରାଧାକ୍ରିଷ୍ଣନ ବିପୁଳ ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଜଣାଇଥିଲେ ଶୁଭେଚ୍ଛା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CP Radhakrishnan received 25 votes more than expected. | Argus News