ନବନିର୍ବାଚିତ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ୍

Key Points
ଆସନ୍ତାକାଲି ଶପଥ ନେବେ ରାଧାକ୍ରିଷ୍ଣନ୍
ନବନିର୍ବାଚିତ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ୍
ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ
ଆସନ୍ତାକାଲି ଶପଥ ନେବେ ସିପି ରାଧାକ୍ରିଷ୍ଣନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ କରାଇବେ ଶପଥ ପାଠ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ୍ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍ ପାଇଥିଲେ ।
📱 Get Argus News App
✨ଫଳାଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆସନ୍ତାକାଲି ୧୫ ତମ ଉପ-ରାଷ୍ଟ୍ରପତିଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ୍ ।
ଅଧିକ ପଢ଼ନ୍ତୁ ଭାରତ ଖବର...