ସିପିଆର ଦେଇ ଜୀବନ ବଞ୍ଚାଇଲେ ୬ବର୍ଷ ଶିଶୁର ଜୀବନ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାଠାରେ ଜଣେ ୬ବର୍ଷର ଶିଶୁ ଏକ ବୈଦ୍ୟୁତିକ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହାପରେ ଶିଶୁଟିର ବାପା ତାଙ୍କୁ ଡାକ୍ତରଖାନା ନେବାକୁ ରାସ୍ତାରେ କାନ୍ଦୁଥିବାର ଦେଖାଯାଇଥିଲା। ସେହି ସମୟରେ ସେହି ବାଟ ଦେଇ ଜଣେ ମହିଳା ଡାକ୍ତରଙ୍କ ନଜର ତାଙ୍କ ପିଲା ଉପରେ ପଡ଼ିଥିଲା।
ଡାକ୍ତର ମହିଳା ଜଣକ ସମୟ ନଷ୍ଟ କରି ତୁରନ୍ତୁ ଉକ୍ତ ଶିଶୁ ପାଖରେ ରହିଯାଇଥିଲେ। ବାଳକର ଗମ୍ଭୀର ଅବସ୍ଥାକୁ ହୃଦୟଙ୍ଗମ କରିଥିଲେ।
𝑫𝒐𝒄𝒕𝒐𝒓 𝑷𝒆𝒓𝒇𝒐𝒓𝒎𝒔 𝑪𝑷𝑹 𝒐𝒏 𝒓𝒐𝒂𝒅, 𝒔𝒂𝒗𝒆𝒔 𝒍𝒊𝒇𝒆!
— Sudhakar Udumula (@sudhakarudumula) May 17, 2024
In Vijayawada, a 6-year-old boy faced a life-threatening situation after an accidental electric shock left him unconscious.
A doctor passing by noticed a distressed father carrying his son and immediately… pic.twitter.com/DBlxTxqpNr
ସେହି ରାସ୍ତା କଡ଼ରେ ହିଁ ଶିଶୁକୁ କାର୍ଡିଓପୁଲମୋନରୀ ରିସସିଟେସନ (ସିପିଆର) ଦେବା ଆରମ୍ଭ କରିଥିଲେ। ପାଞ୍ଚ ମିନିଟ ପରେ ପିଲାଟି ପୁଣି ନିଃଶ୍ବାସ ନେବା ଆରମ୍ଭ କରିଥିଲା।
📱 Get Argus News App
✨ପରେ ଉକ୍ତ ପିଲାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ତାଙ୍କୁ ୨୪ ଘଣ୍ଟିଆ ଅବଜରେଭଶନରେ ରଖିବା ପରେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାର ଭିଡିଓ ସାମ୍ବାଦିକ ସୁଧାକର ଉଦମୁଲା ନିଜ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଯାହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ସିପିଆର ମାନେ କାର୍ଡିଓପୁଲମୋନରୀ ରିସାସିଟେସନ ହେଉଛି ଏକପ୍ରକାର ପ୍ରାଥମିକ ଚିକିତ୍ସା। ଏହି ସିପିଆର ସେତେବେଳେ ଦିଆଯାଏ ଯେତେବେଳେ କେହି ପିଡ଼ିତ ବ୍ୟକ୍ତି ନିଃଶ୍ବାସ ନ ନେଇପାରି ବେହୋସ ହୋଇଯାଆନ୍ତି। ସେତେବେଳେ ପ୍ରାଥମିକ ଭାବେ ସିପିଆର ଦେଇ ଜୀବନ ବଞ୍ଚାଯାଏ।
ବିଦ୍ୟୁତ ଆଘାତ, ପାଣିରେ ବୁଡ଼ିଯାଇଥିବା ବ୍ୟକ୍ତି କିମ୍ବା କେହି ଯଦି ନିଃଶ୍ବାସ ନେଇ ପାରନ୍ତି ନାହିଁ। ସେଭଳି କ୍ଷେତ୍ରରେ ସିପିଆର ଦେଇ ଜୀବନ ବଞ୍ଚାଯାଇଥାଏ। ହୃଦଘାତ ହେଲେ ବି ପ୍ରଥମେ ସିପିଆର ଦିଆଯାଇଥାଏ। ଏଭଳି କରିଲେ ହିଁ ବ୍ୟକ୍ତିର ଜୀବନ ବଞ୍ଚିଯାଇଥାଏ।
ଅଧିକ ପଢ଼ନ୍ତୁ ଭାରତ ଖବର