Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇସିସି ବ୍ୟାଟିଂ ରାଙ୍କିଂର ୨୨ତମ ସ୍ଥାନକୁ ଖସିଲେ ବିରାଟ 

Smruti Parija
Browse all articles by Smruti Parija
·1 year ago·1 min read
ଆଇସିସି ବ୍ୟାଟିଂ ରାଙ୍କିଂର ୨୨ତମ ସ୍ଥାନକୁ ଖସିଲେ ବିରାଟ 

ଅର୍ଗସ ବ୍ୟୁରୋ:  ଆଇସିସି ରାଙ୍କିରେ ତଳକୁ ଖସିଲେ ବିରାଟ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ 3-0ରେ ଦଳର ପରାଜୟ ପରେ ଆଇସିସି ବ୍ୟାଟିଂ ରାଙ୍କିଂରେ ବିରାଟ ୮ଟି ସ୍ଥାନ ତଳକୁ ଖସିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଟେଷ୍ଟରେ ବିରାଟ ମାତ୍ର ୯୩ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ଆଇସିସି ବ୍ୟାଟିଂ ରାଙ୍କିଂର ୨୨ତମ ସ୍ଥାନକୁ ଖସିଛନ୍ତି ବିରାଟ କୋହଲୀ । ବୁଧବାର ଆଇସିସି ଜାରି କରିଥିବା ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ ଶର୍ମା  ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି।


ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକାକୀ ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କ ରାଙ୍କିଂରେ ଉନ୍ନତି ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଂର ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟପ୍‌ ୧୦ରେ ପନ୍ତ ଓ ଜୈସୱାଲ ଦୁଇ ଭାରତୀୟ ଭାବେ ରହିଛନ୍ତି । ବର୍ତ୍ତମାନ ବ୍ୟାଟିଂ ରାଙ୍କିଂର ୧ନଂ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି। ତାଙ୍କ ପଛକୁ କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ରହିଛନ୍ତି।

ଆହୁରି ପଢନ୍ତୁ ଖେଳ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cricketer-Virat-kohli- slipped to 22nd place in the ICC batting rankings | Argus News