କୋଲକତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୋଦି : ଦୋଷୀଙ୍କୁ ମିଳିବ ଶାସ୍ତି

Key Points
- କୋଲକତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୋଦି
- ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନର ଇଙ୍ଗୀତ ଦେଲେ
- ରାଜ୍ୟ ସରକାରଙ୍କୁ ଚେତାବନୀ ବି ଦେଲେ
ଅର୍ଗସ ବ୍ୟୁରୋ : କୋଲକତା ଦୁଷ୍କର୍ମକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁହଁ ଖୋଲିଛନ୍ତି । ସିଧାସିଧା କହିଛନ୍ତି, ଦୋଷୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଅକ୍ଷମଣୀୟ । ଦୋଷୀ ଯିଏ ଥାଉ ନା କାହିଁକି କୌଣସି ପରିସ୍ଥିତିରେ ତାଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ମୋଦି । ଆଉ ମୋଦିଙ୍କ ଏମିତି ଟିପ୍ପଣୀ ପରେ ଥରହର ମମତା ସରକାର । କାରଣ ଦୋଷୀଙ୍କୁ ଘଂଟ ଘଉଡାଇବାକୁ ଦିଦି ଯେଉଁପରି ଭାବରେ ଉପାୟ ଆପଣାଇଥିଲେ ତାହା ପୁରା ଦେଶ ଦେଖିଲା । ତେଣୁ ଦୁଷ୍କର୍ମ ମାମଲାରେ ଦିଦିଙ୍କ ସରକାର ଯାଇପାରେ ବୋଲି ଚର୍ଚ୍ଚା ଜୋର ।
ମହାରାଷ୍ଟ୍ରର ଜଲଗାଓଁଠାରେ ‘ଲକ୍ଷପତି ଦିଦି ସମ୍ମିଳନୀ’କୁ ଉଦ୍ବୋଧନ ଦେବା ଅବସରରେ କୋଲକତା ଦୁଷ୍କର୍ମ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୋଦି । କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ ଏକ ପାପ । ମାଆ, ଭଉଣୀ ଓ ଝିଅଙ୍କ ଶକ୍ତିର ଅଭିବୃଦ୍ଧି ସହ ସେମାନଙ୍କ ସୁରକ୍ଷା ମଧ୍ୟ ଦେଶର ପ୍ରାଥମିକତା ଅଟେ । ଯେକୌଣସି ରାଜ୍ୟ ହେଉନା କାହିଁକି, ସେ ଭଉଣୀ ଓ ଝିଅମାନଙ୍କ କ୍ରୋଧ ଓ କଷ୍ଟକୁ ଅନୁଭବ କରିପାରୁଛନ୍ତି । ଏହାସହ ଦେଶର ସମସ୍ତ ରାଜନୈତିକ ଦଳ ଓ ରାଜ୍ୟ ସରକାରଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ । ଦୋଷୀ ଯିଏ ମଧ୍ୟ ହୋଇଥାଉନା କାହିଁକି ତାକୁ ଛଡ଼ାଯିବ ନାହିଁ । କେବଳ ଏହାନୁହେଁ, ଅପରାଧୀକୁ ସହାୟତା କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିସ୍ତାର ମିଳିବନାହିଁ ।
କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସମୟ ଗଡୁଛି, ଖୋଲୁଛି ଆର ଜି କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ପାପର ପେଡ଼ିର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲୁଛି । କଲେଜରେ ଶବ ତସ୍କରୀଠୁ ଆରମ୍ଭ କରି ସରକାରୀ ମେଡ଼ିସିନ ଚାଲାଣ ଏବଂ ବିଭିନ୍ନ ସେକ୍ସ ରାକେଟ ଚଲାଉଥିବାର ଆସିଛି ବଡ଼ ଅଭିଯୋଗ । ବିଭିନ୍ନ ଅନୈତିକ କାମର ମେଡିକାଲକୁ ହବ୍ ବନାଇବାରେ ବ୍ୟସ୍ତ ଥିଲେ ସନ୍ଦୀପ । ଆପଣାଉଥିଲେ ହିଂସା ଆଚରଣ,ଛାତ୍ରଛାତ୍ରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା । ଯାହାର EXCLUSIVE ଭିଜୁଆଲ୍ ଲାଗିଛି ଅର୍ଗସ୍ ହାତରେ । ଅବଶ୍ୟ ଦୃଶ୍ୟଟି କିଛିଦିନ ପୂର୍ବର । କିନ୍ତୁ ସନ୍ଦୀପଙ୍କ ଏପରି କିଛି କାମ ପାଇଁ ଛାତ୍ରଛାତ୍ରୀମାନେ ଅନେକ ବାର ତାଙ୍କୁ ରାସ୍ତାରେ ଦଉଡ଼ାଇଥିଲେ । ଅନେକବାର ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ ସନ୍ଦୀପ । ହେଲେ କୋଲକାତା ପୋଲିସ ସନ୍ଦୀପକୁ ବଞ୍ଚାଇବା ସହ ସୁରକ୍ଷା ଦେଇଥିଲେ ।
📱 Get Argus News App
✨ଏବେ ଆରଜି କର ମେଡ଼ିକାଲ କଲେଜ ଘଟଣା ପାଇଁ ପୁରା ଦେଶ ସଦମାରେ । ଏତେବଡ଼ ଘଟଣା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ପରେ ମଧ୍ୟ ସନ୍ଦୀପ ଘୋଷଙ୍କ ଉପରେ ଆକ୍ସନ ନାଁରେ କେବଳ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଏଠି ବଡ଼ ପ୍ରଶ୍ନ, କାହିଁକି କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ନିଆଯାଉନି କିଛି କାର୍ଯ୍ୟାନୁଷ୍ଠାନ ? କାହା ବଳରେ ବଳୀୟାନ ସନ୍ଦୀପ ଘୋଷ ? କାହିଁକି ବାରମ୍ବାର ସନ୍ଦୀପଙ୍କୁ ସୁରକ୍ଷା ଦେଉଛି କୋଲକାତା ପୋଲିସ ? ସନ୍ଦୀପଙ୍କ ମୁଣ୍ଡ ଉପରେ ଅଛି କି ଦିଦିଙ୍କ ହାତ ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ମୋଦିଙ୍କ ସ୍ପଷ୍ଟୋକ୍ତି ଏବେ ଦିଦିଙ୍କୁ ଡବଲ ଟେନସନ ଦେଇଛି ।