Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭିସ୍ତାରା ଏୟାରଲାଇନ୍ସରେ ସଙ୍କଟ

National

ଭିସ୍ତାରା ଏୟାରଲାଇନ୍ସରେ ସଙ୍କଟ

Ritu Das
Browse all articles by Ritu Das
·2 years ago·1 min read
ଭିସ୍ତାରା ଏୟାରଲାଇନ୍ସରେ ସଙ୍କଟ

ଅର୍ଗସ ବ୍ୟୁରୋ: ଭିସ୍ତାରା ଏୟାର ଲାଇନସରେ ସଙ୍କଟ । ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ଫ୍ଲାଇଟର ଉଡାଣ ବାତିଲ ହୋଇଛି କିମ୍ବା ବିଳମ୍ବରେ ଚାଲିଛି । ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ୩୮ଟି ଭିସ୍ତାରା ବିମାନର ଉଡାଣ ବାତିଲ ହୋଇଛି । ମୁମ୍ବାଇରୁ ୧୫ଟି ବିମାନ, ଦିଲ୍ଲୀରୁ ୧୧ଟି ବିମାନ ଓ ବେଙ୍ଗାଲୁରୁରୁ ୧୧ଟି ବିମାନ ବାତିଲ କରାଯାଇଛି ।  ଗତକାଲି ୫୦ଟି ଭିସ୍ତାରା ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ ୧୬୦ଟି ବିମାନ ବିଳମ୍ବ ଥିଲା । 

ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ । ଭିସ୍ତାରା ଏୟାରଲାଇନସର ଅନେକ ବିମାନ ବାତିଲକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ। ବାତିଲ ଓ ବିଳମ୍ବର କାରଣ ସମ୍ପର୍କରେ ବିସ୍ତୃତ ରିପେୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବିମାନ କର୍ମଚାରୀଙ୍କ ଅଭାବ ସହ ଅନ୍ୟାନ୍ୟ କାରଣ ଯୋଗୁଁ ଉଡାଣ ପ୍ରଭାବିତ ହେଉଥିବା ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି । 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Crisis | Argus News