|
logo
Live
Argus News App
GET APP

Argus News - ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ !

National

Karnataka Congress Politics / ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ !

Key Points

୫ ବର୍ଷ ମୁଖ୍ୟମନ୍ତ୍ରୀ ରହ‌ିବେ କି ବୋଲି ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ସିଦ୍ଦରମୈୟା କହିଛନ୍ତି, ଏହା ଏକ ଅନାବଶ୍ୟକ ଆଲୋଚନା।

କର୍ଣ୍ଣାଟକ କଂଗ୍ରେସରେ ଆରମ୍ଭ ହେଲା ଗଡ଼ବଡ଼ । ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କାରଣ ଆପଣ ଭାବୁଥିବେ କର୍ଣ୍ଣାଟକ ରାଜନୀତିରେ ତ ସବୁ କିଛି ଠିକ୍ ଚାଲୁଥିଲା । ହଠାତ୍‌ ଏମିତି କ'ଣ ହେଲା ଯେ, ମୁଖ୍ୟମନ୍ତ୍ରୀ ବଦଳିବାର ଚର୍ଚ୍ଚା ଆରମ୍ଭ ହେଲାଣି । ଆଜ୍ଞା ହଁ, ଆମେ ଆପଣଙ୍କୁ ମନେ ପକାଇଦେଉଛୁ, ଅଢ଼େଇ ବର୍ଷରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ ସିଦ୍ଧରମୈୟା । ଆଉ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବ କୁମାର । ସେତେବେଳେ ଶିବ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା । ଶିବ କୁମାରଙ୍କ ସମର୍ଥକ ବି ଚାହିଁ ବସିଥିଲେ । ସେମାନେ ଏଥିପାଇଁ ନାନା ହଙ୍ଗାମା ମଧ୍ୟ କରିଥିଲେ । କିନ୍ତୁ କଂଗ୍ରେସ ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ।

ତାପରେ ଚର୍ଚ୍ଚା ହୋଇଥିଲା, ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିବେ ତାପରେ ଶିବକୁମାର CM ଗାଦିରେ ବସିବେ । ତେଣୁ ଏହି କ୍ରମରେ ଏବେ ସିଦ୍ଧରମୈୟାଙ୍କ ଅଢ଼େଇ ବର୍ଷ ସରୁଛି । ଯେଉଁଥିପାଇଁ କର୍ଣ୍ଣାଟକରେ କଂଗ୍ରେସରେ ହଠାତ୍‌ କନ୍ଦଳ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଛନ୍ତି। କର୍ଣ୍ଣାଟକରେ ସିଦ୍ଦରମୈୟା ସରକାରକୁ ଗତକାଲି ଅଢ଼େଇ ବର୍ଷ ପୂରଣ ‌ହୋଇଥିବାରୁ ପୂର୍ବ ନିଷ୍ପତ୍ତି ମୁତାବକ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେମାନେ ଦଳର ହାଇକମାଣ୍ଡଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଏହିସବୁ ତମାମ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, 'ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି, ଏବେ ପଦ ପରିବର୍ତ୍ତନ ଯୋଜନା ନାହିଁ। ନେତୃତ୍ବ ପରିବର୍ତ୍ତନ ନେଇ ଗଣମା‌ଧ୍ୟମ କାହିଁକି ବାରମ୍ବାର ସନ୍ଦେହ ପ୍ରକଟ କରୁଛି' ? ସିଦ୍ଧରମୈୟା ଗଣମାଧ୍ୟମକୁ ଏଭଳି ପାଲଟା ପ୍ରଶ୍ନ କରିବାଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ବସାଇବେ ବୋଲି କିଛି କହିନାହାନ୍ତି ଏବଂ ନେତୃତ୍ବ ପରିବର୍ତ୍ତନ ନିଷ୍ପତ୍ତି କେବଳ ହାଇକମାଣ୍ଡ ହିଁ ନେବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ସେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହ‌ିବେ କି ବୋଲି ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ସିଦ୍ଦରମୈୟା କହିଛନ୍ତି, ଏହା ଏକ ଅନାବଶ୍ୟକ ଆଲୋଚନା।

ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନେଇ କୌଣସି ଆଲୋଚନା ହୋଇନାହିଁ। ଶିବକୁମାରଙ୍କ ଶିବିରର ଜଣେ ମନ୍ତ୍ରୀଙ୍କ ସମେତ ୧୦ରୁ ଅଧିକ ବିଧାୟକ ଶୁକ୍ରବାରଠାରୁ ଦିଲ୍ଲୀରେ ବସିଛନ୍ତି। ଶନିବାର ଆହୁରି ଅଧିକ ବିଧାୟକ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଭେଟିବା ପାଇଁ ସେମାନଙ୍କର ଯୋଜନା ରହିଛି।

ଅନ୍ୟପକ୍ଷେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ‌ହେବା ସଂକ୍ରାନ୍ତ ଆଲୋଚନା ଉପରେ ନିଜର ନିରବତା ଭାଙ୍ଗି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ବିଭାଜନ କରାଇବା ମୋ ରକ୍ତରେ ନାହିଁ। ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାକୁ ଥିବାରୁ ଏକ ବିଧାୟକ ଗୋଷ୍ଠୀ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି। ସେ କହିଛନ୍ତି, 'ସମସ୍ତ ୧୪୦ ବିଧାୟକ ମୋର। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୁଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବନ୍ଧା' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka Congress Politics: ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ ! | Argus News