Videos
|
National

Crocodile Attack / ନଦୀରେ ଗୋଡ଼କୁ ଧରି ଟାଣି ନେଇଗଲା କୁମ୍ଭୀର... ଯୁବକଙ୍କ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·3 weeks ago·2 min read
ନଦୀରେ ଗୋଡ଼କୁ ଧରି ଟାଣି ନେଇଗଲା କୁମ୍ଭୀର... ଯୁବକଙ୍କ ମୃତ୍ୟୁ
Crocodile Attack

Key Points

ନଦୀରୁ ଟାଣିନେଲା କୁମ୍ଭୀର, ଯୁବକଙ୍କ ମୃତ୍ୟୁ
ଘାଘରା ନଦୀରେ କୁମ୍ଭୀର ଆକ୍ରମଣ, ଗାଁରେ ଆତଙ୍କ
ନଦୀକୂଳରେ ଶୌଚ ବେଳେ ଟାଣିନେଲା କୁମ୍ଭୀର
ବଞ୍ଚାଇବାକୁ ଚେଷ୍ଟା ବିଫଳ, କୁମ୍ଭୀର କବଳରେ ଯୁବକ 

ନଦୀରେ ଗୋଡ଼କୁ ଧରି ଟାଣି ନେଇଗଲା କୁମ୍ଭୀର... ମଝି ନଦୀରେ ଛିଣ୍ଡାଇ ଖାଇଲା ଗୋଡ଼ ହାତ । କୁମ୍ଭୀର ଖାଉଥିଲା ପାଖରେ ଛିଡ଼ା ହୋଇ ଦେଖୁଥିୁଲେ ଗାଁ ଲୋକ । ଘଣ୍ଟାଏ କାଳ ମୁଣ୍ଡକୁ ଛାଡ଼ି ସବୁ ଖାଇଗଲା ବିଶାଳ କୁମ୍ଭୀର । ପାଣି ଭିତରୁ ଆସିଲା ଗୋଡ଼କୁ ଟାଣି ନେଇ ପଳାଇଲା । ପାଣି ଭିତରେ ଝୁଣି ଝୁଣି ଖାଇଗଲା । ଜେତେ ଚେଷ୍ଟା କଲେ ଖସିବାକୁ ଖସିପାରିଲେ ନାହିଁ । ରକ୍ତାକ୍ତ ହୋଇଗଲା ପୁରା ନଦୀ ।

କୁମ୍ଭୀର ମୁହଁରୁ ଛଡ଼ା ପାରିଲେ ନାହିଁ ଗାଁ ଲୋକ । ପାଣି ଭିତରେ ଘୋଷାଡ଼ି ଘୁରାଇ ଘୁରାଇ ମାରିଦେଲା । ଏମିତି ଝୁଣିଲା କି ପୁରା ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଗଲା । ପୁରା ଦେହରୁ ୫୦ ପ୍ରତିଶତ ଖାଇ ଯାଇଛି କୁମ୍ଭୀର । ବର୍ଷା ପାଇଁ ଏବେ ଫୁଲିଛି ସବୁ ନଦୀ । ଅନ୍ୟ ସ୍ଥାନରୁ ଭାସି ଆସୁଛନ୍ତି ବିଶାଳ କୁମ୍ଭୀର । ପ୍ରତିଟି ନଦୀରେ ଏବେ ପୁଳା ପୁଳା କୁମ୍ଭୀର । ଯାହାପରେ କୁମ୍ଭୀର ଏବେ ଜଣକୁ ଟାଣି ନେଇ ପଳାଇଛି । ପାଣି ଭିତରେ ଖାଇ ଦେଇଛି କୁମ୍ଭୀର । ଯେଉଁ ଦୃଶ୍ୟ ଏବେ ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଦେଇଛି ।

ନଦୀ ଭିତରେ କେମିତି ଝୁଣି ଝୁଣି ଖାଉଛି କୁମ୍ଭୀର । ଗୋଡ଼କୁ ଧରି ମଝି ନଦୀକୁ ଟାଣି ନେଇ ପଳାଇଛି । ଗୋଟିଏ ଗୋଟିଏ ଅଙ୍ଗକୁ ଛିଡ଼ାଇ ଖାଇ ଦେଇଛି । ଯଦି ଦେଖିବା ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲା ଘାଘରା ନଦୀ ନିକଟରେ ।

ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ପିଲାଟି ନଦୀରେ ଶୌଚ ହେବା ବେଳେ ଛକି ରହିଥିବା କୁମ୍ଭୀର ଗୋଡ଼କୁ ଧରି ଟାଣି ନେଇଥିଲା । ପିଲାଟିର ଚିତ୍କାର ଶୁଣି ତାଙ୍କ ଦାଦା ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ । କୁମ୍ଭୀର କବଳରୁ ତାଙ୍କୁ ଟାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁମ୍ଭୀରଟି ତାଙ୍କୁ ମାତ ଦେଇ ପିଲାଟିକୁ ନଦୀ ଭିତରକୁ ଟାଣି ନେଇଥିଲା ।

ନଦୀ କୂଳରେ ଗଦା ହୋଇଥିଲେ ପୁରା ଗାଁ ଲୋକ । କୁମ୍ଭୀର କେମିତି ଖାଉଛି ସମସ୍ତେ ଦେଖିଥିଲେ । ମଝୀ ନଦୀରେ ଝୁଣି ଝୁଣି ଖାଇ ପକାଇଥିଲା କୁମ୍ଭୀର । ଏହାପରେ ବହରାଇଚ୍ ବନ ବିଭାଗର କର୍ମଚାରୀମାନେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । ପିଲାଟିକୁ ଉଦ୍ଧାର କରିବା ପାଇଁ ଅଧିକାରୀମାନେ ଜାଲ ପକାଇଥିଲେ । ବହୁତ ସମୟ ପରେ ଉଦ୍ଧାର ହୋଇଥିଲା ଯୁବକର ଖଣ୍ଡ ବିଖଣ୍ଡିତ ଦେହ । ବନ ବିଭାଗ ଏବେ ନଦୀକୁ ନଯିବା ପାଇଁ ଗାଁ ଲୋକଙ୍କୁ ନିରଦ୍ଦେଶ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Crocodile Attack | Crocodile Drags Youth Into River, Kills Him in Bahraich | Argus News