Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନୀ ମହିଳାଙ୍କ ସହ ବିବାହ ଲୁଚାଇ CRPF ଯବାନ ବହିଷ୍କୃତ

Smruti Parija
Browse all articles by Smruti Parija
·1 year ago·2 min read
ପାକିସ୍ତାନୀ ମହିଳାଙ୍କ ସହ ବିବାହ ଲୁଚାଇ CRPF ଯବାନ ବହିଷ୍କୃତ

ପାକିସ୍ତାନୀ ମହିଳାଙ୍କ ସହ ବିବାହ କରି ଫସିଲେ କନଷ୍ଟେବଳ ମୁନିର ଅହମ୍ମଦ । ବିନା ଅନୁମତିରେ ବିବାହ କରିବା ଏବଂ ବିବାହ ଲୁଚାଇବା ପାଇଁ CRPF କନଷ୍ଟେବଳ ମୁନିର ଅହମ୍ମଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏନେଇ ସିଆରପିଏଫ ପକ୍ଷରୁ କୁହାଯାଇଛି ଯେ କନଷ୍ଟେବଳ ମୁନିର ଅହମ୍ମଦଙ୍କ କାର୍ଯ୍ୟ ସେବା ଆଚରଣ ଉଲ୍ଲଂଘନ କରିଛନ୍ତି ଏବଂ ଏହା ଜାତୀୟ ସୁରକ୍ଷା ପାଇଁ ଏହା କ୍ଷତିକାରକ ।


ପାକିସ୍ତାନୀ ଯୁବତୀଙ୍କୁ ବିବାହ ଜାତୀୟ ସୁରକ୍ଷା ସହ ଜଡିତ ପ୍ରସଙ୍ଗ । ପାକିସ୍ତାନୀ ଯୁବତୀଙ୍କୁ ବିବାହ କରି ଭାରତରେ ଆଣି ରଖିବା ସମ୍ପର୍କରେ ମଧ୍ୟ ସେ ଜମ୍ମୁ-କାଶ୍ମୀର ସ୍ଥିତ ନିଜ ମୁଖ୍ୟାଳୟକୁ ସୂଚୀତ କରିନଥିଲେ । ହ୍ୱାଟସଆପ୍ ଭିଡିଓ କଲ୍ ରେ ବିବାହ ହେବା ପରେ ମିନାଲ ପର୍ଯ୍ୟଟକ ଭିସାରେ ଭାରତ ଆସିଥିଲେ ।


CRPF ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, "ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଯେ CRPFର 41 ବାଟାଲିୟନର ମୁନିର ଅହମ୍ମଦ ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହ କରି ତାଙ୍କ ବିବାହ ଲୁଚାଇଥିଲେ । ଏବଂ ଜାଣିଶୁଣି ତାଙ୍କ ଭିସାର ଅବଧି ଗତ ମାର୍ଚ୍ଚ 22ରେ ଶେଷ ହୋଇଯାଇଥିବାବେଳେ ସିଆରପିଏଫକୁ ଜଣାଇନଥିଲେ । ଏବଂ ମିଛ କହିଥିଲେ ଯେ ତାଙ୍କ ପତ୍ନୀଙ୍କର ଲଙ୍ଗ୍ ଟର୍ମ ଭିସା ଲାଗି ଆବେଦନ କରାଯାଇଛି । କିନ୍ତୁ ଯାଞ୍ଚରୁ ଆଦୌ ଆବେଦନ କରାଯାଇନଥିବା ଜଣାପଡିଛି।


ଖାଲି ଏତିକି ନୁହେଁ କୋର୍ଟକୁ ମୁନିର କହିଥିଲେ ଯେ ସେ ବିବାହ ସମ୍ପର୍କରେ ସିଆରପିଏଫକୁ ଜଣାଇଛନ୍ତି । କିନ୍ତୁ ଏ କଥା ସେ ଜଣାଇନାହାନ୍ତି । ଏହାସହ ବିବାହ ଅନଲାଇନ୍ ହ୍ୱାଟସଆପ ଭିଡିଓ କଲରେ ହୋଇଥିବାରୁ ଏହାର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଦେଶରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବା ପରେ, ଏହା ଜଣାପଡ଼ିଥିଲା ​​ଯେ CRPF ଯବାନ ପାକିସ୍ତାନର ସିଆଲକୋଟର ମିନାଲ ଖାନ ନାମକ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ । ସେ 2023 ମସିହାରେ ମିନାଲଙ୍କୁ ବିବାହ କରିବା ପାଇଁ CRPF ଠାରୁ ଅନୁମତି ମାଗିଥିଲେ, କିନ୍ତୁ ସେ ଅନୁମତି ପାଇବା ପୂର୍ବରୁ 24 ମଇ, 2024 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ବିବାହ କରିଥିଲେ।


ତା’ପରେ ସେ ଭିସାରେ ଭାରତରେ ପହଞ୍ଚି ମୁନିର ଅହମ୍ମଦଙ୍କ ସହିତ ରହିବା ଆରମ୍ଭ କଲେ । କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ତାଙ୍କର ଭିସା ବାତିଲ ହୋଇଗଲା ଏବଂ ତାଙ୍କୁ ଭାରତ ଛାଡିବା ପାଇଁ ଜମ୍ମୁକୁ ଅଟାରୀ ସୀମାକୁ ପଠାଗଲା, ସେତେବେଳେ ସିଆରପିଏଫ ଯବାନ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୁରା ଘଟଣା ସାମନାକୁ ଆସିଛି ।



Sponsored
crpf-constable-munir-ahmed-dismissed-from-service | Argus News