Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତି ଭବନରେ ହେବ ବାହାଘର...

Smruti Parija
Browse all articles by Smruti Parija
·1 year ago·2 min read
ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତି ଭବନରେ ହେବ ବାହାଘର...

ଅର୍ଗସ ବ୍ୟୁରୋ: ବାହାଘରକୁ ନେଇ ଲୋକଙ୍କ ଅନେକ ସ୍ୱପ୍ନ ଥାଏ । ବାହାଘର କେମିତି ହେବ, ଭେନ୍ୟୁ କେଉଁଠି, କଣ ପିନ୍ଧିବେ ଏମିତି ଅନେକ କିଛି । ସେଥିପାଇଁ ଆଜିକାଲି ଲୋକେ ଡେସ୍ଟିନେସନ ୱେଡିଂ କରୁଛନ୍ତି । କିନ୍ତୁ ଆପଣ କେବେ ସ୍ୱପ୍ନରେ ଭାବିନଥିବେ ଯେ ରାଷ୍ଟ୍ରପତି ଭବନରେ ବି କାହାର ବାହାଘର ହୋଇପାରିବ । କିନ୍ତୁ ଏବେ ତାହା ହେବାକୁ ଯାଉଛି । ଇତିହାସରେ ପ୍ରଥମ ଥର 12 ଫେବୃଆରୀରେ ରାଷ୍ଟ୍ରପତି ଭବନରେ ହେବ ବାହାଘର । କୁହାଯାଉଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଅଫିସରଙ୍କ ଆଚରଣ, କାର୍ଯ୍ୟ ଓ ବ୍ୟବହାରରେ ଏତେ ପ୍ରଭାବିତ ହୋଇଛନ୍ତି ଯେ ସେ ରାଷ୍ଟ୍ରପତି ଭବନରେ ବିବାହ ପାଇଁ ମଞ୍ଜୁରୀ ଦେଇଛନ୍ତି । ଖବର ଅନୁଯାୟୀ ଅଫିସରଙ୍କ ବାହାଘର ବିଷୟରେ ଜାଣିବା ପରେ ରାଷ୍ଟ୍ରପତି ନିଜ ଆଡୁ ରାଷ୍ଟ୍ରପତି ଭବନରେ ଥିବା ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏବେ ସୁଦ୍ଧା ରାଷ୍ଟ୍ରପତି ଭବନରୁ କୌଣସି ଅଫିସିଆଲ ସୂଚନା ଏନେଇ ଦିଆଯାଇନାହିଁ ।


ବାହାଘର କାହାର ?


CRPFର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପୁନମ ଗୁପ୍ତା । ଯିଏ ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ନିୟୋଜିତ ଅଛନ୍ତି । ସେ 74 ତମ ଗଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ମହିଳା ଗ୍ରୁପ୍ ର ନେତୃତ୍ତ୍ୱ ନେଇଥିଲେ । ଏବେ ରାଷ୍ଟ୍ରପତି ଭବନରେ ତାଙ୍କ ବିବାହ ପାଇଁ ଚାଲିଛି ଜୋରସୋର୍ ରେ ପ୍ରସ୍ତୁତି । ରିପୋର୍ଟ ଅନୁସାରେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବିନାଶ କୁମାରଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯିଏ ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ନିୟୋଜିତ ଅଛନ୍ତି । ବିବାହ ନେଇ ଜୋରସୋର୍ ରେ ପ୍ରସ୍ତୁତି ଚାଲିଥିବାବେଳେ ଖୁବ କମ୍ ଲୋକଙ୍କୁ ନେଇ ବିବାହ ଅନୁଷ୍ଠିତ ହେବେ । ତାଙ୍କୁ ଆଶୀର୍ବାଦ ଦେବା ପାଇଁ ପହଞ୍ଚିବେ ରାଷ୍ଟ୍ରପତିଙ୍କ ସମେତ ବଡ ବଡ ରାଜନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁନମ ଗୁପ୍ତା କିଏ ?


ପୁନମ ଗୁପ୍ତା ଗଣିତରେ ସ୍ନାତକ କରିଛନ୍ତି । ଏହାପରେ ସେ ଇଂରାଜୀରେ ସ୍ନାତକତ୍ତୋର । ଏବଂ ଗ୍ୱାଲିୟରରେ ବି.ଇଡି କରିଛନ୍ତି । 2018 ୟୁପିଏସସି ସିଏପିଏଫ ପରୀକ୍ଷାରେ 81ତମ ରାଙ୍କ ରଖିଛନ୍ତି । ବିହାରର ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ସେ କାମ କରିଛନ୍ତି । ପୁନମ ଇଂଷ୍ଟାଗ୍ରମ୍ ରେ ଖୁବ ସକ୍ରିୟ ରହିଥାନ୍ତି । ସିଆରପିଏଫ ୟୁନିଫର୍ମରେ ତାଙ୍କ ଫଟୋକୁ ଲୋକେ ଖୁବ ପସନ୍ଦ କରନ୍ତି । ଛାତ୍ରଙ୍କୁ ବିଶେଷ କରି ସେ ମହିଳାସଶକ୍ତିକରଣ ନେଇ ପ୍ରେରଣା ଦିଅନ୍ତି ।

Sponsored
crpf-officer-wedding-to-happen-in-rashtrapati-bhavan | Argus News