Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

CRPFର ସ୍ବତନ୍ତ୍ର ଅଭିଯାନ ସାରି ଫେରିବା ବାଟରେ ଆଖିବୁଜିଲା ରୋଲୋ

Smruti Parija
Browse all articles by Smruti Parija
·1 year ago·2 min read
CRPFର ସ୍ବତନ୍ତ୍ର ଅଭିଯାନ ସାରି ଫେରିବା ବାଟରେ ଆଖିବୁଜିଲା ରୋଲୋ

Key Points

ଆଖି ବୁଜିଲା k9 ରୋଲୋ

ଆଉ ନାହିଁ ସନ୍ଧାନୀ ଡଗ୍ k9 ରୋଲୋ । CRPFର ସ୍ବତନ୍ତ୍ର ଅଭିଯାନ ସାରି ଫେରିବା ବାଟରେ ଜୀବନ ହାରିଛି ସନ୍ଧାନୀ କୁକୁର K9 Rolo । ଛତିଶଗଡ଼ ତେଲେଙ୍ଗାନା ସୀମାନ୍ତ କରେଗୁଟା ପାହାଡ଼ରୁ ଏକ ସ୍ବତନ୍ତ୍ର ଅପରେସନ ସାରି ଫେରିବା ବାଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲା ରୋଲୋ । ମହୁମାଛି ଆକ୍ରମଣ ପରେ ସିଭିୟର୍ ଇନଫେକ୍ସନ ହୋଇଥିଲା । ପରେ ଏହି ଚାଲାକ୍ ସନ୍ଧାନୀ କୁକୁରର ମୃତ୍ୟୁ ହୋଇଛି ।



CRPF ପକ୍ଷରୁ ରୋଲୋକୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ତାର ଶେଷକୃତ୍ୟ କରାଯାଇଛି। CRPF228 ବାଟାଲିୟନର ସୁକମା ଜିଲ୍ଲାରେ ପୋଷ୍ଟିଂ ଥିଲା ରୋଲୋ । ନିଜ ଜୀବନ କାଳ ଭିତରେ ସେ ଅନେକ ଅପରେସନରେ ନିଜ ଭୂମିକାକୁ ସଫଳତାର ସହ ନିଭାଇଛି । 200 ଜଙ୍ଗଲୀ ମହୁମାଛି ଆକ୍ରମଣର ଶିକାର ପାଲଟିବା ପରେ ରୋଲୋ ମୃତ୍ୟୁବରଣ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୋଲୋର ମୃତ୍ୟୁ ପରେ CRPFର 228 ବାଟାଲିୟନର କମାଣ୍ଡାଣ୍ଟ ଲତିଫ କୁମାର ସାହୁ କହିଛନ୍ତି, "ରୋଲୋ ଆମ ୟୁନିଟର ଜଣେ ସାହସୀ ଯୋଦ୍ଧା ଥିଲେ । IED ଚିହ୍ନଟ କରିବାରେ ଜଣେ ବିଶେଷଜ୍ଞ ଥିଲେ । KGH (କରେଗୁଟ୍ଟା ପାହାଡ଼) ରେ ସର୍ଚ୍ଚ ଅପରେସନ୍ ସମୟରେ, ହଠାତ୍ ଏତେ ମାତ୍ରାରେ ମହୁମାଛିର ଆକ୍ରମଣ କରିବାରୁ ରୋଲୋ ଆଉ ଆମ ଗହଣରେ ନାହିଁ । ହେଲେ ତାଙ୍କ ବଳିଦାନ ଚିର ଦିନ ମନେ ରହିବ । ତାଙ୍କୁ DG ପ୍ରଶଂସା ପ୍ରମାଣପତ୍ର ଦିଆଯାଇଛି ।



Sponsored
crpf-personnel-conduct-last-rites-of-k9-rolo-of-228-bn-in-sukma-district-of-chhattisgarh | Argus News