ବିନା ପରୀକ୍ଷାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ବିନା ଲି୍ଖିତ ପରୀକ୍ଷାରେ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଏନସିଏଲ ରେ କରନ୍ତୁ ଆବେଦନ। ନ୍ୟାସନାଲ କେମିକାଲ ଲେବୋରେଟରୀ ରେ ଚାକିରି ପାଇବାର ସ୍ୱପ୍ନ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏହା ହେଉଛି ଖୁସି ଖବର । ସିଏସଆଇଆର ଅନ୍ତର୍ଗତରେ ଆସୁଥିବା ନ୍ୟାସନାଲ କେମିକାଲ ଲେବୋରେଟରୀ ଦ୍ୱାରା ସିନିୟର ଏବଂ ପ୍ରୋଜେକ୍ଟ ଏସୋସିଏଟ୍ -୧ ପୋଷ୍ଟ ବାହାରିଛି। ଆଶାୟୀମାନେ ଅଫିସିଆଲ ଓ୍ୱେବସାଇଟ୍ ncl-india.org ମାଧ୍ୟମରେ ଆବେଦନ କରିପାରିବେ। ସିଏସଆଇଆର-ଏନସିଏଲ ର ଏହି ପଦ ପାଇଁ ଆବେଦନ ପ୍ରକ୍ରୀୟା ଆରମ୍ଭ ହୋଇଗଲାଣି। ଯେଉଁମାନେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବେ ସେମାନେ ୪ ଜୁନ ପୂର୍ବରୁ କରିପାରିବେ।
ଏନସିଏଲରେ ଚାକିରି ପାଇବାର ଯୋଗ୍ୟତା କଣ ?
ସିନିୟର ପ୍ରୋଜେକ୍ଟ ଏସୋସିଏଟ୍ ପଦ ପାଇଁ ଆଶାୟୀମାନେ ଆବେଦନ କରିବାକୁ ଚାହୁଁଥିଲେ ସର୍ବ ପ୍ରଥମେ ସେମାନେ ପାସ୍ ସମ୍ବୋଧିତ ବିଷୟରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ସହ ୪ ବର୍ଷ ଅଭିଜ୍ଞତା ଏବଂ ଏମ.ଟେକ ସହିତ ୨ ବର୍ଷ ଅଭିଜ୍ଞତା ରହିଥିବା ଦରକାର।
ଏନସିଏଲ ରେ ଆବେଦନ କରିବା ପାଇଁ ବୟସସୀମା
ସିନିୟର ପ୍ରୋଜେକ୍ଟ ଏସୋସିଏଟ୍ -୪୦ ବର୍ଷ
ପ୍ରୋଜେକ୍ଟ ଏସୋସିଏଟ୍-୧-୩୫ ବର୍ଷ
ଏନସିଏଲରେ ଚୟନ ହେବା ପରେ ମିଳିବ ଦରମା
📱 Get Argus News App
✨ସିନିୟର ପ୍ରୋଜେକ୍ଟ ଏସୋସିଏଟ୍ -୪୨୦୦୦ ଟଙ୍କା
ଏଚଆରଏପ୍ରୋଜେକ୍ଟ ଏସୋସିଏଟ-I ୨୫,୦୦୦ ଟଙ୍କାରୁ ୩୧,୦୦ଟଙ୍କା ପର୍ଯ୍ୟନ୍ତ।
ସିଲେକ୍ସନ ହେବ ଏପରି
ଏନସିଏଲରେ ଭର୍ତ୍ତି ହେବା ପାଇଁ ଯେଉଁ ଆଶାୟୀମାନେ ଆବେଦନ କରିବେ ସେମାନଙ୍କ ଚୟନ ଇଣ୍ଟରଭ୍ୟୁୟ ମାଧ୍ୟମରେ କରାଯିବ। ଯେଉଁ ଆବେଦନକାରୀଙ୍କ ପରଫରମାନ୍ସ ଭଲ ଥିବ ସେମାନେ ଏହି ପଦ ପାଇଁ ସିଲେକ୍ସନ ହେବ ।
ଅଧିକ ପଢନ୍ତୁ ଭାରତ ଖବର