Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏବେ ଅଛି 16 ହଜାର, 2027 ମାର୍ଚ୍ଚ ସୁଦ୍ଧା 25 ହଜାର ଜନଔଷଧୀ ଆଉଟଲେଟ ଖୋଲିବାକୁ ଯୋଜନା

Smruti Parija
Browse all articles by Smruti Parija
·11 months ago·1 min read
ଏବେ ଅଛି 16 ହଜାର, 2027 ମାର୍ଚ୍ଚ ସୁଦ୍ଧା 25 ହଜାର ଜନଔଷଧୀ ଆଉଟଲେଟ ଖୋଲିବାକୁ ଯୋଜନା

Key Points

ଗତ 11ବର୍ଷରେ ଜନସାଧାରଣଙ୍କର 38 ହଜାର କୋଟି ବଂଚିତ

ଜୁନ 30 , 2025 ସୁଦ୍ଧା ଭାରତରେ 16ହଜାର 912ଟି ଜନଔଷଧୀ କେନ୍ଦ୍ର କାର୍ଯ୍ୟ କରୁଛି

ମାର୍ଚ୍ଚ 2027 ସୁଦ୍ଧା 25 ହଜାର ଜନଔଷଧୀ ଆଉଟଲେଟ ଖୋଲିବାକୁ ଯୋଜନା

ଦେଶରେ ଥିବା ଜନଔଷଧୀ ଆଉଟଲେଟ ଗତ 11ବର୍ଷରେ ଜନସାଧାରଣଙ୍କର 38 ହଜାର କୋଟି ବଂଚିତ କରିଛି । ରାଜ୍ୟସଭାକୁ ଲିଖିତ ଉତ୍ତର ରଖି ଏହା କହିଛନ୍ତି ସାର ଓ ରସାୟନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ । ସେ କହିଛନ୍ତି ଜୁନ 30 , 2025 ସୁଦ୍ଧା ଭାରତରେ 16ହଜାର 912ଟି ଜନଔଷଧୀ କେନ୍ଦ୍ର କାର୍ଯ୍ୟ କରୁଛି । ଏସବୁ ଜନଔଷଧୀ କେନ୍ଦ୍ରରେ ଦାମିକିଆ ମେଡିସିନ ତୁଳନାରେ କମ ଦରରେ ଲୋକେ ମେଡିସିନ କିଣିବାରୁ 38 ହଜାର କୋଟି ଟଙ୍କା ସାରା ଦେଶରେ ଲୋକମାନଙ୍କର ବଂଚିତ ହୋଇଛି । ପରିବାର ପିଛା ଔଷଧ ପିଛା ଖର୍ଚ୍ଚ 2014-15ରେ 62.6 ପ୍ରତିଶତ ଥିବା ବେଳେ 2021-22 ବର୍ଷରେ ଏହା କମି 39.4 ପ୍ରତିଶତରେ ପହଂଚିଛି ।


ନ୍ୟାସନାଲ ହେଲଥ ଆକାଉଣ୍ଟ ଏଷ୍ଟିମେଟ ପକ୍ଷରୁ ଏହି ତଥ୍ୟ ମିଳିଛି । ମାର୍ଚ୍ଚ 2027 ସୁଦ୍ଧା କେନ୍ଦ୍ର ସରକାର 25 ହଜାର ଜନଔଷଧୀ ଆଉଟଲେଟ ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଜନଔଷଧୀ କେନ୍ଦ୍ରରେ ବାହାରେ ମିଳୁଥିବା ଔଷଧ ତୁଳନାରେ 50ରୁ 80 ପ୍ରତିଶତ ଶସ୍ତାରେ ମେଡିସିନ ମିଳୁଛି । 2023-24ରେ 1470 କୋଟି ଟଙ୍କାର ମେଡିସିନ ଏମଆରପିରେ ବିକ୍ରି ହୋଇଥିବା ବେଳେ 2024-25ରେ 2ହଜାର 22. 47 କୋଟି ଟଙ୍କା ଏମଆରପିରେ ମେଡିସିନ ବିକ୍ରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
currently-there-are-16-thousand-plans-to-open-25-thousand-jan-aushadhi-outlets-by-march-2027 | Argus News