Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Blinkit Delivery Agent / ବାଇକ କି ସ୍କୁଟି ନୁହେଁ ଥାର୍ ରେ ଆସିଲେ ଡେଲିଭରି ବୟ

Smruti Parija
Browse all articles by Smruti Parija
·10 months ago·1 min read
ବାଇକ କି ସ୍କୁଟି ନୁହେଁ ଥାର୍ ରେ ଆସିଲେ ଡେଲିଭରି ବୟ

Key Points

ଥାର୍ ରୁ ଓହ୍ଲାଇଲେ

Customerକୁ ପାର୍ସଲ ଡେଲିଭରି ଦେଲେ

ସମସ୍ତେ ତାଜୁବ୍

ଆପଣ ସ୍କୁଟି କିମ୍ବା ବାଇକ୍ ରେ ଡେଲିଭରି ବୟଙ୍କୁ ଦେଖିଥିବେ । ସମୟ ଭିତରେ ଡେଲିଭରି ଦେବାକୁ ଏମାନେ ପଛ ଘୁଞ୍ଚା ଦିଅନ୍ତିନି । ହେଲେ ନିକଟରେ ଜଣେ ଡେଲିଭରି ଏଜେଣ୍ଟ୍ ଥାର୍ ରେ ଡେଲିଭରି କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ବ୍ଲିଙ୍କିଟ୍ ଡେଲିଭରି ଏଜେଣ୍ଟ ଜଣଙ୍କ ଦୁଇ ଚକିଆ ନୁହେଁ କଳା ରଙ୍ଗ୍ ର ଥାର୍ ରୁ ଓହ୍ଲେଇ ଡେଲିଭରି କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଗ୍ରାହକ ବି ତାଜୁବ୍ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓକୁ ନେଇ ଖୁବ ମଜ୍ଜା ନେଉଛନ୍ତି ୟୁଜର । 'ବ୍ଲିଙ୍କିଟ୍'କୁ କହୁଛନ୍ତି ଆପଣ କଣ ନିଜ କର୍ମଚାରୀଙ୍କୁ ଏତେ ବଢିଆ ଦରମା ଦେଉଛନ୍ତି ଯେ ସେମାନେ ଥାର୍ ଚଲାଉଛନ୍ତି । ତ ପୁଣି ମହେନ୍ଦ୍ରା କମ୍ପାନୀକୁ କିଏ କହୁଛି ଆପଣ କ'ଣ THAR ର ଦାମ୍ କମେଇଦେଇଛନ୍ତି କି ।


ବ୍ଲିଙ୍କିଟ୍ ହେଉଛି ଭାରତର ଏକ କ୍ୱିକ୍ କମର୍ସ ପ୍ଲାଟଫର୍ମ । କମ୍ ସମୟରେ ଡେଲିଭରି କରୁଥିବା ଅନେକ ଏହାକୁ ପସନ୍ଦ କରୁଛନ୍ତି । ସାଧାରଣତଃ ଏଜେଣ୍ଟମାନେ ଭିଡରୁ ବର୍ତ୍ତିବା ପାଇଁ ବାଇକ କିମ୍ବା ସ୍କୁଟିରେ ଡେଲିଭରି ଦେବାକୁ ଯାଆନ୍ତି । ହେଲେ ଡେଲିଭରି ଏଜେଣ୍ଟଙ୍କ THAR ଗାଡି ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ପୂର୍ବରୁ scorpio ଏବଂ SUV ରେ ଆସି ଡେଲିଭରି ଏଜେଣ୍ଟ ପାର୍ସଲ ଦେଉଥିବାର ଦେଖିବାକୁ ମିଳିଛି ।


Related Topics

Explore more stories

Sponsored
Blinkit Delivery Agent | customer-shocked-as-blinkit-delivery-agent-arrives-in-mahindra-thar-ARGUS-NEWS | Argus News