Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୦ ହଜାର ଟଙ୍କା ପାଇଁ ୯ ବର୍ଷର ଲଢ଼େଇ; ଏବେ ବ୍ୟାଙ୍କ ଦେବ ୩୦ ଗୁଣା ଟଙ୍କା

National

Banking News / ୧୦ ହଜାର ଟଙ୍କା ପାଇଁ ୯ ବର୍ଷର ଲଢ଼େଇ; ଏବେ ବ୍ୟାଙ୍କ ଦେବ ୩୦ ଗୁଣା ଟଙ୍କା

Sushanta Sahoo
Browse all articles by Sushanta Sahoo
·1 month ago·2 min read
୧୦ ହଜାର ଟଙ୍କା ପାଇଁ ୯ ବର୍ଷର ଲଢ଼େଇ; ଏବେ ବ୍ୟାଙ୍କ ଦେବ ୩୦ ଗୁଣା ଟଙ୍କା
₹10,000 turned into ₹3.28 lakh

Key Points

୧୦ ହଜାର ଟଙ୍କା ଏଟିଏମ୍‌ରେ କଟିବା ପରେ ୯ ବର୍ଷ ହେଲା ଲଢ଼େଇ କରୁଛନ୍ତି । ଏକାଧିକ ଇମେଲ୍‍, ବହୁବାର ଅଭିଯୋଗ ପରେ ବ୍ୟାଙ୍କ ୩୦ ଗୁଣା ଟଙ୍କା ଦେବାକୁ ଯାଉଛି ।
ନୂଆଦିଲ୍ଲୀ: ବ୍ୟାଙ୍କ୍ ଏଟିଏମ୍‌ରେ ଅନେକ ଥର ସମସ୍ୟା ଦେଖାଦିଏ । ଏଟିଏମ୍ ଟ୍ରାଞ୍ଜାକ୍ସନ୍ ବେଳେ ଆକାଉଣ୍ଟରୁ ଟଙ୍କା କଟେ, ମେସେଜ୍ ଆସେ ହେଲେ ଅନେକ ସମୟରେ ଟଙ୍କା ବାହାରେନି । ଯାହାକୁ ନେଇ ଗ୍ରାହକଙ୍କୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡ଼ିଥାଏ ।

ଗୁଜରାଟର ସୁରତରେ ସମାନ ଘଟଣା ଘଟିଛି । ୧୦ ହଜାର ଟଙ୍କା ଏଟିଏମ୍‌ରେ କଟିବା ପରେ ୯ ବର୍ଷ ହେଲା ଲଢ଼େଇ କରୁଛନ୍ତି । ଏକାଧିକ ଇମେଲ୍‍, ବହୁବାର ଅଭିଯୋଗ ପରେ ବ୍ୟାଙ୍କ ୩୦ ଗୁଣା ଟଙ୍କା ଦେବାକୁ ଯାଉଛି ।

ସୁରତର ଉଧନା ଅଞ୍ଚଳରେ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଗ୍ରାହକ ୨୦୧୭ ଫେବ୍ରୁଆରୀ ୧୮ରେ ଟଙ୍କା ଉଠାଇବାକୁ ଏଟିଏମ୍ ଯାଇଥିଲେ । ଏସ୍‌ବିଆଇ ଏଟିଏମ୍‌ରୁ ୧୦ ହଜାର ଟଙ୍କା ଉଠାଇବା ପାଇଁ ପିନ୍ ଦେଲେ, ହେଲେ ନା ଟଙ୍କା ବାହାରିଲା ନା ରସିଦ ଦେଲା ମେସିନ୍ । କିନ୍ତୁ କିଛି ମିନିଟ୍‌ରେ ମୋବାଇଲ୍‌କୁ ଆସିଲା ୧୦ ହଜାର ଟଙ୍କା ଉଠାଣ ହୋଇଥିବାର ମେସେଜ୍ ।

ଏଥିସହ ପଢ଼ନ୍ତୁ: ସେୟାର ବଜାରରେ ରକ୍ତପାତ, ଘଣ୍ଟାଏ ଭିତରେ ନିବେଶକ ହରାଇଲେ ୭.୬ ଲକ୍ଷ କୋଟି

ବାରମ୍ବାର ଅଭିଯୋଗ, କେହି ଶୁଣିଲେନି

ଏନେଇ ଗ୍ରାହକ ଜଣଙ୍କ ବ୍ୟାଙ୍କ୍ ଅଫ୍ ବରୋଦାର ଦୁମଭଲ ବ୍ରାଞ୍ଚରେ ଫେବ୍ରୁଆରୀ ୨୧ରେ ଅଭିଯୋଗ କରିଥିଲେ । ମାର୍ଚ୍ଚରୁ ମେ ୨୦୧୭ ପର୍ଯ୍ୟନ୍ତ ଅଭିଯୋଗର ସ୍ଥିତି ଜାଣିବାକୁ ବ୍ୟାଙ୍କ ଦୌଡ଼ିବା ସହ ଏକାଧିକ ଇମେଲ୍ ପଠାଇଥିଲେ । ଆରବିଆଇ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏପରିକି ଏସ୍‌ବିଆଇ ଏଟିଏମ୍‌ର ସିସିଟିଭି ଫୁଟେଜ୍ ପାଇଁ ଆରଟିଆଇରେ ଆବେଦନ କରିଥିଲେ । କିନ୍ତୁ କୌଣସି କର୍ତ୍ତୃପକ୍ଷ ଗ୍ରାହକ ଜଣଙ୍କୁ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ଶେଷରେ ଗ୍ରାହକ ଜଣଙ୍କ ୨୦୧୭ ଡିସେମ୍ବର ୨୦ରେ ଖାଉଟି ଅଦାଲତର ଦ୍ଵାରସ୍ଥ ହୋଇଥିଲେ ।

ଶୁଣାଣି ବେଳେ ବ୍ୟାଙ୍କ ଅଫ୍ ବରୋଦା, ଏସ୍‌ବିଆଇ ଏଟିଏମ୍‌ରେ ଟ୍ରାଞ୍ଜାକ୍ସନ୍ ସଫଳ ହୋଇଥିବା କହି ନିଜ ଉପରୁ ଦୋଷ ଛଡ଼ାଇ ନେଇଥିଲା । ତେବେ, ବ୍ୟାଙ୍କର ଯୁକ୍ତିରେ ଖାଉଟି ଅଦାଲତ ସନ୍ତୋଷ ପ୍ରକାଶ କରିନଥିଲେ ।

ବରଂ ଗ୍ରାହକ ଟଙ୍କା ଏଟିଏମ୍‌ରୁ ଉଠାଇଥିବାର ନିଶ୍ଚିତ ପ୍ରମାଣ ମାଗିଥିଲେ । ଏଥିସହ ଆରବିଆଇ ନିୟମ ଅନୁସାରେ, ବ୍ୟାଙ୍କ ୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବାର ନିୟମ ଥିବା କହିଥିଲେ ଖାଉଟି ଅଦାଲତ ।

ଏଥିସହ ପଢ଼ନ୍ତୁ: ଚାକିରି ବଦଳାଇଲେ PF ଆକାଉଣ୍ଟ କେମିତି ମିଶାଇବେ ? ଜାଣନ୍ତୁ...

ଏବେ ଏହି ମାମଲାରେ ଖାଉଟି ଅଦାଲତଙ୍କ ନିଷ୍ପତ୍ତି ଆସିଛି । ମୂଳ ଉଠାଣ ୧୦ ହଜାର ଟଙ୍କା ସହ ବାର୍ଷିକ ୯ ପ୍ରତିଶତ ହାର ସୁଧ ଦେବାକୁ ବ୍ୟାଙ୍କ ଅଫ୍ ବରୋଦାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଏଥିସହ କ୍ଷତିପୂରଣ ବାବଦକୁ ଦୈନିକ ୧୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୬ ଫେବ୍ରୁଆରୀ ୨୬ ସୁଦ୍ଧା ବିଳମ୍ବ ଦିନ ସଂଖ୍ୟା ୩ ହଜାର ୨୮୮ ରହିଛି । ସେହି ଅନୁସାରେ, ଗ୍ରାହକଙ୍କୁ ୩ ଲକ୍ଷ ୨୮ ହଜାର ୮୦୦ ଟଙ୍କା ଦେବ ବ୍ୟାଙ୍କ୍ ଅଫ୍ ବରୋଦା । ଏଥିସହ ଗ୍ରାହକଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ୩ ହଜାର ଏବଂ ଆଇନଗତ ଲଢ଼େଇ ଲାଗି ୨ ହଜାର ଟଙ୍କା ଦେବ ବ୍ୟାଙ୍କ୍ ଅଫ୍ ବରୋଦା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ATM Error Case l Customer Gets 30x Money After 9-Year Legal Fight | Argus News | Argus News