Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ

National

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ

Banajyotshna Ray
Browse all articles by Banajyotshna Ray
·2 years ago·2 min read
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ

ଅର୍ଗସ ବ୍ୟୁରୋ:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ କଷ୍ଟମ ବିଭାଗର ଅଧିକାରୀମାନେ ଓଡ଼ିଶା ପ୍ରଶାସନକୁ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ପ୍ରାଚୀନ ମୂର୍ତ୍ତିକୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ ମା' କୋଟ୍ରାକ୍ଷୀ ଦର୍ପଣଗଡ଼ ଗ୍ରାମବାସୀଙ୍କ ଆସ୍ଥା, ଐତିହ୍ୟ ଓ ବିଶ୍ବାସର ପ୍ରତୀକ। ଆଜି ସମଗ୍ର ଓଡ଼ିଶା, ଯାଜପୁର ବିଶେଷତଃ ଦର୍ପଣଗଡବାସୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଗ୍ରାମବାସୀଙ୍କର ଭାବାବେଗକୁ ସମ୍ମାନ ଦେଇ ସେମାନଙ୍କର ଦୀର୍ଘ ଦିନର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, କଷ୍ଟମ ବିଭାଗ, ଏଏସଆଇ ଏବଂ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।

ମାଆଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି  ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର 7 ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ। ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ। ମୂର୍ତ୍ତି ହସ୍ତାନ୍ତରେ ବେଳେ ଏଏସଆଇ ଅଧିକାରୀଙ୍କ ସହ ଦର୍ପଣଗଡ ଲୋକେ ବି ଉପସ୍ଥିତ ଥିଲେ।

ହଂକଂକୁ ଚୋରା ଚାଲାଣ ହେଉଥିବା ବେଳେ 2022ରେ ନୂଆ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ ବିଭାଗ ଏହି ମୂର୍ତ୍ତିକୁ ଉଦ୍ଧାର କରିଥିଲା। ଏହା ଜାଣିବା ପରେ ମୂର୍ତ୍ତିଟି ଓଡ଼ିଶା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ କଷ୍ଟମ ବିଭାଗକୁ ପ୍ରଟୋକୋଲ ଅନୁସାରେ ଓଡ଼ିଶା ପୋଲିସକୁ ମୂର୍ତ୍ତି ଫେରାଇବା ଲାଗି ସୁପାରିଶ କରାଯାଇଥିବା ପ୍ରତ୍ୟୁତ୍ତରରେ ଧର୍ମେନ୍ଦ୍ରଙ୍କୁ ଜଣାଇଥିଲେ। ମୂର୍ତ୍ତି ଫେରିବା ପରେ ଦର୍ପଣଗଡ଼ ବାସୀଙ୍କ ଶରୀରକୁ ପୁଣି ପ୍ରାଣ ଫେରି ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ। ଏବେ ଗ୍ରାମବାସୀ ଚାତକ ପରି ଅନାଇ ରହିଛନ୍ତି ସେହି ବହୁ ପ୍ରତିକ୍ଷିତ ମୂହୁର୍ତ୍ତକୁ ଯେଉଁ ଦିନ ମା କୋଟ୍ରାକ୍ଷୀଙ୍କୁ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Customs Department handed over the statue in the presence of the Union Minister | Argus News