CJIଙ୍କ ନାଁରେ ସାଇବର ଠକେଇ ଉଦ୍ୟମ: ମାଗିଲେ ୫୦୦ ଟଙ୍କା ଗାଡ଼ି ଭଡ଼ା

ଅର୍ଗସ ବ୍ୟୁରୋ: ଠକେଇର ନୂଆ ନୂଆ ତରିକା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ଶେଷରେ CJIଙ୍କୁ ବି ଠକମାନେ ଛାଡ଼ିଲେନି। ସାଇକର ଠକେଇ ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଏମିତି ଏକ ମାମଲା ଆଜି ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଣ୍ଚର୍ଯ୍ୟ ଚକିତ ହେବେ ।
CJIଙ୍କ ନାଁ ନେଇ ବଡ଼ ଠକେଇ। ମୁଁ CJI କହୁଛି, କଲିଜିୟମ୍ରେ ଜରୁରୀ ବୈଠକ ଅଛି, ମୁଁ କନ୍ନଟ ପ୍ଲେସ୍ରେ ଫସି ଯାଇଛି । ମୋତେ କାର୍ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି। ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍ ନିଜକୁ ବିଶ୍ୱାସ କରିପାରିଲେନି। ମାତ୍ର ପରେ ଖୋଳତାଡ଼ କରୁ କରୁ ଏହା ସାଇବର ଠକଙ୍କ କାରସାଦି ବୋଲି ଜାଣିବାକୁ ମିଳିଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ସବୁଠୁ ବଡ଼ କଥା ହେଲା ମେସେଜ ଆସିଥିବା ନମ୍ବରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦଚୂଡ଼ଙ୍କ ଫଟୋ ଲାଗିଥିଲା । ତେବେ ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏପରି ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସାଇବର ସେଲ୍ରେ ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ୍ ଅଧିକାରୀ କହିଛନ୍ତି ।
ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଉତ୍ତରପ୍ରଦେଶରେ ଗତବର୍ଷ ସବୁଠୁ ଅଧିକ ୨ ଲକ୍ଷରୁ ଅଧିକ ଲୋକ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ଉତ୍ତରପ୍ରଦେଶରୁ ୭୨୧.୧ କୋଟି ଠକି ନେଇଛନ୍ତି । ଏହାପରେ ମହାରାଷ୍ଟ୍ର ଓ ଗୁଜରାଟରୁ ଅଧିକ ଠକେଇ ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର