Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁମ୍ବାଇର ବୃଦ୍ଧଙ୍କ ଠାରୁ ୯ କୋଟି ଟଙ୍କା ଲୁଟିନେଲେ ସାଇବର ଠକ

Rashmita Mishra
Browse all articles by Rashmita Mishra
·11 months ago·1 min read
ମୁମ୍ବାଇର ବୃଦ୍ଧଙ୍କ ଠାରୁ ୯ କୋଟି ଟଙ୍କା ଲୁଟିନେଲେ ସାଇବର ଠକ

Key Points

ସାଇବର ଠକ ଲୁଟିନେଲେ ୯ କୋଟି
ମୁମ୍ବାଇର ବୃଦ୍ଧଙ୍କ ଠାରୁ ୯ କୋଟି ଟଙ୍କା ଲୁଟିନେଲେ ସାଇବର ଠକ
ଚାରିଜଣ ମହିଳାଙ୍କ ଦ୍ବାରା ଲୁଟର ଶିକାର ହେଲେ ବୃଦ୍ଧ
ଫେସବୁକରୁ ବନ୍ଧୁତା ପରେ ଫୋନ ନମ୍ବର ଦିଆନିଆ ହୋଇଥିଲା

ସାଇବର ଠକ ଲୁଟିନେଲେ ୯କୋଟି ଟଙ୍କା । ମୁମ୍ବାଇରେ ଜଣେ ୮୦ବର୍ଷ ବୟସ୍କ ବୃଦ୍ଧଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଲୁଟେରାମାନେ ବୃଦ୍ଧଙ୍କୁ ସମବେଦନାର ଆଳ ଦେଖାଇ ପ୍ରଥମେ ତାଙ୍କର ବିଶ୍ବସ୍ତ ହେବାକୁ ଚେଷ୍ଟା କରିଥିଲେ । ୨୦୨୩ରେ ପ୍ରଥମେ ଫେସବୁକରେ ଆରମ୍ଭ ହୋଇଥିଲା ବନ୍ଧୁତା । ପରେ ସେମାନେ ପରସ୍ପର ସହ ଚାଟିଂ କରିବା ସହ ନମ୍ବର ଦିଆନିଆ କରିଥିଲେ । ଏହାର କିଛି ଦିନ ପରେ ଆଉ ତିନିଜଣ ମହିଳା ବୃଦ୍ଧଙ୍କ ସହ ଫେସବୁକରେ ଯୋଡି ହୋଇଥିଲେ ।

ଚାରି ମହିଳା ବିଭିନ୍ନ ସମସ୍ୟା ଜଣାଇ ବୃଦ୍ଧଙ୍କ ଠାରୁ ପ୍ରଥମେ ଟଙ୍କା ମାଗିଥିଲେ । ପରେ ମହିଳାମାନେ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ଠାରୁ ବାରମ୍ବାର ଟଙ୍କା ଲୁଟ୍ କରିଥିଲେ । ଗତ ୨୧ ମାସ ଧରି ଚାଲିଥିଲା ଏହି ସାଇବର ଲୁଟ୍ । ଶେଷରେ ମହିଳାମାନଙ୍କ ଦ୍ବାରା ୯କୋଟି ଟଙ୍କା ଠକେଇର ଶିକାର ହୋଇଥିଲେ ବୃଦ୍ଧ । ସର୍ବସ୍ବାନ୍ତ ହେବା ପରେ ବୃଦ୍ଧ ଜଣଙ୍କ ତାଙ୍କ ପୁଅକୁ ୫ଲକ୍ଷ ଟଙ୍କା ମାଗିଥିଲେ। ଏଥିରେ ତାଙ୍କ ପୁଅର ସନ୍ଦେହ ହୋଇଥିଲା । ଖୋଳତାଡ ପରେ ବୃଦ୍ଧଙ୍କ ଆକାଉଣ୍ଟରୁ ପ୍ରାୟ ୯କୋଟି ଟଙ୍କା ସାଇବର ଲୁଟେରା ଲୁଟି ନେଇଥିବା ଜଣାପଡିଛି । ଏନେଇ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cyber-fraudsters-rob-elderly-mumbai-man-of-rs-9-crore | Argus News