Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଇଏମଡି

National

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଇଏମଡି

Ritu Das
Browse all articles by Ritu Das
·1 year ago·1 min read
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଇଏମଡି

ସାରା ଦେଶରେ କ୍ରମାଗତ ଭାବେ ବଦଳୁଥିବା ପାଗ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଉତ୍ତର-ପୂର୍ବ ଭାରତ ପାଇଁ ବର୍ଷା ସତର୍କ ସୂଚନା ଜାରି କରିଛି। ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ଆସାମ ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବରାଜ୍ୟରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ନାଗାଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଫଳରେ ଫେବୃଆରି ୧୫ରୁ ୨୧ ମଧ୍ୟରେ ଉତ୍ତର ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ତୁଷାରପାତ ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ମାସ ଯେତିକି ଆଗକୁ ବଢ଼ୁଛି ସାରା ଦେଶରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।


ତେବେ ୧୯ ତାରିଖରେ ଉତ୍ତର-ପୂର୍ବର ଅନେକ ରାଜ୍ୟରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ଆସାମ ଓ ମେଘାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ଅରୁଣାଚଳ ପ୍ରଦେଶରେ ତୁଷାରପାତ ଓ ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ସମ୍ଭାବନା ପାଣିପାଗ ବିଭାଗ କହିଛି ଯେ ପର୍ବତରେ ଏକ ନୂତନ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ହିମାଚଳ ପ୍ରଦେଶରେ ବିକ୍ଷିପ୍ତରୁ ହାଲୁକା ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ୧୯-୨୦ରେ ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone in Bay of Bengal: IMD warns of heavy rain in 13 states | Argus News