|
logo
Live

Argus News - ୩୨ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

National

୩୨ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

Sushanta Sahoo
Browse all articles by Sushanta Sahoo
·1 year ago·1 min read
୩୨ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

Key Points

ଭଗ୍ନାବଶେଷ ତଳୁ ମିଳିଲା ଜୀବନ

ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଉଦ୍ଧାର

ଅର୍ଗସ ବ୍ୟୁରୋ: ଦିଲ୍ଲୀର ବୁରାଡ଼ିରେ ଏକ ୪ ମହଲା କୋଠାର ଭଗ୍ନାବଶେଷ ତଳୁ ମିଳିଲା ଜୀବନ । କୋଠା ଭୁଶୁଡ଼ିବାର ପ୍ରାୟ ୩୨ ଘଣ୍ଟା ପରେ ଗୋଟିଏ ପରିବାରର ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରେ ନିର୍ମାଣାଧିନ କୋଠା ଭୁଶୁଡ଼ିବାରୁ ୨୧ ଜଣ ଚାପି ହୋଇ ରହିଥିଲେ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କୁ ଉଦ୍ଧାର କରା ଯାଇଥିଲା ।


ବୁରାଡ଼ିର ଅସ୍କାର ପବ୍ଲିକ୍ ସ୍କୁଲ୍ ନିକଟରେ କୋଠାଟି ଭୁଶୁଡ଼ି ପଡ଼ିଥିଲା । ପୋଲିସ ଅନୁସାରେ, ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି, ରାତି ସୁଦ୍ଧା ଶେଷ ହୋଇପାରେ । ଦିଲ୍ଲୀ ପୋଲିସ ସହ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ଲାଗିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଠା ଭୁଶୁଡ଼ିବାର ୩୨ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ସେମାନେ ଛାତର ସ୍ଲାବ ତଳେ ଥିଲେ । ଏହି ପରିବାରରେ ଦମ୍ପତିଙ୍କ ସହ ୨ ନାବାଳିକା ଝିଅଙ୍କୁ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।


ଅଧିକାରୀଙ୍କ ଅନୁସାରେ, ନବନିର୍ମିତ କୋଠାର ଛାତର ସ୍ଲାବ ରଷୋଇ ଗ୍ୟାସ ସିଲିଣ୍ଡର ଉପରେ ଖସି ପଡ଼ିଥିଲା । ଫଳରେ ପରିବାର ଭଗ୍ନାବଶେଷରେ ଫସି ରହିଥିଲେ । ସିଲିଣ୍ଡର ପାଇଁ ପରିବାର ଭଗ୍ନାବଶେଷରେ ଚାପି ହୋଇ ନଥିଲେ । ଅଘଟଣର ୩୨ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସିଲିଣ୍ଡର ପାଇଁ ବଞ୍ଚି ଯାଇଛି ଗୋଟିଏ ପରିବାର ।


Sponsored
୩୨ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ | Argus News