Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Nitish Kumar: ଭୋଜି ଲୁଣିଆ କରିଦେଲେ ନିତିଶ, ଦହି-ଚୂଡା ଖାଇ ରାଗିଗଲେ ଲାଲୁଙ୍କ ପୁଅ !

National

Nitish Kumar: ଭୋଜି ଲୁଣିଆ କରିଦେଲେ ନିତିଶ, ଦହି-ଚୂଡା ଖାଇ ରାଗିଗଲେ ଲାଲୁଙ୍କ ପୁଅ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Nitish Kumar: ଭୋଜି ଲୁଣିଆ କରିଦେଲେ ନିତିଶ, ଦହି-ଚୂଡା ଖାଇ ରାଗିଗଲେ ଲାଲୁଙ୍କ ପୁଅ !

ଅର୍ଗସ ବ୍ୟୁରୋ: ଦହି-ଚୂଡ଼ାର ସ୍ୱାଦ ଠାରୁ ବେଶି ପଲଟିକାଲ ଟେଷ୍ଟ ବଢାଇଛି ଲାଲୁଙ୍କ ସାନ ପୁଅଙ୍କ ରାଗ । ମକରରେ ମସ୍ତ ଛୁଙ୍କଟିଏ ଦେଇଛନ୍ତି । ଯାହାକୁ ନେଇ ରୋଷେଇଶାଳ ନୁହେଁ ରାଜନୈତିକ କିଚେନରେ ଭାରି ଚର୍ଚ୍ଚା । ଲାଲୁଙ୍କ ଘରକୁ ଆସି ଦହି ଚୁଡା ଖାଇବାର ଖବର ଭିତରେ ରାବଡୀଙ୍କ କନିଷ୍ଠ ପୁତ୍ର ତେଜ ପ୍ରତାପଙ୍କ ବୟାନ ସବୁ ବାଟ ବନ୍ଦ କରିଦେଇଛି । ଅର୍ଥାତ ଆରଜେଡି ବିଧାୟକ ତେଜପ୍ରତାପ କହିଛନ୍ତି ବିହାର ମୁଖ୍ଯମନ୍ତ୍ରୀ ନିତିଶ କୁମାରଙ୍କୁ ଘରେ ପୁରାଇ ଦେବିନାହିଁ ।


ହେଲେ ଏକଥା ବି ଚର୍ଚ୍ଚା ହେଉଛି ଭୋଜିକୁ ଲୁଣିଆ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ । ମକର ଅବସରରେ ବିହାରରେ ଆୟୋଜିତ ହୋଇଥାଏ ଦହି-ଚୂଡ଼ା ଭୋଜି । ରାଜନୈତିକ ଦଳ ଗୁଡିକ ମଧ୍ୟ ଏହି ଉତ୍ସବକୁ ମହା ଆଡମ୍ବର ସହକାରେ ପାଳନ କରିଥାନ୍ତି । ଚଳିତବର୍ଷ ଆରଜେଡି, ଏଲଜେପି ଏବଂ କଂଗ୍ରେସ ପକ୍ଷରୁ ନିଜ ନିଜର ପାର୍ଟ୍ଟି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ଏହି ଉତ୍ସବ । ଆଉ ଏହି ଉତ୍ସବ ଭିତରେ ରାବଡୀ ନିବସରେ ଦହି ଚୂଡ଼ା ଖାଇ ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲାବେଳେ ତେଜପ୍ରତାପ କହିଛନ୍ତି ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରିବାର କୌଣସି ପ୍ରକାର ଆଗ୍ରହ ନାହିଁ । ଯଦି ଘରକୁ ମଧ୍ୟ ଆସନ୍ତି ତାଙ୍କୁ ପୁରାଇ ଦେବିନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ମକର ଉତ୍ସବ ଭିତରେ କିନ୍ତୁ 10 ସର୍କୁଲାର ରୋଡରେ ଭାରି ଭିଡ଼ । କାହିଁକି ନା ବିହାରର ତତ୍କାଳୀନ ମୁ୍ଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତଥା ରାବଡୀ ନିବାସକୁ ନେଇ ଖବର ବି ପୁରା ଗରମ । ଚଳିତ ବର୍ଷ ଲାଲୁ ଦହି-ଚୂଡ଼ା ଭୋଜିକୁ ମଧ୍ୟ ଭବ୍ୟ ଭାବେ ପାଳନ କରୁଛନ୍ତି । ଯେଉଁଥିରେ କିଛି ନିର୍ଦ୍ଧିଷ୍ଠ ନେତା-ମନ୍ତ୍ରୀ-ବିଧାୟକ ଓ କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଛି ।


ତେବେ ଯଦି ବା ଲାଲୁ-ନିତିଶଙ୍କ ଭିତରେ କଳହ ରହିଥିଲା । କ୍ଷମତାର ସ୍ୱାଦ ଛଢାଇ ବିଜେପିକୁ ନିତିଶ ଦେଇଦେଇଥିଲେ । କନ୍ତୁ ଚର୍ଚ୍ଚା ହେଉଛି ବର୍ତ୍ତମାନ ସେ ମନମାଳିନ୍ୟରେ ଟିକେ ଯବନିକା ପଡିଛି । କେଉଁଠି ନିତିଶ ଏନଡିଏ ସମ୍ପର୍କରେ ନାଖୁସ ଅଛନ୍ତି । କେତେବେଳେ କେଉଁ ଦଳ ସହ ନିତିଶ ସମଝୋତା କରି ଶାସନକୁ ଆସିବେ ତାହା ସ୍ୱୟଂ ଭଗବାନ ବି ଜାଣିନଥିବେ । ଲାଲୁଙ୍କ ସହ ନିତିଶ କୁଆଡେ ଯୋଗାଯୋଗରେ ଥିବାନେଇ କୁହାଯାଉଛନ୍ତି । ସେଥିପାଇଁ କୁହାଯାଉଛି ତେଜପ୍ରତାପଙ୍କ ଭୋଜିକୁ ନିତିଶ ଲୁଣିଆ କରିଦେଇଛନ୍ତି । ଆଉ ଦହି-ଚୂଡ଼ା ଖାଇ ରାଗିଯାଇଛନ୍ତି ଲାଲୁ-ରାବଡୀଙ୍କ କନିଷ୍ଠ ପୁତ୍ର ତେଜପ୍ରତାପ ।

Argus Whatsapp Channel Mobile Top
Sponsored
Dahi Chura Bhoj Party RJD MLA Tej Pratap Yadav On CM Nitish Kumar | Argus News