Videos
|
National

   ସ୍କିନ୍‌ ଏବଂ କେଶ ପାଇଁ ଲାଭଦାୟକ ଦଲିଆ 

Manini Pattanayak
Browse all articles by Manini Pattanayak
·1 year ago·2 min read
   ସ୍କିନ୍‌ ଏବଂ କେଶ ପାଇଁ ଲାଭଦାୟକ ଦଲିଆ 

ନୂଆଦିଲ୍ଲୀ:  ଦଲିଆ  ଏକ ହେଲଦୀ ଫୁଡ୍‌। ଏହାକୁ  ପ୍ରାୟତଃ  କେହି କେହି ଅଧିକ ସ୍ୱାଦିଷ୍ଟ ପାଇଁ ଫଳ ଏବଂ ବାଦାମ ସହ ମେସେଇକି ଖାଇଥାନ୍ତି। ସକାଳ ବ୍ରେକ ଫାଷ୍ଟରେ  ଦଲିଆ ଖାଇବା ଅତି ଉତ୍ତମ ବୋଲି କୁହାଯାଇଥାଏ।  ହେଲଥ ଏବଂ  ଫିଟ୍‌ନେସ୍‌ ପାଇଁ ଚିନ୍ତିତ  ଥିବା  ଲୋକେ ନିଶ୍ଚିତ  ଦଲିଆକୁ  ଖାଆନ୍ତୁ। କାରଣ ଏହା ବହୁତ ଲାଭଦାୟକ।  ଦଲିଆର ସେବନ ନିୟମିତ  ଭାବେ କରିବା ଦ୍ୱାରା  ଆପଣଙ୍କ ଶରୀରକୁ ଖୁବ୍‌‌ ଲାଭ ମିଳିଥାଏ।   ବିଶେଷକରି ଏହାକୁ ଗୋଟିମାସ ପର୍ଯ୍ୟନ୍ତ ଖାଇଲେ ଏହାର ଭଳ ସୁଫଳ ମିଳିଥାଏ।  ତେବେ ଆସନ୍ତୁ ଜାଣିବା   ଗୋଟିଏ ମାସ  ନିୟମିତ ଦଲିଆ ଖାଇଲେ କଣ ଲାଭ ମିଳିବ  ?  

ଓଜନ ହ୍ରାସ କରିବାରେ ସହାୟକ 

ଦଲିଆରେ ଫାଇବର ର ମାତ୍ରା  ବହୁତ ଅଧିକ ଥାଏ।  ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ପୁରିକି ଥିବାର ଅନୁଭବ ଦେଇଥାଏ ।   ଏହା ଭୋକକୁ ନିୟନ୍ତ୍ରଣ କରେ। ଅଧିକ ଖାଇବା ରୁ ରକ୍ଷା କରିଥାଏ ଦଲିଆ।  ଯେଉଁମାନେ ଓଜନ  କମ୍‌ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ଦଲଆ ଏକ ଉତ୍ତମ ବିକଳ୍ପ ଅଟେ   । କାହିଁକି ନା ଏହା  ଏକ ଲୋ କ୍ୟାଲୋରୀ  ଏବଂ  ପୋଷଣରେ ଭରପୁର  ଥିବା ଖାଦ୍ୟ। 

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫାଇବରରେ  ଭରପୁର ଦଲିଆ ପାଚନ ତନ୍ତ୍ରରେ ଉନ୍ନତି  ଆଣେ ।  ଏହା କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିଥାଏ ଏବଂ ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ନିଇତି ଦଳିଆ ଖାଉଛନ୍ତି ତେବେ ଆପଣଙ୍କ  ପାଚନ ତନ୍ତ୍ର  ମଜଭୁତ  ହୋଇଥାଏ।  ଦୃଷ୍ଟିଶକ୍ତି ବୃଦ୍ଧି  କରିଥାଏ ଦଲିଆ ।  

ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିଥାଏ 

ଏକ ବେଷ୍ଟ ଫୁଡ୍‌   । ଦଲିଆରେ ଗ୍ଲାଇସେମିକ ଇନଡେକ୍ସ କମ ରହିଥାଏ।  ଯାହାଦ୍ୱାରା  ଡାଇବେଟିସ୍‌ ରୋଗି ଏହାକୁ  ଖାଇଲେ ଲାଭ ପାଇବେ।  ଏହା ଧିରେ ଧିରେ  ସୁଗାରକୁ ରିଲିଜ୍‌ କରିଥାଏ।  ଯାହାଦ୍ୱାରା  ରକ୍ତରେ ଶର୍କରା ସ୍ତରରେ ହଠାତ୍ ବୃଦ୍ଧି ହୋଇନଥାଏ।  ଯଦି ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତି, ତେବେ ନିୟମିତ ଭାବରେ ଏକ ମାସ ପାଇଁ ଦଲିଆ  ନିୟମିତ  ସେବନ  କରନ୍ତୁ।  ଏହା ଖାଇବା ଦ୍ୱାରା  ଆପଣଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହିଥାଏ। 

 ଇମ୍ୟୁନିଟି ବଢାଇଥାଏ ଦଲିଆ


ଦଲିଆରେ ଭିଟାମିନ , ମିନେରାଳ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଆପଣଙ୍କ ଇମ୍ୟୁନିଟିକୁ  ମଜଭୁତ କରିବାରେ ସହାୟକ ହୋଇଥାଏ।  ଏଥିରେ ଥିବା ଭିଟାମିନ୍‌ , B କମ୍ପ୍ଲେକ୍ସ , ଆଇରନ ଏବଂ ମ୍ୟାଗ୍ନେଶିୟମ ଶରୀରର ଏନର୍ଜିକୁ ବଢାଇଥାଏ ଆଉ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ। 
 

ସ୍କିନ୍‌ ଏବଂ କେଶ ପାଇଁ ଲାଭଦାୟକ

ଦଲିଆରେ ଥିବା  ପୋଷକ ତତ୍ତ୍ୱ  ଯେପରି ଜିଙ୍କ, ବାୟୋଟିନ୍  ତ୍ୱଚା ଏବଂ କେଶ ପାଇଁ  ଲାଭଦାୟକ ହୋଇଥାଏ। ଏହା ତ୍ୱଚାକୁ ସଫା ଏବଂ ହେଲଦି ରଖିବାରେ  ସାହାଯ୍ୟ କରିଥାଏ। ଆଉ କେଶକୁ ମଜଭୁତ, କଳା କରିଥାଏ।  ଗୋଟିଏ ମାସ ପର୍ଯ୍ୟନ୍ତ ଦଲିଆ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଲାଭ ମିଳିବ । ଆପଣ ଦଲିଆକୁ ବାଲାନ୍ସ ଡାଏଟ ସହ ମିସେଇ ଖାଇପାରିବେ ଆଉ ଏହାକୁ ଅଧିକ ସ୍ୱାଦିଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଏଥିରେ  ଫ୍ରୁଟ୍ସ, ନଟସ୍‌ ଅଥବା ସବଜି ସାମିଲ କରି ଖାଇପାରିବେ। ତେବେ ଆଉ ଡେରି ନ କରି ବ୍ରେକ ଫାଷ୍ଟରେ ଆଡ୍‌ କରନ୍ତୁ ଦଲିଆ 
 
 ଅଧିକ ଦେଖନ୍ତୁ :