ଗଛ ଉପରେ ଚଢ଼ି ମହିଳାଙ୍କ ବଲିଉଡ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ
·2 years ago·1 min read

ଅର୍ଗସ ବ୍ୟୁରୋ: ଗଛ ଉପରେ ଚଢ଼ି ଜଣେ ମହିଳାଙ୍କ ଅଜବ ନୃତ୍ୟ। ତାହା ପୁଣି ପୁରୁଣା ବଲିଉଡ ସଙ୍ଗରେ। ବଲିଉଡ ପାଇଁ ସତରେ ଲୋକଙ୍କର କ୍ରେଜ କହିଲେ ନ ସରେ। ଆପଣ ବିଶ୍ବାସ କରିପାରୁ ନାହାନ୍ତି ନା କିନ୍ତୁ କଥାଟା ସତ। ଜଣେ ମହିଳା ଏକ ଗଛର ଶୀର୍ଷ ଡାଳକୁ ଯାଇ ବଲିଉଡ ସଙ୍ଗରେ ଠୁମକା ଲଗାଉଛନ୍ତି। ପୁରୁଣା ୯୦ ଦଶକର ଗୀତ `ଚେନ ମେରା ତୁନେ ଲେଲିଆ' ସଙ୍ଗରେ ମହିଳାଙ୍କ ଜବରଦସ୍ତ ଡ୍ୟାନ୍ସ। ସତରେ ମହିଳାଙ୍କ ଅଦ୍ଭୁତ ଟ୍ୟାଲେଣ୍ଟ।
ସେଥିରେ ପୁଣି ସେ ଭାରି ଭରକମ ଲେହେଙ୍ଗା ପିନ୍ଧିଛନ୍ତି। ଏହି ନୃତ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥା ହେଉଛି ଫଲୋର୍ସ ପାଇବାକୁ ଆଜିକାଲି ଲୋକେ କିଛି ବି କରୁଛନ୍ତି। ଏମିତି କି ବିପଦ ମୁହଁକୁ ଯିବାକୁ ବି ଲୋକେ ପଛାଉ ନାହାନ୍ତି। ସେ ଯେଉଁଠି ନାଚୁଛନ୍ତି ଥରେ ବି ଭାବୁ ନାହାନ୍ତି ପଡ଼ିଲେ କଣ ଅବସ୍ଥା ହେବ। ଏଭଳି ଦୟା କରି କରନ୍ତୁ ନାହିଁ। ଲାଇକ ଏବଂ ଭ୍ୟୁଜ ପାଇଁ ବିପଦ ମୁହଁକୁ ଯାଆନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: