Videos
|
National

ନା ଠାକୁରଙ୍କୁ ନା ଆଉ କାହାକୁ ବି ସ୍ପର୍ଶ କରନ୍ତି ନାହିଁ ଏହି ସନ୍ୟାସୀ, ଧରୁଥିବା 'ଦଣ୍ଡ'ର ରହିଛି ବିଷ୍ଣୁଙ୍କ ସହ ସମ୍ପର୍କ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ନା ଠାକୁରଙ୍କୁ ନା ଆଉ କାହାକୁ ବି ସ୍ପର୍ଶ କରନ୍ତି ନାହିଁ ଏହି ସନ୍ୟାସୀ, ଧରୁଥିବା 'ଦଣ୍ଡ'ର ରହିଛି ବିଷ୍ଣୁଙ୍କ ସହ ସମ୍ପର୍କ

Key Points

ମହାକୁମ୍ଭରେ ଦଣ୍ଡଧାରୀ ସନ୍ୟାସୀ

ସନ୍ୟାସୀଙ୍କ ସବୁଠୁ ବଡ଼ ପରିଚୟ ଧରୁଥିବା 'ଦଣ୍ଡ'

ନା କାହାକୁ ଛୁଅନ୍ତି ନା ନିଜକୁ ସ୍ପର୍ଶ ଲାଗି ଅନୁମତି ଦିଅନ୍ତି

ଏମାନେ ସନାତନ ଧର୍ମର ସର୍ବୋଚ୍ଚ ସନ୍ୟାସୀ

ଅର୍ଗସ ବ୍ୟୁରୋ: ମହାକୁମ୍ଭରେ ସାମିଲ୍ ହେଉଥିବା ସନ୍ୟାସୀଙ୍କ ମଧ୍ୟରୁ ଦଣ୍ଡଧାରୀ ସନ୍ୟାସୀ ହେଉଛନ୍ତି ଅନ୍ୟତମ । ଏହି ସନ୍ୟାସୀଙ୍କ ସବୁଠୁ ବଡ଼ ପରିଚୟ ହେଉଛି- ସେମାନେ ଧରୁଥିବା ଦଣ୍ଡ (ବାଡ଼ି) । ଯାହାକୁ ପରମାତ୍ମାଙ୍କ ସହ ସନ୍ୟାସୀଙ୍କ ଯୋଗସୂତ୍ର ବୋଲି ବିବେଚନା କରାଯାଏ ।


ଚଳିତ ମହାକୁମ୍ଭରେ ଏହି ଦଣ୍ଡଧାରୀ ସନ୍ୟାସୀଙ୍କ ଆଖଡ଼ା ସେକ୍ଟର ୧୯ରେ ଲାଗିଛି । ତେବେ ଏହି ସନ୍ୟାସୀ ଅନ୍ୟମାନଙ୍କ ଠାରୁ ବେଶ୍ ଭିନ୍ନ । କାରଣ ଦଣ୍ଡଧାରୀ ସନ୍ୟାସୀ ନା କାହାକୁ ଛୁଅନ୍ତି ନା ନିଜକୁ ସ୍ପର୍ଶ ଲାଗି କାହାରିକୁ ଅନୁମତି ଦିଅନ୍ତି ।


ସ୍ଵାମୀ ଜିତେନ୍ଦ୍ରନନ୍ଦ ସରସ୍ଵତୀଙ୍କ ଅନୁସାରେ, ଶଙ୍କରାଚାର୍ଯ୍ୟ ହେବା ପୂର୍ବରୁ ଦଣ୍ଡଧାରୀ ସନ୍ୟାସୀ ପ୍ରକ୍ରିୟା ଦେଇ ଯିବା ଜରୁରୀ ଅଟେ । ଏଥିପାଇଁ ୧୨ ବର୍ଷ ଧରି ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼େ । ଏମାନେ ସନାତନ ଧର୍ମର ସର୍ବୋଚ୍ଚ ସନ୍ୟାସୀ ହୋଇଥାଆନ୍ତି । ସମାଜ ଓ ଦେଶର ହିତ ଲାଗି ସେମାନଙ୍କ ଜୀବନ ସମର୍ପିତ ହୋଇଥାଏ ।


ଏବେର ସମୟରେ ଦେଶରେ ପ୍ରାୟ ୧ ହଜାର ଦଣ୍ଡଧାରୀ ସନ୍ୟାସୀ ରହିଛନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ, ସେମାନେ ଧରୁଥିବା 'ଦଣ୍ଡ'କୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ମାନ୍ୟତା ଦିଆଯାଏ । ଯେତେବେଳେ ଜଣେ ବ୍ରାହ୍ଣଣ ସନ୍ୟାସ ଗ୍ରହଣ କରନ୍ତି ତ ଶାସ୍ତ୍ର ଅନୁସାରେ ତାଙ୍କୁ ନିର୍ଦ୍ଧାରିତ ନିୟମ ମାନିବାକୁ ପଡ଼େ । ଏହା ପରେ ହିଁ ତାଙ୍କୁ ମିଳିଥାଏ 'ଦଣ୍ଡ' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସନ୍ୟାସୀଙ୍କ 'ଦଣ୍ଡ' ଭଗବାନ ବିଷ୍ଣୁ ଓ ତାଙ୍କ ଶକ୍ତିର ପ୍ରତୀକ । ସମସ୍ତ ଦଣ୍ଡଧାରୀ ସନ୍ୟାସୀ ପ୍ରତିଦିନ ସେମାନଙ୍କ 'ଦଣ୍ଡ'ର ଅଭିଷେକ, ତର୍ପଣ ଓ ପୂଜା କରିଥାନ୍ତି । 'ଦଣ୍ଡ'କୁ ଦଣ୍ଡଧାରୀ ସନ୍ୟାସୀ ଘୋଡ଼ାଇ ଶୁଦ୍ଧ ରଖନ୍ତି । କେବଳ ପୂଜା ସମୟରେ 'ଦଣ୍ଡ'କୁ ଖୋଲିଥାନ୍ତି ।


କୁହାଯାଏ, ସନ୍ୟାସୀଙ୍କ 'ଦଣ୍ଡ'ରେ ବ୍ରହ୍ମାଣ୍ଡର ଦିବ୍ୟ ଶକ୍ତି ରହିଛି । ଅପାତ୍ର ଓ ଅନଧିକୃତ ବ୍ୟକ୍ତିଙ୍କୁ ଦଣ୍ଡକୁ ଖୋଲି କରି ଦେଖାଯାଏ ନାହିଁ । ଦେଶରେ ଥିବା ଦଣ୍ଡଧାରୀ ସନ୍ୟାସୀଙ୍କ ମଧ୍ୟରୁ ଶଙ୍କରାଚାର୍ଯ୍ୟ ଚୟନ ହୋଇଥାଆନ୍ତି । ଏହି ଦଣ୍ଡଧାରୀ ସନ୍ୟାସୀଙ୍କୁ ଅନେକ ବାଧା ବିଘ୍ନ ଦେଇ ଯିବାକୁ ପଡ଼େ ।


ତେବେ କୌଣସି ଦଣ୍ଡଧାରୀ ସନ୍ୟାସୀଙ୍କ ନିଧନ ହେଲେ ସେମାନଙ୍କୁ ଶରୀରକୁ ପୋଡ଼ା ଯାଏ ନାହିଁ । କାରଣ କୌଣସି ବ୍ରାହ୍ମଣଙ୍କୁ ଦୀକ୍ଷା ଦିଆଯିବା ବେଳେ ଅନ୍ତିମ ସଂସ୍କାରର କ୍ରିୟା କରା ଯାଇଥାଏ । ବିଶ୍ଵାସ ରହିଛି, ସେତେବେଳେ ହିଁ ସେମାନଙ୍କୁ ମୋକ୍ଷ ମିଳିଥାଏ । ତେଣୁ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ଭଳି ଦଣ୍ଡଧାରୀ ସନ୍ୟାସୀଙ୍କ ମୃତଦେହ ନ ପୋଡ଼ି ସମାଧି ତିଆରି କରାଯାଏ ।

Dandi Sanyasis And Their Religious Journey | Argus News