Dangerous Airport: ଏକ୍ସପର୍ଟ ପାଇଲଟ ବି ଲାଣ୍ଡିଙ୍ଗ-ଟେକଅଫ କରିବାକୁ ଡରନ୍ତି

Key Points
ଏପରି ବିପଜ୍ଜନକ ରନୱେରେ ଉଡ଼ାଣ ଭରିବା ସମୟରେ ପାଇଲଟମାନଙ୍କୁ ସ୍ୱତନ୍ତ୍ର ତାଲିମ ନେବା ସହ ଅତ୍ୟାଧୁନିକ ବୈଷୟିକ ସହାୟତାର ଆବଶ୍ୟକତା ପଡ଼ିଥାଏ ।
ଭାରତରେ ଅନେକ ଏପରି ଏୟାରପୋର୍ଟ ଅଛି, ଯେଉଁଠି ଟେକଅଫ୍ ଓ ଲ୍ୟାଣ୍ଡିଂ ସମୟରେ ଅନେକ ବିପଦ ଥାଏ । ଏହିପରି ରନୱେରେ ଉଡ଼ାଣ ଭରିବା ଅଭିଜ୍ଞ ପାଇଲଟଙ୍କ ପାଇଁ ମଧ୍ୟ କଷ୍ଟକର ହୋଇଥାଏ । ସାମାନ୍ୟ ଅସାବଧାନତାରେ ବଡ଼ ଦୁର୍ଘଟଣାର ଆଶଙ୍କା ରହିଥାଏ । ନିକଟ ଅତୀତରେ ବିଶ୍ୱର ବିଭିନ୍ନ ସ୍ଥାନରେ ବିମାନ ଦୁର୍ଘଟଣାର ଖବର ଶୁଣିବାକୁ ମିଳୁଛି । ଲ୍ୟାଣ୍ଡିଂର କେଇ କ୍ଷଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ହେଉ କିମ୍ବା ଛୋଟମୋଟ ଅଘଟଣ ପାଇଁ ଶହ ଶହ ଲୋକଙ୍କ ଜୀବନ ଚାଲିଯାଉଛି । ତେବେ ଆସନ୍ତୁ ଜାଣିବା ଭାରତର କେଉଁ କେଉଁ ବିମାନବନ୍ଦର ବିପଦଜନକ, ଯେଉଁଠାରେ ଅଭିଜ୍ଞ ପାଇଲଟ ମଧ୍ୟ ଟେକଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଭୟ କରନ୍ତି ।
ମିଜୋରାମ ସ୍ଥିତ ଲେଙ୍ଗପୁଇ ବିମାନବନ୍ଦରକୁ ଭାରତର ସବୁଠାରୁ ବିପଜ୍ଜନକ ବିମାନବନ୍ଦର ବୋଲି କୁହାଯାଏ । ଏଠାରେ ରନୱେ ତଳେ ଜଳର ସ୍ରୋତ କ୍ରମାଗତ ଭାବରେ ପ୍ରବାହିତ ହେଉଥାଏ, ବର୍ଷା ଋତୁରେ ସ୍ଥିତି ଅଧିକ ବିପଦପୂର୍ଣ୍ଣ ହୋଇଯାଏ । ଏଭଳି ପରିବେଶରେ ବିମାନ ଅବତରଣ କରାଇବା ପାଇଲଟଙ୍କ ପାଇଁ କୌଣସି ବଡ଼ ପରୀକ୍ଷାଠାରୁ କମ୍ ନୁହେଁ ।
ସେହିପରି ଜାମ୍ମୁ କାଶ୍ମୀର ଲେହ ସ୍ଥିତ ରିମ୍ପୋଚି ବିମାନବନ୍ଦର, ଯାହାର ଉଚ୍ଚତା ୩୨୫୯ ମିଟର.. ଏଠାରେ ବିମାନ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଅତ୍ୟନ୍ତ ବିପଦପୂର୍ଣ୍ଣ ଅନୁଭୂତି ଅଟେ । ଅତ୍ୟଧିକ ଉଚ୍ଚତା ଏବଂ ପ୍ରତିକୂଳ ବାୟୁମଣ୍ଡଳୀୟ ଅବସ୍ଥା ହେତୁ ଏଠାରେ ବିମାନକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ ।
ହିମାଚଳ ପ୍ରଦେଶର କାଙ୍ଗଡ଼ାର ଗଗଲ ବିମାନବନ୍ଦରକୁ ମଧ୍ୟ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହାର ରନୱେ ୨୪୯୨ ଫୁଟ ଉଚ୍ଚତାରେ ଅବସ୍ଥିତ। ଏପରି ପରିସ୍ଥିତିରେ, ବିମାନ ଅବତରଣ କରିବା ସମୟରେ ପାଇଲଟଙ୍କୁ ବହୁତ ସତର୍କ ରହିବାକୁ ପଡ଼ିଥାଏ।
📱 Get Argus News App
✨
ମାଙ୍ଗଲୋର ଏୟାରପୋର୍ଟକୁ ଟେବୁଲଟପ ଏଆରପୋର୍ଟ କୁହାଯାଏ । ୨୦୧୦ରେ ଏହି ବିମାନବନ୍ଦର ଏକ ବଡ଼ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଠାରେ ଏୟାର ଇଣ୍ଡିଆର ବିମାନଟି ରନୱେ ବାହାରକୁ ଚାଲି ଯାଇଥିଲା ଏବଂ ପାହାଡ଼ ତଳକୁ ଖସିପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଯାଇଥିଲା। ଏହି ରନୱେର ଆକାର ଓ ଆଖପାଖର ଭୂଭାଗ କାରଣରୁ ଟେକଅଫ ଓ ଲାଣ୍ଡିଂ ବିପଦଜନକ ।
ଏପରି ବିପଜ୍ଜନକ ରନୱେରେ ଉଡ଼ାଣ ଭରିବା ସମୟରେ ପାଇଲଟମାନଙ୍କୁ ସ୍ୱତନ୍ତ୍ର ତାଲିମ ନେବା ସହ ଅତ୍ୟାଧୁନିକ ବୈଷୟିକ ସହାୟତାର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ଏହି ବିମାନବନ୍ଦର ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ନୀରିକ୍ଷଣ, କଡା ନିୟମ ଏବଂ ସ୍ୱତନ୍ତ୍ର ପରିଚାଳନା ପ୍ରଣାଳୀ ଗ୍ରହଣ କରାଯାଇଛି, ଯଦ୍ୱାରା ଅଘଟଣକୁ ରୋକାଯାଇ ପାରିବ ।