Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହିଲେ ଜେଲ ଯିବେ: କୋର୍ଟଙ୍କ ବଡ଼ ରାୟ

National

ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହିଲେ ଜେଲ ଯିବେ: କୋର୍ଟଙ୍କ ବଡ଼ ରାୟ

Ritu Das
Browse all articles by Ritu Das
·2 years ago·1 min read
ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହିଲେ ଜେଲ ଯିବେ: କୋର୍ଟଙ୍କ ବଡ଼ ରାୟ

ଅର୍ଗସ ବ୍ୟୁରୋ: ସ୍ତ୍ରୀ ହେଉ କି ଗର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପାଣାପଣ ଲୁଚି ରହିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କଲେ ଜେଲ ଯିବାକୁ ପଡ଼ିବ। ଏକଥା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନ ମାନିଲେ ଦଣ୍ଡ ବିଧାନ ବି ରହିଛି। ଆପଣ ଅଜାଣତରେ ହେଉ କି ଜାଣତରେ ମହିଳାଙ୍କୁ ଏଭଳି ସମ୍ବୋଧନ କରୁଛନ୍ତି ସତର୍କ ହୋଇଯାଆନ୍ତୁ। 

ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ସିଧା କୋର୍ଟରେ ଯାଇ ପହଞ୍ଚିଛି। ମଦ ନିଶାରେ ଜଣେ ବ୍ୟକ୍ତି ମହିଳା କନଷ୍ଟେବଳଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କରିଛନ୍ତି। ଯାହାପରେ ଉକ୍ତ ମହିଳା କନଷ୍ଟେବଳ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪ A (I) ଅନୁସାରେ ଏଫଆଇଆର ଦାଖଲ କରିଛନ୍ତି। ବର୍ତ୍ତମାନ କୋଲକାତା ହାଇକୋର୍ଟ ଏହାଉପରେ ନିଜର ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି, କୌଣସି ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ କହିବା ଭୂଲ ଓ ଏହାକୁ ବଳାତ୍କାର ବୋଲି ଧରାଯିବ। ଏହାକୁ ଅଶ୍ଲୀଳ ଶବ୍ଦ ବୋଲି କୁହାଯିବ। ଅଶ୍ଲୀଳ ଶବ୍ଦ ବ୍ୟବହାର କରିବା ଦଣ୍ଡନୀୟ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Darling told the | Argus News