Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅରୁଣାଚଳ ପ୍ରଦେଶ, ସିକ୍କିମରେ ବଦଳିଲା ଭୋଟ ଗଣତି ତାରିଖ

National

ଅରୁଣାଚଳ ପ୍ରଦେଶ, ସିକ୍କିମରେ ବଦଳିଲା ଭୋଟ ଗଣତି ତାରିଖ

Ritu Das
Browse all articles by Ritu Das
·2 years ago·1 min read
ଅରୁଣାଚଳ ପ୍ରଦେଶ, ସିକ୍କିମରେ ବଦଳିଲା ଭୋଟ ଗଣତି ତାରିଖ

ଅର୍ଗସ ବ୍ୟୁରୋ: ବଦଳିଲା ଭୋଟ୍ ଗଣତି ତାରିଖ । ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଏହି ଦୁଇ ରାଜ୍ୟରେ ଜୁନ୍ ୪ ବଦଳରେ ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ । ଆଉ ସେହିଦିନ ହିଁ ଏହାର ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି । ସେହିପରି ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ ଏହି ଦୁଇ ରାଜ୍ୟରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଅରୁଣାଚଳ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ପବନ କୁମାର ସୈନଙ୍କ ସୂଚନା ମୁତାବକ, ରାଜ୍ୟରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୭ ତାରିଖ । ନାମାଙ୍କନ ପତ୍ରର ଯାଞ୍ଚ ମାର୍ଚ୍ଚ ୨୮ରେ କରାଯିବ, ନାମାଙ୍କନ ପତ୍ରର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ଭୋଟ୍ ଗ୍ରହଣ ପରେ, ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ଦିଆଯାଇଛି ।

ଶନିବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ, ସିକ୍କିମରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବାକୁ ଅଛି । ଏହି ରାଜ୍ୟରେ କେବଳ ଗୋଟିଏ ଲୋକସଭା ସିଟ୍ ସହିତ ୩୨ଟି ବିଧାନସଭା ସିଟ୍ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Painting
Sponsored
Date of counting of votes | Argus News