Videos
|
National

ଖୁବଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ହେବ ତାରିଖ ଘୋଷଣା

Ritu Das
Browse all articles by Ritu Das
·1 year ago·1 min read
ଖୁବଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ହେବ ତାରିଖ ଘୋଷଣା

Key Points

ଖୁବଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ହେବ ତାରିଖ ଘୋଷଣା

ଆସନ୍ତା ସପ୍ତାହରେ ଆସିପାରେ ଉପରାଷ୍ଟ୍ରପତି ନିର୍ବାଚନ ତାରିଖ

ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସାଂସଦ ଏଥିରେ ଭୋଟ ଦେବେ

ଆସନ୍ତା ସପ୍ତାହରେ ଆସିପାରେ ଉପରାଷ୍ଟ୍ରପତି ନିର୍ବାଚନ ତାରିଖ। ଏନେଇ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ନିର୍ବାଚନ କମିଶନ ଗୁରୁବାର ଇଲେକ୍ଟୋରାଲ କଲେଜ ଚୂଡ଼ାନ୍ତ କରିଛନ୍ତି। ଅର୍ଥାତ୍‌ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ପାଇଁ ସାଂସଦଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କମିଶନଙ୍କ ସୂଚନା ଅନୁଯାୟୀ, ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସାଂସଦ ଏଥିରେ ଭୋଟ ଦେବେ।


ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଆସନ୍ତା ସପ୍ତାହରେ ଘୋଷଣା କରାଯିବ। କମିଶନ ଏକ ବିଜ୍ଞପ୍ତି ଜାରି କରି ନାମାଙ୍କନ ଏବଂ ନିବାଚନର ତାରିଖ ଘୋଷଣା କରିବେ। ପୂର୍ବରୁ କମିଶନ ରାଜ୍ୟସଭାର ମହାସଚିବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ସୂଚନା ଯୋଗ୍ୟ, ଜୁଲାଇ ୨୧ରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dates-for-vice-president-elections-to-be-announced-soon | Argus News