Videos
|
National

Dating App / ଡେଟିଂ ଆପ୍‌ରେ ପରିଚୟ, ନାଇଟ୍ ପାର୍ଟି ପାଇଁ କ୍ୟାବ୍‌ରେ ମାରପିଟ୍‌

Bikash Mohanty
Browse all articles by Bikash Mohanty
·36 mins ago·2 min read
ଡେଟିଂ ଆପ୍‌ରେ ପରିଚୟ, ନାଇଟ୍ ପାର୍ଟି ପାଇଁ କ୍ୟାବ୍‌ରେ ମାରପିଟ୍‌
Dating App

Key Points

ଡେଟିଂ ଆପ୍‌ରେ ପରିଚୟ,
ନାଇଟ୍ ପାର୍ଟି ପାଇଁ କ୍ୟାବ୍‌ରେ ମାରପିଟ୍‌
ଭିଡ଼ିଓ ହେଲେ ଭାଇରାଲ
ବେଙ୍ଗାଲୁରୁର  ଘଟଣା 

୦୬/୦୯,ବେଙ୍ଗାଲୁରୁ: ଡେଟିଂ ଆପ୍‌ରେ ପରିଚୟ, ପାର୍ଟି ପାଇଁ ଏକାଠି ଯାତ୍ରା। କିନ୍ତୁ କ୍ୟାବ୍‌ରେ ବସିବା ପରେ ହଠାତ୍‌ ବଢ଼ିଗଲା ଝଗଡ଼ା। ଯୁକ୍ତିତର୍କରୁ କଥା ଗଲା ହାତାହାତି ପର୍ଯ୍ୟନ୍ତ। ଏପରିକି କ୍ୟାବ୍‌ରୁ ବାହାରିବା ପରେ ମଧ୍ୟ ରାସ୍ତା ଉପରେ ଦୁହିଁଙ୍କ ମଧ୍ୟରେ ବିବାଦ ଜାରି ରହିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବେଙ୍ଗାଲୁରୁର ଇନ୍ଦିରାନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁଯାୟୀ, ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ ଡେଟିଂ ଆପ୍‌ ଜରିଆରେ ପରିଚୟ ହୋଇଥିଲା। ପରେ ଉଭୟ ଏକ ପାର୍ଟିରେ ଯୋଗଦେବା ପାଇଁ ବେଙ୍ଗାଲୁରୁ ଆସିଥିଲେ। ଇନ୍ଦିରାନଗର ମେଟ୍ରୋ ଷ୍ଟେସନ୍‌ ନିକଟରୁ ସେମାନେ ଏକ କ୍ୟାବ୍‌ ବୁକ୍‌ କରିଥିବା ଜଣାପଡ଼ିଛି। ଆରମ୍ଭରେ ସବୁକିଛି ସାଧାରଣ ଥିଲା। ଦୁହେଁ କ୍ୟାବ୍‌ରେ ବସି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ। କିନ୍ତୁ କ୍ୟାବ୍‌ ଚାଲିବାର କିଛି ସମୟ ପରେ ହଠାତ୍‌ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ବିବାଦ ଉଗ୍ର ରୂପ ନେଇଥିଲା।

କ୍ୟାବ୍‌ ଡ୍ରାଇଭରଙ୍କ କହିବା ଅନୁସାରେ, ଯୁବକ ଓ ଯୁବତୀଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ସହ ପରିସ୍ଥିତି ଅସ୍ୱାଭାବିକ ହୋଇପଡ଼ିଥିଲା। ଦୁହେଁ କ୍ୟାବ୍‌ ଭିତରେ ହିଁ ପରସ୍ପର ସହ ଝଗଡ଼ା କରିଥିଲେ। ଏପରିକି ଯୁବକ ଜଣକ ଯୁବତୀଙ୍କୁ ଗାଡ଼ି ଭିତରକୁ ଠେଲି ଦେଇଥିବା ଏବଂ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ନେଇ ଉଭୟ ପକ୍ଷରୁ କୌଣସି ବିସ୍ତୃତ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ପରିସ୍ଥିତି ଅଧିକ ବିଗିଡ଼ିବାରୁ ଶେଷରେ ଉଭୟ କ୍ୟାବ୍‌ରୁ ଓହ୍ଲାଇ ପଡ଼ିଥିଲେ। ହେଲେ କ୍ୟାବ୍‌ରୁ ବାହାରିବା ପରେ ମଧ୍ୟ ଝଗଡ଼ା ଥମିନଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଚାଲିଥିଲା। ଏପରିକି ପରସ୍ପରର ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେବାକୁ ମଧ୍ୟ ଚେଷ୍ଟା କରିଥିବା କୁହାଯାଉଛି।

ପଢନ୍ତୁ ଏହି ଖବର: ମସଜିଦ ଭାଙ୍ଗିବା ପରେ ମିଳିଲା କୂଅ, କିଏ ନିର୍ମାଣ କରିଥିଲା? ତଦନ୍ତ ପରେ ଖୋଲିବ ରହସ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ରାସ୍ତା ଉପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖି କିଛି ଲୋକ ଘଟଣାକୁ ନିଜ ମୋବାଇଲ୍‌ରେ ରେକର୍ଡ କରିଥିବା କୁହାଯାଉଛି। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି କ୍ୟାବ୍‌ ଡ୍ରାଇଭର ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୧୨କୁ ଫୋନ୍‌ କରିଥିଲେ। ଘଟଣା ସମ୍ପର୍କରେ ଡ୍ରାଇଭରଙ୍କ ନିଯୁକ୍ତିଦାତାଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା। ଏହାପରେ ସେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବତୀ ଜଣକ ଏକ ଅଟୋ-ରିକ୍ସାରେ ସେଠାରୁ ଚାଲିଯାଇଥିବା ଡ୍ରାଇଭରଙ୍କ ପକ୍ଷରୁ କୁହାଯାଇଛି। କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ଯୁବତୀ ଘଟଣାସ୍ଥଳରେ ନଥିଲେ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଝଗଡ଼ାର ପ୍ରକୃତ କାରଣ କ’ଣ? କ୍ୟାବ୍‌ରେ ବସିବା ପରେ ହଠାତ୍‌ କେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା? କେଉଁ କାରଣରୁ ଏହି ବିବାଦ ହାତାହାତିର ରୂପ ନେଲା? ଏହାର ସ୍ପଷ୍ଟ ଉତ୍ତର ଏବେ ସୁଦ୍ଧା ମିଳିନାହିଁ।

ଏହି ଘଟଣା ଦୁଇ ରାତି ପୂର୍ବରୁ ଘଟିଥିବା କୁହାଯାଉଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି। ଡେଟିଂ ଆପ୍‌ ମାଧ୍ୟମରେ ପରିଚୟ, ପାର୍ଟି ପାଇଁ ଏକାଠି ଯାତ୍ରା ଏବଂ ପରେ କ୍ୟାବ୍‌ରୁ ରାସ୍ତା ପର୍ଯ୍ୟନ୍ତ ଝଗଡ଼ା ପୂରା ଘଟଣାକ୍ରମ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଘଟଣାର ପ୍ରକୃତ କାରଣ କ’ଣ ଥିଲା ଏବଂ ଝଗଡ଼ାର ଆରମ୍ଭ କିପରି ହୋଇଥିଲା, ସେନେଇ ସ୍ପଷ୍ଟ ତଥ୍ୟ ମିଳିବା ପରେ ହିଁ ପୂରା ଘଟଣା ଉପରୁ ପରଦା ହଟିପାରିବ।