Pan Masala / ଝୁଲନ୍ତା ଅବସ୍ଥାରେ ମିଳିଲେ ବଡ଼ ଘରର ବୋହୂ, ପୋଲିସ କହିଲା ସ୍ୱାମୀ କରିଥିଲେ...
·9 months ago·2 min read

Key Points
ଜୀବନ ହାରିଲେ କମଲା ପସନ୍ଦ ପାନ ମସଲା ମାଲିକଙ୍କ ବୋହୂଙ୍କ
ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ପୋଲିସର ତଦନ୍ତ ଜାରି
ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ପୋଲିସର ତଦନ୍ତ ଜାରି
ଜଣାଶୁଣା ପାନ ମସଲା ମାଲିକଙ୍କ ବୋହୂ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଏଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏତେ ବଡ଼ ଘରର ବୋହୂ ଏମିତି କାହିଁକି କଲେ, ଅସୁବିଧା କଣ ହୋଇଥିଲା ବୋଲି ପ୍ରଶ୍ନ ଉଠୁଛି । କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲା ଗ୍ରୁପର ମାଲିକ କମଲ କିଶୋର । ତାଙ୍କ ବୋହୂ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକଙ୍କ ନାମ ଦୀପ୍ତି ଚୌରାସିଆ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି। ଦୀପ୍ତି ତାଙ୍କ ଘରେ ସ୍କାର୍ଫରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲେ। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ପୋଲିସ କହିଛି ଯେ, ପୋଷ୍ଟମର୍ଟମ ରିପୋର୍ଟ ମୃତ୍ୟୁର ପରିସ୍ଥିତି ଉପରେ ଅଧିକ ସ୍ପଷ୍ଟତା ପ୍ରଦାନ କରିବ। ସୁଇସାଇଡ ନୋଟର ହାତଲେଖା ଏବଂ ସତ୍ୟତା ନିଶ୍ଚିତ କରିବା ପାଇଁ ଏହାର ଫରେନସିକ୍ ପରୀକ୍ଷା ମଧ୍ୟ କରାଯିବ। ''ଦୀପ୍ତି କିଛି ସମୟ ଧରି କୌଣସି ମାନସିକ ଚାପରେ ପୀଡିତ ଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି। କାହିଁକିନା ଦୀପ୍ତି ଶାନ୍ତ ସ୍ୱଭାବର ଥିଲେ ବୋଲି ପରିବାର ଲୋକେ କହିଛନ୍ତି।'' ତେଣୁ ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ପରିବାର ସଦସ୍ୟଙ୍କ ସୂଚନା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲା। ସେଠାରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ଯେଉଁଥିରେ ଦୀପ୍ତି କାହା ବିରୁଦ୍ଧରେ ସିଧାସଳଖ ଅଭିଯୋଗ କରି ନାହାନ୍ତି।
ଏଥିସହ ପଢ଼ନ୍ତୁ: ଶେହବାଜ ସରକାର କଣ କଲେ ମୋ ଭାଇ ସହ, ୨୩ ଦିନ ହେଲା ମିଳୁନି ଖୋଜଖବର...
ପ୍ରାଥମିକ ତଦନ୍ତ ଅନୁଯାୟୀ, ନୋଟ୍ ତାଙ୍କ ମାନସିକ ଏବଂ ଭାବପ୍ରବଣ ଅବସ୍ଥାକୁ ଦର୍ଶାଉଛି। ହେଲେ ଏଥିରେ କୌଣସି ନିର୍ଯାତନାର ଉଲ୍ଲେଖ ନାହିଁ। କହିବାକୁ ଗଲେ ଦୀପ୍ତି ୨୦୧୦ରେ କମଲ କିଶୋରଙ୍କ ପୁଅ ଅର୍ପିତ ଚୌରାସିଆଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଛୁଆ ମଧ୍ୟ ଅଛି। ପୋଲିସ ଅନୁଯାୟୀ, ଘରୋଇ କଳହର କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତଥାପି, ପୋଲିସ ସମସ୍ତ ଦିଗରୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରୁଛି। ଦୀପ୍ତି ଏବଂ ତାଙ୍କ ସ୍ୱାମୀଙ୍କ ସମ୍ପର୍କ, କାର୍ଯ୍ୟକଳାପ, 'ଫୋନ୍ ରେକର୍ଡ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା ସହିତ ଜଡିତ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯିବ। ପରିବାରର ଉଭୟ ପକ୍ଷର ବୟାନ ମଧ୍ୟ ରେକର୍ଡ କରିଛି। ଖୁବଶୀଘ୍ର ସସମ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱାମୀଙ୍କ ଦୁଇଟି ବିବାହ ଅଛି:
ମିଳିଥିବା ସୂଚନା ଅନୁଯାୟୀ, ଦୀପ୍ତି 2010 ମସିହାରେ ହରପ୍ରୀତ ଚୌରାସିଆଙ୍କୁ ବିବାହ କରିଥିଲେ। ଦୀପ୍ତି ଏବଂ ହରପ୍ରୀତଙ୍କ ସମ୍ପର୍କ ଗତ କିଛି ବର୍ଷ ଧରି ଠିକ ନଥିଲା। ''କାରଣ ହରପ୍ରୀତ ଦୁଇ ଥର ବିବାହ କରିଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀ ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ ବୋଲି ଜଣାପଡିଛି।''
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories