ମରଣ ମୁହଁରେ ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ
·2 years ago

ନୂଆଦିଲ୍ଲୀ: ମରଣ ମୁହଁରେ ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ । ଗୁରୁତର ଅବସ୍ଥାରେ 2 ଦିନ ପୂର୍ବରୁ ଦାଉଦକୁ କରାଚୀର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ଚର୍ଚ୍ଚା ହେଉଛି । କେହି ଅଜ୍ଞାତ ବ୍ୟକ୍ତି ଦାଉଦକୁ ବିଷପାନ କରାଇଥିବା ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ।
ଦାବି ଅନୁସାରେ ଦାଉଦ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି । ପାକିସ୍ତାନୀ ମିଡିଆରେ ଦାଉଦ ଇବ୍ରାହିମକୁ ନେଇ ଚର୍ଚ୍ଚା ଲାଗି ରହିଛି । 1993 ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ଦାଉଦ । ଦୀର୍ଘବର୍ଷ ଧରି ପାକିସ୍ତାନରେ ଲୁଚି ରହିଛି ଅଣ୍ଡର ୱାଲ୍ଡ ଡନ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: