Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନକ ପରେ ସ୍ୱାଧନୀତା ଦିବସ; ସଜେଇ ହେଉଛି ରାଜଧାନୀ

National

ଦିନକ ପରେ ସ୍ୱାଧନୀତା ଦିବସ; ସଜେଇ ହେଉଛି ରାଜଧାନୀ

Smruti Parija
Browse all articles by Smruti Parija
·1 year ago·1 min read
ଦିନକ ପରେ ସ୍ୱାଧନୀତା ଦିବସ; ସଜେଇ ହେଉଛି ରାଜଧାନୀ

ଅର୍ଗସ ବ୍ୟୁରୋ: ଆଉ ମାତ୍ର ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ।  ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ସଜେଇ ହେଉଛି ରାଜଧାନୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ କର୍ମୀ । ରାସ୍ତାରେ ଲାଗିଛି ପ୍ରାୟ  ୭ ଶହ ଏଆଇ କ୍ୟାମେରା । 

ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩ ହଜାର ଟ୍ରାଫିକ ପୋଲିସଙ୍କୁ ନିୟୋଜିତ କରାଯାଇଛି। ଇନ୍ଦିରା ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ରେ ମୁତୟନ ହୋଇଛନ୍ତି ଅତିରିକ୍ତ ପୋଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ । ଦିଲ୍ଲୀର ସମସ୍ତ ପ୍ରବେଶ ପଥ ସହ ଲାଲକିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା କଡ଼ା ସୁରକ୍ଷା ବଳୟରେ ରହିଛି ।  ଅଗଷ୍ଟ 15 ତାରିଖରେ ବିଭିନ୍ନ ରାସ୍ତା ବନ୍ଦ ହେଉଥିବାରୁ ବିକଳ୍ପ ରାସ୍ତା ନେଇ ଆଡଭାଇଜାରି ଜାରି କରିଛି ଦିଲ୍ଲୀ ପୋଲିସ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Day after day is independence-day- Decoration is-on-full-swing-in- capital-of-india | Argus News