Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Narendra Modi / ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଲୋଡ଼ିଲେ ଦେଶବାସୀଙ୍କ ସହଯୋଗ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଲୋଡ଼ିଲେ ଦେଶବାସୀଙ୍କ ସହଯୋଗ

Key Points

'ସୁସ୍ଥ ନାରୀ ସଶକ୍ତ ପରିବାର' ଓ `ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ' ଅଭିଯାନର ଶୁଭାରମ୍ଭ ।
ଧାର ଜନସଭାରେ ଭାରତୀୟ ଯବାନଙ୍କ ପରାକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ।

ସ୍ୱଦେଶୀ ସାମଗ୍ରୀ କିଣିବାକୁ ଦେଶବାସୀଙ୍କୁ ଆହ୍ୱାନ।

୭୫ ତମ ଜନ୍ମଦିନରେ ମଧ୍ୟପ୍ରଦେଶର ଧାରରୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି, ଇଏ ନୂଆ ଭାରତ, ପରମାଣୁ ଧମକକୁ ଡରିବନି, ଘରେ ପଶି ମାରିଛୁ । ଅପରେସନ୍ ସିନ୍ଦୁରରେ ଭାରତୀୟ ସେନାର ବୀରତ୍ବର କାହାଣୀ ମନେପକାଇଲେ ପିଏମ । ଏହି ଅବସରରେ 'ସୁସ୍ଥ ନାରୀ ସଶକ୍ତ ପରିବାର' ଓ 'ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଲକ୍ଷ୍ୟ ଆଉ ବେଶୀ ଦୂର ନୁହେଁ । ପୂରଣ ହେବ ବିକଶିତ ଭାରତ ସଂକଳ୍ପ । ୭୫ ତମ ଜନ୍ମଦିନରେ ମଧ୍ୟପ୍ରଦେଶର ଧାର ଜନସଭାରୁ ଦେଶବାସୀଙ୍କୁ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଦେଇଛନ୍ତି ବଡ଼ ବାର୍ତ୍ତା । ଦେଶର ଗରୀବଙ୍କ ଉପରେ ଧ୍ୟାନ ଦେଲେ ଦେଶର ବିକାଶ ନିଶ୍ଚିତ । ୧୧ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଜନତା ଗରିବୀ ସୀମାରେଖାରୁ ଉର୍ଦ୍ଧ୍ବକୁ ଉଠି ନୂଆ ଭାରତର ଶକ୍ତ ମୂଳଦୂଆ ପକାଇସାରିଛନ୍ତି । ମଧ୍ୟପ୍ରଦେଶର ଧାରରେ ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ’ ଅଭିଯାନର ଶୁଭାରମ୍ଭ କରି ସଶକ୍ତ ଭାରତ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବିକଶିତ ଭାରତର ନକ୍‌ସା ଆତ୍ମନିର୍ଭର ଭାରତ ଦେଇ ଯିବ । ନୂଆ ଭାରତରେ ନାରୀ, ଯୁବକ, କୃଷକ ଓ ଗରୀବଙ୍କୁ ୪ ଦୃଢ଼ ମୂଳଦୂଆ କହିବା ସହ ସ୍ବଦେଶ ସାମଗ୍ରୀ କିଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବକର୍ମା ଜୟନ୍ତୀ ଅବସରରେ ମଧ୍ୟପ୍ରଦେଶର ଧାରରେ ଦେଶର ସବୁଠାରୁ ବଡ଼ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେଇଛନ୍ତି ମୋଦି ।

ଧାର ଜନସଭାରେ ସମ୍ବୋଧନରେ ଭାରତମାତାର ସୁରକ୍ଷାକୁ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ମୋଦି । 'ଅପରେସନ୍‌ ସିନ୍ଦୂର'ର ସଫଳତା ବଖାଣିବା ସହ ନୂଆ ଭାରତ ଏବେ ଆତଙ୍କୀଙ୍କୁ ଘରେ ପଶି ମାରୁଛି ବୋଲି କହିବା ସହ ଯବାନଙ୍କ ପରାକ୍ରମକୁ କରିଛନ୍ତି ଉଚ୍ଚ ପ୍ରଶଂସା । ପହଲଗାମରେ ସିନ୍ଦୂର ଉଜାଡ଼ିଥିବା ଆତଙ୍କୀଙ୍କୁ ନିପାତ କରି ସେନା ବିରତ୍ବର ପ୍ରମାଣ ଦେଇଛି । ଆତଙ୍କୀ ଏବେ କାନ୍ଦି କାନ୍ଦି ନିଜର ବିକଳ ସ୍ଥିତି ବଖାଣୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମଧ୍ୟପ୍ରଦେଶର ଧାର ଜିଲ୍ଲାର ଭୌଂସଲା ଗାଁରେ ବିଶାଳ ଜନସଭାରେ ବିକଶିତ ଭାରତ ସଂକଳ୍ପ ଉପରେ ଗୁତୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗରୀବଙ୍କ ବିକାଶ, ସ୍ବଦେଶୀ ସାମଗ୍ରୀ ବ୍ୟବହାର ଆତ୍ମନିର୍ଭର ଭାରତ ପାଇଁ ବଡ଼ ଶକ୍ତି ହେବାକୁ ଯାଉଛି । ଗର୍ବର ସହିତ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରି ବିକଶିତ ଭାରତର ଦୃଢ଼ ଅଂଶୀଦାର ବନିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Narendra Modi | Day after India-U.S. trade talks, PM Modi urges people to buy and sell local | Argus News