Videos
|
National

Cash Loot / ଦିନଦ୍ୱିପ୍ରହରେ ବ୍ୟାଙ୍କରୁ ଲୁଟିନେଲେ ସୁନା, ୪୨ ଲକ୍ଷରୁ ଅଧିକ ନଗଦ ଟଙ୍କା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଦିନଦ୍ୱିପ୍ରହରେ ବ୍ୟାଙ୍କରୁ ଲୁଟିନେଲେ ସୁନା, ୪୨ ଲକ୍ଷରୁ ଅଧିକ ନଗଦ ଟଙ୍କା
Cash Loot

Key Points

ଦିନଦ୍ୱିପ୍ରହରେ ବ୍ୟାଙ୍କରୁ ଲୁଟିନେଲେ ସୁନା । 
ବ୍ୟାଙ୍କ ଭିତରକୁ ଆସିଲେ ସୁନା-ଟଙ୍କା ଲୁଟିନେଲେ  । 
୪୨ ଲକ୍ଷରୁ ଅଧିକ ନଗଦ ଟଙ୍କା । 

ଝାରଖଣ୍ଡର ଜମଶେଦପୁର ସହରର ଗୋଲମୁରି ଥାନା ଅଞ୍ଚଳରେ ଗୁରୁବାର ଦିନଦ୍ୱିପ୍ରହରେ ଏକ ବଡ଼ ବ୍ୟାଙ୍କ ଡକାୟତି ଘଟଣା ସାମ୍ନାକୁ ଆସିଛି । ଗୋଲମୁରିସ୍ଥିତ କେନରା ବ୍ୟାଙ୍କ ଶାଖାରେ ପ୍ରାୟ ୫-୬ ଜଣ ଅପରାଧୀ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୀ କରି ଲୁଟ୍ କରିଥିବା ଖବର ମିଳିଛି । ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ କଲେ ବନ୍ଧକ
ରିପୋର୍ଟ ଅନୁସାରେ, ବ୍ୟାଙ୍କ ଖୋଲିବାର କିଛି ସମୟ ପରେ ଅପରାଧୀମାନେ ବ୍ୟାଙ୍କ ଭିତରକୁ ପଶିଥିଲେ । ସେମାନେ ଅସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଲୋକଙ୍କୁ ନିଜ ନିୟନ୍ତ୍ରଣରେ ନେଇଥିଲେ । ପରେ ଅପରାଧୀମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ବନ୍ଧୁକ ମୁନରେ ଲକର ଖୋଲିବାକୁ ବାଧ୍ୟ କରିଥିଲେ । ଲକର ଖୋଲିବା ପରେ ସେଥିରେ ଥିବା ନଗଦ ଟଙ୍କା ନେଇ ଯାଇଥିଲେ ।

୪୨ ଲକ୍ଷରୁ ଅଧିକ ନଗଦ ଓ ସୁନା ଲୁଟ୍
ପ୍ରାରମ୍ଭିକ ତଦନ୍ତରେ ବ୍ୟାଙ୍କରୁ ୪୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଲୁଟ୍ ହୋଇଥିବା ଜଣାପଡ଼ିଛି । ଏହା ସହିତ ବ୍ୟାଙ୍କରେ ରଖାଯାଇଥିବା ବହୁ ପରିମାଣର ସୁନା ଅଳଙ୍କାର ମଧ୍ୟ ଲୁଟ୍ ହୋଇଥିବା ଖବର ରହିଛି । ତେବେ ନଗଦ ଓ ସୁନାର ମୋଟ ମୂଲ୍ୟ କେତେ, ତାହାର ଅନ୍ତିମ ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ । ଘଟଣା ପରେ ଅପରାଧୀମାନେ ବ୍ୟାଙ୍କରୁ ବାହାରି ଦୁଇଟି ବାଇକ୍‌ରେ ଫେରାର ହୋଇଥିବା କୁହାଯାଇଛି ।

ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ

ରିପୋର୍ଟ ଅନୁସାରେ, ବ୍ୟାଙ୍କର ସୁରକ୍ଷାକର୍ମୀ ଅପରାଧୀମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଅପରାଧୀମାନେ ବନ୍ଧୁକର ବଟ୍‌ରେ ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଏଥିରେ ସେ ଆହତ ହୋଇଥିବା ଖବର ରହିଛି ।

CCTV ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ଘଟଣାର ସୂଚନା ପାଇବା ପରେ ଗୋଲମୁରି ଥାନା ପୋଲିସ ସହ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟାଙ୍କ ଭିତର ଓ ଆଖପାଖରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି । ଅପରାଧୀମାନେ କେଉଁ ଦିଗରୁ ଆସିଥିଲେ ଓ କେଉଁ ରାସ୍ତାରେ ଫେରାର ହୋଇଥିଲେ, ତାହା ଜାଣିବା ପାଇଁ ଆଖପାଖ ଅଞ୍ଚଳର CCTV ମଧ୍ୟ ଯାଞ୍ଚ କରାଯାଉଛି ।

ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ
ପୋଲିସ ବ୍ୟାଙ୍କ କର୍ମଚାରୀ, ସୁରକ୍ଷାକର୍ମୀ ଓ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି । ଅପରାଧୀମାନଙ୍କ ପରିଚୟ ଓ ସେମାନଙ୍କ ଫେରାର ରୁଟ୍ ସମ୍ପର୍କରେ ସୁରାଗ ପାଇଁ ତଦନ୍ତ ଚାଲିଛି । ପୋଲିସର ବିଭିନ୍ନ ଟିମ୍ ସମ୍ଭାବ୍ୟ ସ୍ଥାନରେ ଚଢ଼ାଉ କରିବା ସହ ଅପରାଧୀଙ୍କୁ ଗିରଫ କରିବା ପାଇଁ ଅଭିଯାନ ଚଳାଉଛି । ବ୍ୟାଙ୍କରୁ ପ୍ରକୃତରେ କେତେ ଟଙ୍କା ଓ କେତେ ପରିମାଣର ସୁନା ଲୁଟ୍ ହୋଇଛି, ତାହାର ଅନ୍ତିମ ହିସାବ ତଦନ୍ତ ପରେ ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: