Videos
|
National

କେରଳରେ ଫସିଥିବା ଡାକ୍ତରଙ୍କର ମିଳିଲା ମୃତଦେହ

Ritu Das
Browse all articles by Ritu Das
·2 years ago
କେରଳରେ ଫସିଥିବା ଡାକ୍ତରଙ୍କର ମିଳିଲା ମୃତଦେହ

ଅର୍ଗସ ବ୍ୟୁରୋ: କେରଳରେ ଫଶିଥିବା ଓଡ଼ିଆ ଡାକ୍ତରଙ୍କର ମୃତଦେହ ଦିନକ ପରେ ମିଳିଛି।  ଡାକ୍ତର ବିଷ୍ଣୁ ପ୍ରସାଦ ଚି଼ନାରାଙ୍କ ମୃତ ଦେହ ଆଜି ଉଦ୍ଧାର ହେଲା। ଏବେ ବି ନିଖୋଜ ଅଛନ୍ତି ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା। ବିଷ୍ଣୁପ୍ରସାଦଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ। ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅନ୍ୟପଟେ କେରଳ ଗଲା ଓଡିଶା ଅଧିକାରୀଙ୍କ ଏକ ଟିମ । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଟିମ ଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କେରଳରେ ଭୟଙ୍କର ଭୂସ୍ଖଳନରେ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି। ମାଟିତଳେ ଆହୁରି ମୃତଦେହ ଦବିକି ଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dead body of | Argus News