Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ ପାଇଁ ବଢିଲା ଆଉ ଗୋଟେ ଦିନର ଅବଧି

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ ପାଇଁ ବଢିଲା ଆଉ ଗୋଟେ ଦିନର ଅବଧି

Key Points

ଗତକାଲି ଆୟକର ରିଟର୍ଣ୍ଣ ପଇଠର ଶେଷ ଦିନ ବୋଲି ଘୋଷଣା କରାଯାଇଥିବା ବେଳେ ଆଜି ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଇନକମ ଟ୍ୟାକ୍ସ ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପାଇଁ ବଢିଲା ଆଉ ଗୋଟେ ଦିନ ଅବଧି । ଗତକାଲି ଆୟକର ରିଟର୍ଣ୍ଣ ପଇଠର ଶେଷ ଦିନ ବୋଲି ଘୋଷଣା କରାଯାଇଥିବା ବେଳେ ଆଜି ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଇନକମ ଟ୍ୟାକ୍ସ ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ପୂର୍ବରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ , ଆୟକର ବିଭାଗ ପକ୍ଷରୁ ଶେଷ ତାରିଖ ୧୫ ସେପ୍ଟେମ୍ବର ବୋଲି ସ୍ପଷ୍ଟ କରାଯାଇଥିଲା । ଆଉ ଗତକାଲି ଯାଏଁ ୭.୩ କୋଟି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରାଯାଇଥିଲା । ଯାହା ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା କୁହାଯାଉଛି । ସଠିକ ସମୟରେ ଆୟକର ପଇଠ କରିଥିବାରୁ ଆୟକର ବିଭାଗ ପକ୍ଷରୁ ସମସ୍ତ କରଦାତାଙ୍କୁ ଧନ୍ୟବାଦ ଜଣାଯାଇଛି । ଆଉ ଆଇଟିଆର୍ (ITR) ଦାଖଲକୁ ଆହୁରି ସହଜ କରିବା ପାଇଁ ଆଉ ଗୋଟେ ଦିନର ଅବଧି ବୃଦ୍ଧି କରାଯାଇଥିବା ଗତକାଲି ଆୟକର ବିଭାଗ ପକ୍ଷରୁ ଟ୍ଵିଟ କରି କୁହାଯାଇଛି ।

ତେବେ ଯଦି ଆପଣ ଠିକ ସମୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରୁନାହାନ୍ତି ତେବେ ଆପଣଙ୍କୁ ୫୦୦୦ ଯାଏଁ ଜୋରିମାନା ଦେବା ସହ ଋଣ କିମ୍ବା ଭିସା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମସ୍ୟା ହୋଇପାରେ। ସେଥିପାଇଁ ସଠିକ ସମୟସୀମା ମଧ୍ୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରି ଜୋରିମାନାରୁ ମୁକ୍ତି ରହିବାକୁ କରଦାତା ମାନଙ୍କୁ ଆୟକର ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deadline for filing Income Tax Return (ITR) extended to tuesday | Argus News