Manja Suta / ମଣିଷ ମରା ମାଞ୍ଜା ସୂତା: ବିକ୍ରି କଲେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା
·7 months ago·2 min read

Key Points
ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ୨୫ ହଜାର ଟଙ୍କା ଫାଇନ୍
ନିଷିଦ୍ଧ ମାଞ୍ଜା ସୂତା ବିକ୍ରି କଲେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା

ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ୨୫ ହଜାର ଟଙ୍କା ଫାଇନ୍। ନିଷିଦ୍ଧ ମାଞ୍ଜା ସୂତା ବିକ୍ରି କଲେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା । ନାବାଳକ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ବାପା, ମା' ହେବେ ଦାୟୀ। ପିଲାଙ୍କ ଦୋଷ ପାଇଁ ବାପା, ମା'ଠାରୁ ଆଦାୟ ହେବ ଫାଇନ୍ । କାରଣ ପିଲାଙ୍କୁ ଉଚିତ୍ ଶିକ୍ଷା ଦେବା ବାପା, ମା'ଙ୍କ ଦାୟିତ୍ବ । ନିୟମିତ ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ କରିବ ପୋଲିସ । ଅଘଟଣ ଘଟିବା ପରେ ଚଢ଼ାଉ ନକରି, ନିୟମିତ ଚଢ଼ାଉ ହେବ । ପ୍ରଶାସନର ଅବହେଳା ସମ୍ବିଧାନର ଧାରା ୨୧ର ସିଧା ଉଲ୍ଲଂଘନ । ଲୋକଙ୍କ ଜୀବନ ଧାରଣର ଅଧିକାରକୁ ସୁନିଶ୍ଚିତ କରୁଛି ଧାରା-୨୧ । ବେଆଇନ ମାଞ୍ଜା ସୂତା ବିକ୍ରି ସଂପର୍କରେ କାହାକୁ ଜଣାଇଵେ ଲୋକ? ଏଥିପାଇଁ ସ୍ବତନ୍ତ୍ର ଅଧିକାରୀଙ୍କ ନମ୍ବର ଜାରି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଏପରିକି ରାଜ୍ୟ ସରକାର ଗୁଡ଼ିକ ଏକ ଟୋଲ ଫ୍ରି ନମ୍ବର ଜାରି କରନ୍ତୁ । ମାଞ୍ଜା ସୂତାର ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରନ୍ତୁ ।
ଏହା ପୂର୍ବରୁ ଆପଣ ଦେଖିଥିବେ ମକର ସଂକ୍ରାନ୍ତି ପାଇଁ ସବୁଠି ଚଳଚଞ୍ଚଳ ହୋଇଥିଲା I ରାଜଧାନୀ ଅକାଶରେ ଉଡ଼ୁଥିଲା ମଣିଷ ମରା ମାଞ୍ଜା ସୂତା I ଆଉ ବାଜିବା ମାତ୍ରେ କଟିଯିବ ବେକ I ଯେଉଥିପାଇଁ ଘନଘନ ରେଡ୍ କରୁଛି ପୋଲିସ I ବିଭିନ୍ନ ଦୋକାନ ହାଟ ଓ ମାର୍କେଟରେ ଯେଉଁଠି ବିକ୍ରି ହେଉଛି ଗୁଡି ସେଠାରେ କମିଶନରେଟ ପୋଲିସ କରୁଛି ରେଡ୍ I କଟକ, ଭୁବନେଶ୍ବର, ପୁରୀରେ ପୋଲିସ ସ୍ପେଶାଲ୍ ଡ୍ରାଇଭ କରି ବିଭିନ୍ନ ଦୋକାନରେ ପଞ୍ଝା ମାରିଛି । ବେଆଇନ୍ ମାଞ୍ଜା ସୂତା କି ଏଥିରେ ଗୁଡ଼ି ତିଆରି କରି ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାଇଛି ପୋଲିସ। ବର୍ତ୍ତମାନ ସୁଦ୍ଧା ପୁରୀ ପୋଲିସ ୨୨ଦୋକାନରେ ଚଢାଉ କରିଥିବାବେଳେ ୫୮ ଟି ନଟେଇ ୧୪୮ଟି ମାଞ୍ଜା ସୁତା ବଣ୍ଡଲଓ ୨୪ଟି ଗୁଡ଼ିକୁ ଜବତ କରିଛି ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ବେତନ ପୂର୍ବରୁ ସରକାରଙ୍କ ମାଷ୍ଟ୍ରରଷ୍ଟ୍ରୋକ, ଲାଗୁ ହେବ ୫୦% DA
ସେପଟେ ମକର ସଂକ୍ରାନ୍ତିରେ ଢେଙ୍କାନାଳରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଉ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ଅଘଟଣ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମୀନା ବଜାର ନିକଟରେ ଘଟିଛି । ଆହତ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାଇଁବିରୀ ଗାଁର ୨୩ ବର୍ଷୀୟ ଅଭିଷେକ ସାହୁ । ମାଞ୍ଜା ସୂତା ଲାଗି ତାଙ୍କ ନାକ ଓ ଆଙ୍ଗୁଠି କଟି ଯାଇଥିଲା । ଯୁବକ ଜଣଙ୍କ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ମକର ସଂକ୍ରାନିରେ କର୍ଣ୍ଣାଟକର ବିଦାର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଇକ୍ରେ ଯାଉଥିବା ବେଳେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତିଙ୍କ ତଣ୍ଟି କଟି ଯାଇଛି । ଆଉ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆଖି ବୁଜି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହାସହ ସମସ୍ତଙ୍କ ସୁରକ୍ଷାକୁ ନଜର କରି ମାଞ୍ଜା ସୂତା ଉଡାଇଲେ ଲାଗିବ ଫାଇନ୍ ବୋଲି ସରକାର ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories