ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ, ବାପୁଙ୍କୁ ମନେ ପକାଉଛି ଦେଶ

Key Points
ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ
ଦେଶ ଗାନ୍ଧିଙ୍କ ପୁଣ୍ୟତିଥି ଭାବେ ପାଳେ
ଅର୍ଗସ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଦେଶ ପ୍ରତି ଅଦ୍ଵିତୀୟ ତ୍ୟାଗ କରିଥିବା ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଭାରତ । ଜାନୁଆରୀ ୩୦ ତାରିଖକୁ ସାରା ଦେଶ ଗାନ୍ଧିଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା ।
୧୯୪୮ ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ମହାତ୍ମା ଗାନ୍ଧି । ତାଙ୍କ ବିୟୋଗରେ ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା । ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ତାଙ୍କର ସଂଗ୍ରାମ ପାଇଁ ତାଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ ।
📱 Get Argus News App
✨ସମାଧି ସ୍ଥଳ ଦିଲ୍ଲୀସ୍ଥିତ ରାଜଘାଟରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି । ଗାନ୍ଧିଜୀଙ୍କ ସ୍ମୃତିରେ ସାରା ଦେଶରେ ଆୟୋଜନ କରାଯାଉଛି ପ୍ରାର୍ଥନା ସଭା ଓ ବିବିଧ କାର୍ଯ୍ୟକ୍ରମ । ମହାତ୍ମା ଗାନ୍ଧି ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ । ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା ।
କଳା ଲୋକଙ୍କ ଉପରେ ଗୋରାଙ୍କ ଅତ୍ୟାଚାର ମହାତ୍ମା ଗାନ୍ଧିଙ୍କୁ ବିଚଳିତ କରିଥିଲା । ସତ୍ୟ ଓ ଅହିଂସାକୁ ସାରଥୀ କରି ଗାନ୍ଧି ଗୋରାଙ୍କ ବିରୋଧରେ ଆରମ୍ଭ କରିଥିଲେ ବିପ୍ଲବ । ଆଉ ଦେଶବାସୀଙ୍କୁ ଚଖାଇଥିଲେ ସ୍ଵାଧୀନତାର ସ୍ଵାଦ । ଆତ୍ମନିର୍ଭରଶୀଳ ହେବାରେ ଗାନ୍ଧିଙ୍କ ବିଶ୍ଵାସ ତାଙ୍କ ସାମାଜିକ ଦର୍ଶନର ମୂଳଦୁଆ ଥିଲା ।