Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୃତ୍ୟୁ ମଧ୍ୟ ଜିତି ପାରିଲା ନାହିଁ ମା'ର ଭଲପାଇବାକୁ

National

Mother Love / ମୃତ୍ୟୁ ମଧ୍ୟ ଜିତି ପାରିଲା ନାହିଁ ମା'ର ଭଲପାଇବାକୁ

Rashmita Mishra
Browse all articles by Rashmita Mishra
·7 months ago·2 min read
ମୃତ୍ୟୁ ମଧ୍ୟ ଜିତି ପାରିଲା ନାହିଁ ମା'ର ଭଲପାଇବାକୁ

Key Points

ମୃତ୍ୟୁ ପରେ ଦୁଇଥର ବଞ୍ଚିଲେ ମହିଳା!
ଆତ୍ମା ଶରୀର ଛାଡ଼ି ଈଶ୍ୱର ସମ୍ମୁଖରେ ପହଞ୍ଚିଥିଲା
ପିଲାମାନଙ୍କ ପାଇଁ ପୁଣି ଜୀବନକୁ ଫେରିଲେ ପେଗି ରବିନସ
ମୃତ୍ୟୁ ମଧ୍ୟ ଜିତି ପାରିଲା ନାହିଁ ମା'ର ଭଲପାଇବାକୁ

ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି ବଞ୍ଚିଛନ୍ତି।


ସମୟ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଛି ଯେଉଁଠାରେ ଲୋକମାନେ ମୃତ୍ୟୁପରେ ପୁନର୍ଜୀବିତ ହେବାର ଅଜବ ଦାବି କରନ୍ତି, ଏପରିକି ଯମଦୂତ କିମ୍ବା ଈଶ୍ୱରଙ୍କୁ ଦେଖିଥିବାର ମଧ୍ୟ ଦାବି କରନ୍ତି। ଏପରି ଦାବି କରୁଥିବା ଜଣେ ମହିଳା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଏମିତି ଜଣେ ମହିଳା ହେଉଛନ୍ତି ପେଗି ରବିନସନ। ସେ ଦୁଇଥର ମୃତ୍ୟୁବରଣ କରିଥିବା ଦାବି କରନ୍ତି, କିନ୍ତୁ ତାଙ୍କ ସନ୍ତାନମାନଙ୍କ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପରେ ସେ ପୁଣି ଜିଇଁ ଉଠିଥିଲେ।

ରିପୋର୍ଟ ଅନୁସାରେ, ୬୪ ବର୍ଷୀୟା ପେଗି ରବିନସନ୍‌ କହିଛନ୍ତି ଯେ, ସେ ପ୍ରଥମେ ମାତ୍ର ୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ତା’ପରେ ପୁନର୍ଜୀବିତ ହୋଇଥିଲେ। ସେ ଲୋକଙ୍କ ସହିତ ଶେୟାର କରିଥିବା ଦ୍ୱିତୀୟ ଅଭିଜ୍ଞତା ବହୁତ ଆଶ୍ଚର୍ଯ୍ୟଜନକ। ଯେତେବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ସେ ଏକ ଜଟିଳ ଗର୍ଭାବସ୍ଥାରେ ପୀଡ଼ିତ ଥିଲେ, ତାଙ୍କୁ ଏପରି ଅନୁଭବ ହୋଇଥିଲା ଯେପରି ତାଙ୍କ ଆତ୍ମା ତାଙ୍କ ଶରୀର ଛାଡ଼ି ମହାକାଶକୁ ଉଡ଼ିଯାଇଛି। , ଯେଉଁଠାରେ ସେ ସିଧାସଳଖ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିଲେ।

ପେଗି ରବିନସନ ଦାବି କରନ୍ତି ଯେ, ଈଶ୍ୱର ତାଙ୍କୁ କହିଥିଲେ ଯିବାର ସମୟ ଆସିଛି, କିନ୍ତୁ ପେଗି ମନା କରିଦେଲେ, ଜିଦ୍‌ ଧରି କହିଲେ ଯେ ସେ ତାଙ୍କ ପିଲାମାନଙ୍କୁ ମା’ ବିନା ଛାଡ଼ିପାରିବେ ନାହିଁ। ସେ କୁହନ୍ତି, ସେ ଈଶ୍ୱରଙ୍କୁ କହିଥିଲେ, ‘ମୁଁ ଯିବି ନାହିଁ। ତୁମେ ମୋତେ ନେଇପାରିବ ନାହିଁ, ମୋତେ ମୋ’ ପିଲାମାନଙ୍କୁ ପାଳନ କରିବାକୁ ପଡ଼ିବ।

ଈଶ୍ୱର ପରେ ତାଙ୍କୁ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଦେଖାଇଲେ, ଯେଉଁଥିରେ ଏକ ଯନ୍ତ୍ରଣାଦାୟକ ମୁହୂର୍ତ୍ତ ମଧ୍ୟ ଥିଲା । ପେଗି କୁହନ୍ତି, ସେ ଈଶ୍ୱରଙ୍କ ପାଦତଳେ ପଡ଼ିଗଲେ, ପ୍ରବଳ କାନ୍ଦିଲେ ଏବଂ ତାଙ୍କ ପୁଅମାନଙ୍କ ପାଇଁ ତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଲେ। ସେ ଆହୁରି କୁହନ୍ତି ତାଙ୍କ ଆତ୍ମା ତୁରନ୍ତ ତାଙ୍କ ଶରୀରକୁ ଫେରି ଆସିଲା ଏବଂ ସେ ଏକ ହସ୍ପିଟାଲ ବେଡ୍‌ରୁ ଉଠିବସିଲେ।

ସେତେବେଳେ ପେଗି ଯମଜ ସନ୍ତାନ ସହିତ ଗର୍ଭବତୀ ଥିଲେ, କିନ୍ତୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା, ଏବଂ ତାଙ୍କର ବଞ୍ଚିବାର ସମ୍ଭାବନା କମ୍‌ ଥିଲା। ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ। ତଥାପି ଏକ ଚମତ୍କାର ଭାବରେ ବଞ୍ଚିଯାଇଥଲେ କିନ୍ତୁ ତାଙ୍କର ଉଭୟ ପିଲାଙ୍କୁ ହରାଇଥିଲେ । ଏହି ଅଭିଜ୍ଞତା ଆମକୁ ଶିଖାଏ ଯେ, ମୃତ୍ୟୁର ପରେମଧ୍ୟ ଭଗବାନଙ୍କ ସ୍ନେହ ଓ ଆଶୀର୍ବାଦ ସଦା ଆମ ସହିତ ରହେ, କେହି କେବେ ପ୍ରକୃତରେ ଏକା ନୁହେଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Death Could Not Defeat a Mother’s Love | Odia Story of Eternal Bond – Argus News | Argus News