Videos
|
National

ମୃତ୍ୟୁ ହୋଇଯାଇଥିବା ଲୋକଙ୍କ ସହ ଭେଟଘାଟ

Manini Pattanayak
Browse all articles by Manini Pattanayak
·2 years ago·2 min read
ମୃତ୍ୟୁ ହୋଇଯାଇଥିବା ଲୋକଙ୍କ ସହ  ଭେଟଘାଟ

ନୂଆଦିଲ୍ଲୀ: ମରିଯାଇଥିବା ଲୋକଙ୍କ ସହ ସାକ୍ଷାତ ଏବଂ କଥାବାର୍ତ୍ତ କରୁଛନ୍ତି ଆତ୍ମୀୟ ସ୍ୱଜନ। ଟଙ୍କା ଦେଇ  ମୃତ ସମ୍ପର୍କୀୟଙ୍କୁ  ପୁନର୍ଜିବିତ କରୁଛନ୍ତି ଲୋକେ।  ଏ ଖରବର ଟି ଶୁଣିଲା ପରେ ଆପଣଙ୍କୁ  ତାଜୁବ ଲାଗୁଥିବ । ଭାବୁଥିବେ ଏହା କିପରି ସମ୍ଭବ।   ହଁ ଆଜ୍ଞା ଏପରି ହେଉଛି ତାହା ପୁଣି ଚିନ୍‌ ରେ। 

କିପରି କରୁଛନ୍ତି ମୃତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ?

ମୃତ ବ୍ୟକ୍ତିର ସମସ୍ତ ତଥ୍ୟ ସହ ଏକ ପ୍ରୋଫାଇଲ ତିଆରି କରିବାକୁ ପଡିଥାଏ। କଥା କହୁଥିବା  ଏକ କ୍ଲୋନ  ପ୍ରସ୍ତୁତ ମଧ୍ୟ ହୋଇଥାଏ ।  ଏହା ପରେ ଡିଜିଟାଲ୍ ପୋଟ୍ରେଟ୍ ଏକ 3D ଡିଜିଟାଲ୍ ଇମେଜ୍ ସୃଷ୍ଟି  କରେ। ଯାହା ସହ ପରିବାର କଥା ହେବେ।  କିଛି ଦିନ ହେବ ଚୀନରେ ଏପରି ଏକ ଭିନ୍ନ  ପ୍ରଥା ଚାଲିଛି। ଏଥିପାଇଁରେ ଲେକମାନେ ଟଙ୍କା ଦେଇ  ମୃତବରଣ କରିଥିବା  ଆତ୍ମୀୟସ୍ୱଜନଙ୍କ ଏଆଇ ଅର୍ଥାତ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତିଆରି କରୁଛନ୍ତି।  ଏଥିପାଇଁ ୫୦୦୦ ଏବଂ ୧୦.୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ। ମୃତକଙ୍କ ଏହି ଏଆଇ ଅବତାର ସହ ପ୍ରିୟଜନ ଘଣ୍ଟା ଘଣ୍ଟା କଥା ହେଉଛନ୍ତି। ସୁଖ, ଦୂଃଖ ସେୟାର କରୁଛନ୍ତି।   ଯେମିତି ବଞ୍ଚିଥିବାଳେ କଥାବର୍ତ୍ତା ହେଉଥିଲେ ଠିକ ସେମିତି ପ୍ରିୟଜନ ମାନେ ମରିଯାରିଥିବା ବ୍ୟକ୍ତିର ଶରୀରର ସୁଖ ଦୁଃଖ ହେଉଛନ୍ତି। ମୃତ ବ୍ୟକ୍ତି ମଧ୍ୟ ଜିଅନ୍ତା ଭଳି କଥା ବାର୍ତା କରୁଛି।  

ଏହି  ନିଆରେ ପଦ୍ଧତି ଏବେ ବହୁତ ଲୋକପ୍ରୀୟ ହେବାରେ ଲାଗିଛି।  ସାଉଥଚାଇନା ମର୍ଣ୍ଣିଙ୍ଗ  ପୋଷ୍ଟର  ରିପୋର୍ଟ ଅନୁସାରେ ଚୀନରେ ଏହା ଘୋଷ୍ଟ ବାଟ୍‌ ଭାବେ ପରିଚିତ।  ଏହା ଏବେ ଏତେ ପ୍ରଶିଦ୍ଧ ହୋଇଛି ଯେ କିଏ  ତାର ମୃତ ପ୍ରେମୀକାର ଏଆଇ ତିଆରି କରୁଛି ତ ଆଉ କିଏ ମୃତ ସ୍ତ୍ରୀର ଏଆଇ   କରି କଥା ହେଉଛି। ଆଉ କିଏ  ମୃତ ବାପା ମାଙ୍କର ଏଆଇ କରି ସୁଖ ଦୁଃଖ  ହେଉଛନ୍ତି। ଏଥିପାଇଁ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି।  କେହି କେହି ତ ଲକ୍ଷାଧିକ ଟଙ୍କା ଏଥିପାଇଁ  ପାଣିରେ ବୁହାଇ ଦେଉଛନ୍ତି। ଏଆଇ ଫାର୍ମ  ସୁପର ବ୍ରେନ ର ପ୍ରତିଷ୍ଠାତା କହିଛନ୍ତି ଯେ, ଟେକ୍ନୋଲୋଜି ଆମକୁ ଏପରି ଏକ ସୁଯୋଗ ଦେଇଛି  ଆମେ ହରାଇଥିବା ଆମ ପ୍ରିୟଜନଙ୍କ ସହ ନିକଟତର ହୋଇପାରିବା ଆଉ ଅନୁଭବ ବି  କରିପାରିବା। ହଜାର ହାଜାର ପରିବାର ନିଜ ମୃତ ପ୍ରିୟଜନଙ୍କୁ ଡିଜିଟାଲ ମାଧ୍ୟମରେ ପୁନର୍ଜିବିତ କରିବାରେ ସାହାଯ୍ୟ କରୁଛି ଏହି ପଦ୍ଧତି।   ତେବେ ଏହି ଗ୍ରାହକ ମାନଙ୍କ ମଧ୍ୟରେ  ବୟଷ୍କ ପିତାମାତା ଯେଉଁମାନେ କି ନିଜ ସନ୍ତାନକୁ ହରାଇଛନ୍ତି ସୋମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ତାଙ୍କ ମୃତ ସନ୍ତାନଙ୍କ ସହ କଥା ହୋଇ। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ :