Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିମାନ ଧକ୍କାରେ ୩୬ ରାଜହଂସଙ୍କ ମୃତ୍ୟୁ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ

National

ବିମାନ ଧକ୍କାରେ ୩୬ ରାଜହଂସଙ୍କ ମୃତ୍ୟୁ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ

Ritu Das
Browse all articles by Ritu Das
·1 year ago·1 min read
ବିମାନ ଧକ୍କାରେ ୩୬ ରାଜହଂସଙ୍କ ମୃତ୍ୟୁ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ

ଅର୍ଗସ ବ୍ୟୁରୋ: ଗତରାତିରେ ୟୁଏଇରୁ ଆସୁଥିବା ଏକ ଯାତ୍ରୀବାହୀ ବିମାନ ସହ ଏକ ରାଜହଂସ ସମୂହଙ୍କ ଧକ୍କା ହୋଇଛି। ଫଳରେ ୩୬ ରାଜହଂସଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଇକେ-୫୦୮ ଯାତ୍ରୀବାହୀ ବିମାନ ୩୧୦ ଯାତ୍ରୀଙ୍କୁ ମୁମ୍ବାଇରୁ ଦୁବାଇ ନେଇ ଯାଉଥିଲା। ଏହି ସମୟରେ ନିର୍ଦ୍ଧାରିତ ରନ୍‌ୱେରେ ରାଜହଂସଙ୍କ ଏକ ସମୂହ ବସିଥିଲେ। ରନ୍‌ୱେରେ ଆଗକୁ ବଢ଼ିବା ବେଳେ ସେମାନଙ୍କ ସହ ବିମାନର ଧକ୍କା ହୋଇଥିଲା।

ଏହି ଧକ୍କା ଫଳରେ ‌ବିମାନର ସାମାନ୍ୟ କ୍ଷତି ଘଟିଥିଲା। ଏନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହି ଘଟଣାରେ ମହାରାଷ୍ଟ୍ର ଜଙ୍ଗଲ ପରିବେଶ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ, ରନ୍‌ୱେରେ କୌଣସି ପକ୍ଷୀଙ୍କ ଦେହାବଶେଷକୁ ଠାବ କରାଯାଇପାରିନଥିଲା। ଆଜି ସକାଳେ ବନ ବିଭାଗ କର୍ମଚାରୀମାନେ ବିମାନବନ୍ଦର ନିକଟରେ ଲକ୍ଷ୍ମୀନଗର ଅଧୀନ ପନ୍ଥନଗରରୁ ୩୬ ରାଜହଂସଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। 

ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବନଶକ୍ତି ଏନ୍‌ଜିଓର ଡି ଷ୍ଟାଲିନ୍‌ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ପୂର୍ବେ ଏଭଳି ଘଟଣା ଘଟିନଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇଛି ମହାରାଷ୍ଟ୍ରର ଜଙ୍ଗଲ ପରିବେଶ ବିଭାଗ। ଖୁବଶୀଘ୍ର ଏହାର  ତଦନ୍ତ କରି ବିମାନ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ପରିବେଶ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Death of 36 king swans i | Argus News