Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେରଳରେ ପ୍ରକୃତିର କରାଳ ରୂପ : ଏବେ ବି ମାଟି ତଳେ ଶବ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କେରଳରେ ପ୍ରକୃତିର କରାଳ ରୂପ : ଏବେ ବି ମାଟି ତଳେ ଶବ

Key Points

  • କେରଳ ଦେଖାଉଛି କରାଳ ରୂପ
  • ପ୍ରକୃତି ଯେବେ ରାଗେ...
  • ସମସ୍ତଙ୍କୁ କୋଳକୁ ନେଇଯାଏ

ଅର୍ଗସ ବ୍ୟୁରୋ : ଦୃଶ୍ୟ ଦେଖି ହେବନି କି ଦେଖାଇ ହେବନି । ଷ୍ଟ୍ରେଚରରେ ବୁହା ଚାଲିଛି ଶହଶହ ଶବ । ସତେ ଯେମିତି ଶବ ହିଁ ପରିଚୟ ଖୋଜୁଛି କେରଳରେ । ଆକାଶରୁ ସ୍ଥଳ, ଜଳରୁ ପାହାଡ଼ ସବୁ ସେଇଠି ଏକାକାର ହୋଇଯାଇଛି । ମୃତ୍ୟୁର ବିଭୀଷିକା ବୟାନ କରୁଛି କେରଳ ସ୍ଥିତି କେତେ ଗମ୍ଭୀର ? 

ସୁ ସୁ ଗର୍ଜନ କଲା, ସମସ୍ତଙ୍କୁ ଭସାଇନେଲା । ବାପା ସାମ୍ନାରୁ ପୁଅକୁ, ମାଆ ସାମ୍ନାରୁ ଝିଅକୁ । ସ୍ଵାମୀ ସାମ୍ନାରୁ ସ୍ତ୍ରୀକୁ ତ ସ୍ତ୍ରୀ ସାମ୍ନାରେ ଶାଶୂକୁ । ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ବୋଧହୁଏ ଏମିତି ତାଣ୍ଡବ ରଚେ । ନାଁ ସମୟ ଦିଏ, ନା କିଛି ଭାବେ । ମଣିଷ ଜୀବନର ମୂଲ୍ୟ ଯେ କିଛି ନାହିଁ । ନିମିଷକେ କାଳ ରୂପୀ କରାଳ ରୂପ ଏମିତି କାଣ୍ଡ ଭିଆଇବ କିଏ କେବେ ସ୍ଵପ୍ନ ବି ଦେଖିନଥିଲେ । ହେଲେ ଚେତାର ଅବର୍ତ୍ତମାନରେ କେରଳରେ ଯାହା ଘଟିଲା ତାହା ନିଶ୍ଚୟ ଇତିହାସର ମୁକସାକ୍ଷୀ ହୋଇ ରହିବ । ଘଟଣାକୁ ଏହାରି ଭିତରେ ୫ ଦିନ ବିତିଲାଣି ସତ ହେଲେ ଏବେ ବି ମାଟି ତଳୁ ଖୋଜାଚାଲିଛି ମୃତ ଦେହ । ସମୟ ଯେତିକି ଗଡ଼ୁଛି , ମୃତ୍ୟୁ ସଂଖ୍ୟା ସେତିକି ବଢିଛି ।

କେରଳ ୱାୟନାଡରେ ଭୀଷଣ ବର୍ଷା ପରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦୮ ଟପିଛି । ବର୍ତମାନ ୧୩୦ ଜଣଙ୍କ ମେଡ଼ିକାଲରେ ଚିକିତ୍ସା ଚାଲିଥିବା ବେଳେ ୨ ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି । ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ପ୍ରଭାବିତ ହୋଇଥିଲା। ଏବେ ଯୁଦ୍ଧକାଳୀନ ଭିତରେ ମୃତଦେହ ଖୋଜା ଚାଲିଛି । ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତିନି ସେନା ବ୍ୟତୀତ ଏନଡିଆରଏଫ୍, ଡିଏସଜି ଓ ଏମ୍ଇଜି ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଦେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଦିନ ଥିଲା ଶୁକ୍ରବାର । ସମୟ ଥିଲା ଭୋର । ଭୋରର ସମୟ ହୋଇଥିବାରୁ ଅଧିକାଂଶ ଲୋକ ଶୋଇଥିଲେ । ଆଉ ଶୋଇଥିବା ସମୟରେ ହିଁ ଚିରନିଦ୍ରାରେ ଅନେକ ରହିଗଲେ । ପରିବାର ପରିଜନଙ୍କୁ ହରାଇ ଆର୍ତ୍ତଚିତ୍କାର କରୁଛନ୍ତି ଲୋକେ । ହେଲେ ସେମାନଙ୍କୁ ତୁନି କରାଇବାକୁ ନାଁ କାହା ପାଖରେ ଶଦ୍ଦ ରହିଛି ନାଁ କାହା ପାଖରେ ଧୈର୍ଯ୍ୟ ଅଛି ।  ଏହାରି ଭିତରେ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଆହୁରି ବ୍ୟାପକ ହେବ ଏବଂ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଡ୍ରୋନ୍ ଆଧାରିତ ରାଡାର ମଧ୍ୟ ଅନ୍ତର୍ଭୁକ୍ତ ହେବ‌ ବୋଲି ପ୍ରଶାସନ ସୂଚନା ଦେଇଛି ।

ଏହାସହ ନଷ୍ଟ ହୋଇଯାଇଥିବା ରାସ୍ତା, ସେତୁ ସହିତ ଯନ୍ତ୍ରପାତିର ଅଭାବ ତଥା ଭାରି ଯନ୍ତ୍ରର ଅଭାବ ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାରୁ ୨୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ଅଛନ୍ତି। ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଉପରେ ଏହି ଭୂସ୍ଖଳନର ଖୁବ୍ ପ୍ରଭାବ ପଡ଼ିଛି। ଅନ୍ୟପକ୍ଷରେ ସେନା ଦ୍ବାରା ୱା‌ୟନାଡ଼ର ମୁଣ୍ଡାକ୍କାଇ ଏବଂ ଚୁରାଲ୍‌ମାଲାରୁ ୧ ହଜାରରୁ ଅଧିକ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହେବାପରେ ଆଜି ସକାଳେ ପୁଣିଥ‌ରେ ଆରମ୍ଭ ହୋଇଥିଲା । ପ୍ରତିକୂଳ ପାଣିପାଗ ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ କେରଳକୁ ସାହାଯ୍ୟର ହାତ ବଢାଇଛନ୍ତି ଅନେକ ରାଜ୍ୟ...ହେଲେ କେରଳରେ ଯେଉଁ ପରି ଭାବରେ ପ୍ରକୃତି କରାଳ ରୂପ ଦେଖାଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

Sponsored
Wayanad landslides | Argus News