Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air India Plane Crash; ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହ

Smruti Parija
Browse all articles by Smruti Parija
·1 year ago·2 min read
Air India Plane Crash; ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହ

Key Points

ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହ

ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ

ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ହୋଇଥିବା ବଡ ବିମାନ ଦୁର୍ଘଟଣା ଘଟଣାରେ ଆସିଲା ଆଉ ଏକ ବଡ ଅପଡେଟ୍ । ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ବିମାନ AI171 ଅହମ୍ମଦାବାଦ-ଲଣ୍ଡନକୁ ଯାତ୍ରା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍‌ ଅଫ୍‌ କରିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନରେ ମୋଟ 242 ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।



ସେପଟେ ଦୁର୍ଘଟଣାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ସେ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) June 12, 2025


ବିମାନରେ ୨୪୨ ଜଣ ଲୋକ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ କ୍ରୁ ଥିବା ଜଣାପଡିଛି ।



ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଟ୍ୱିଟ୍ କରି କହିଛନ୍ତି, "ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ମର୍ମାହତ ଏବଂ ଦୁଃଖିତ । ଆମେ ସର୍ବାଧିକ ସତର୍କତା ଅବଲମ୍ବନ କରୁଛୁ । ମୁଁ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସମସ୍ତ ବିମାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥାଗୁଡ଼ିକୁ ଶୀଘ୍ର ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଉଦ୍ଧାର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି, ଏବଂ ଘଟଣାସ୍ଥଳକୁ ଡାକ୍ତରୀ ସହାୟତା ଏବଂ ରିଲିଫ୍ ସହାୟତା ଯୋଗାଇବା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।"


Sponsored
debris-at-air-india-plane-crash-site-in-ahmedabad-fire-services-and-other-agencies-present-at-the-site | Argus News