December 1 Rule Changes / ଡିସେମ୍ବର ୧ରୁ ବଦଳିବ ୫ଟି ବଡ଼ ନିୟମ: LPG ଦରଠାରୁ କ୍ରେଡିଟ୍ କାର୍ଡ, ମହଙ୍ଗା ହେବ କାର୍!
·20 mins ago·3 min read

Key Points
ନଭେମ୍ବର ମାସ ଶେଷ ହେବାକୁ ଯାଉଥିବାବେଳେ ଆଉ କିଛି ଦିନ ପରେ ଆରମ୍ଭ ହେବ ଡିସେମ୍ବର
୧ ତାରିଖରୁ ଏହିସବୁ ଜିନିଷ ମହଙ୍ଗା ହେବ
୧ ତାରିଖରୁ ଏହିସବୁ ଜିନିଷ ମହଙ୍ଗା ହେବ
ନଭେମ୍ବର ମାସ ଶେଷ ହେବାକୁ ଯାଉଥିବାବେଳେ ଆଉ କିଛି ଦିନ ପରେ ଆରମ୍ଭ ହେବ ଡିସେମ୍ବର। ତେବେ ୨୦୨୬ ବର୍ଷର ଶେଷ ମାସ ଆରମ୍ଭରୁ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍, ଘରର ରୋଷେଇ ବଜେଟ୍, ବ୍ୟାଙ୍କିଂ କାରବାର ଏବଂ ଗାଡ଼ି କିଣିବା ଉପରେ ପଡ଼ିପାରେ। ଏହାସହ GST ଓ କମୋଡିଟି ଟ୍ରେଡିଂ କ୍ଷେତ୍ରରେ ମଧ୍ୟ କିଛି ନୂଆ ପରିବର୍ତ୍ତନ ହେବ। ତେବେ ଡିସେମ୍ବର ୧ରୁ କେଉଁ ୫ଟି ବଡ଼ ପରିବର୍ତ୍ତନ ହେବ, ଆସନ୍ତୁ ଜାଣିବା।
୧. LPG ସିଲିଣ୍ଡରଠାରୁ ATF ଦରରେ ପରିବର୍ତ୍ତନ
ପ୍ରତି ମାସର ପହିଲା ତାରିଖରେ ତୈଳ ବିପଣନ କମ୍ପାନୀଗୁଡ଼ିକ LPG ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି। ତେଣୁ ଡିସେମ୍ବର ୧ରେ ମଧ୍ୟ ଗ୍ୟାସ୍ ଦରକୁ ନେଇ ଲୋକଙ୍କ ନଜର ରହିବ। ବିଶେଷକରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ଗତ କିଛି ମାସ ମଧ୍ୟରେ ପରିବର୍ତ୍ତନ ହୋଇଛି। ଅନ୍ୟପଟେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଦୀର୍ଘ ସମୟ ଧରି ସ୍ଥିର ରହିଛି।
ଏହାସହ ବିମାନ ଇନ୍ଧନ ଅର୍ଥାତ୍ ଏୟାର ଟର୍ବାଇନ୍ ଫୁଏଲ୍ (ATF) ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ତେବେ ନୂଆ ଦର ଡିସେମ୍ବର ୧ରେ ଘୋଷଣା ହେବ।
୨. SBI କ୍ରେଡିଟ୍ କାର୍ଡ ବ୍ୟବହାର ହୋଇପାରେ ମହଙ୍ଗା
ଦ୍ୱିତୀୟ ବଡ଼ ପରିବର୍ତ୍ତନ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ। ଯଦି ଆପଣ SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଡିସେମ୍ବର ୧ରୁ କିଛି ନିର୍ଦ୍ଦିଷ୍ଟ କାରବାର ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।
ନୂଆ ନିୟମ ଅନୁଯାୟୀ, ୩୦ ହଜାର ଟଙ୍କାରୁ ଅଧିକ ଟ୍ରାନ୍ସପୋର୍ଟେସନ୍ କାରବାର ଏବଂ ଗୋଟିଏ ବିଲିଂ ସାଇକେଲରେ ଇନ୍ଧନ ବାବଦରେ ୫୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେଲେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଲାଗିବ। ତେଣୁ SBI କ୍ରେଡିଟ୍ କାର୍ଡ ଗ୍ରାହକମାନେ କାରବାର କରିବା ପୂର୍ବରୁ ନୂଆ ନିୟମ ଜାଣି ରଖିବା ଜରୁରୀ।
୩. ଡିସେମ୍ବରରୁ ମହଙ୍ଗା ହେବ TATA କାର୍
ଯଦି ଆପଣ ନୂଆ କାର୍ କିମ୍ବା SUV କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଡିସେମ୍ବର ୧ରୁ ଟାଟା ମୋଟର୍ସର କାର୍ ଓ SUV ଦର ବୃଦ୍ଧି ପାଇବାକୁ ଯାଉଛି। କମ୍ପାନୀ ପକ୍ଷରୁ ନଭେମ୍ବର ୨୪ ତାରିଖରେ ଏହି ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ୍ ଏବଂ ଇଲେକ୍ଟ୍ରିକ୍ କାର୍ ସମେତ କମ୍ପାନୀର ବିଭିନ୍ନ ମଡେଲ୍ ଏହି ଦରବୃଦ୍ଧି ପରିସରକୁ ଆସିବ। ଭିନ୍ନ ଭିନ୍ନ ମଡେଲ୍ ଓ ଭାରିଆଣ୍ଟ ଅନୁସାରେ ଦର ବଢ଼ିବ। ରିପୋର୍ଟ ଅନୁଯାୟୀ, କାର୍ ଦରରେ ୦.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୪. SEBI ବଦଳାଇବ କମୋଡିଟି ଟ୍ରେଡିଂ ନିୟମ
ଡିସେମ୍ବର ୧ରୁ କମୋଡିଟି ଡେରିଭେଟିଭ୍ସରେ ଟ୍ରେଡିଂ କରୁଥିବା ନିବେଶକଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବ। ଭାରତୀୟ ପୁଞ୍ଜି ବଜାର ନିୟାମକ ସଂସ୍ଥା SEBI ପକ୍ଷରୁ ମାର୍ଜିନ୍ ନିୟମରେ ପରିବର୍ତ୍ତନ କରାଯାଉଛି।
ଏହି ନିୟମ ଅନୁଯାୟୀ, କମୋଡିଟିର ମୂଲ୍ୟରେ ହେଉଥିବା ଉତ୍ଥାନ-ପତନ ଆଧାରରେ ଟ୍ରେଡର୍ସଙ୍କୁ ଇନିସିଆଲ୍ ମାର୍ଜିନ୍ ରଖିବାକୁ ପଡ଼ିବ। ଏଥିପାଇଁ ତିନୋଟି ବର୍ଗ ନିର୍ଦ୍ଧାରଣ କରାଯାଇଛି। ଏହି ପରିବର୍ତ୍ତନ ଦ୍ୱାରା କମୋଡିଟି ବଜାରରେ ଟ୍ରେଡିଂ କରୁଥିବା ନିବେଶକମାନେ ନୂଆ ନିୟମ ଅନୁଯାୟୀ କାରବାର କରିବେ।
୫. GST ରେଜିଷ୍ଟ୍ରେସନ୍ ବାତିଲ୍ ପ୍ରକ୍ରିୟାରେ ପରିବର୍ତ୍ତନ
ଡିସେମ୍ବର ୧ରୁ GST ସହ ଜଡ଼ିତ ଆଉ ଏକ ନୂଆ ନିୟମ ଲାଗୁ ହେବ। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ କଷ୍ଟମ୍ସ (CBIC) ପକ୍ଷରୁ ସେଣ୍ଟ୍ରାଲ୍ GST ନିୟମ ୨୦୧୭ରେ ସଂଶୋଧନ କରାଯାଇଛି। ନଭେମ୍ବର ୨୫ ତାରିଖରେ ଏହାକୁ ଅଧିସୂଚିତ କରାଯାଇଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, GST ରେଜିଷ୍ଟ୍ରେସନ୍ ବାତିଲ୍ କରିବା ପାଇଁ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ ହେବ। ଯୋଗ୍ୟ ଆବେଦନଗୁଡ଼ିକୁ GST କମନ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ରେ ପ୍ରକ୍ରିୟାକରଣ କରାଯିବ। ଅନ୍ୟପଟେ ଯେଉଁ ବ୍ୟବସାୟୀଙ୍କ ରିଟର୍ଣ୍ଣ ବାକି ଥିବ କିମ୍ବା ଟିକସ ବକେୟା ରହିଥିବ, ସେମାନଙ୍କ ଆବେଦନ ଯାଞ୍ଚ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯିବ।
ଡିସେମ୍ବର ୧ ପୂର୍ବରୁ ଜାଣି ରଖନ୍ତୁ ଏହି ନିୟମ
ଡିସେମ୍ବର ମାସ ଆରମ୍ଭରୁ ଲାଗୁ ହେବାକୁ ଥିବା ଏହି ୫ଟି ପରିବର୍ତ୍ତନ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚଠାରୁ ଆରମ୍ଭ କରି ବ୍ୟବସାୟ ଓ ନିବେଶ ପର୍ଯ୍ୟନ୍ତ ପ୍ରଭାବ ପକାଇବ। ବିଶେଷକରି SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ଟାଟା କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକ ଏବଂ କମୋଡିଟି ଟ୍ରେଡର୍ସ ନୂଆ ନିୟମ ପ୍ରତି ସତର୍କ ରହିବା ଆବଶ୍ୟକ।

Related Topics
Explore more stories