|
logo
Live
Argus News App
GET APP

Argus News - ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ଜାଣନ୍ତୁ...

National

bank holiday list / ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·4 months ago·2 min read
ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ଜାଣନ୍ତୁ...

Key Points

ଆସନ୍ତା ଡିସେମ୍ବର ମାସରେ କୌଣସି ବ୍ୟାଙ୍କ କାମ ଥିଲେ ଆଜିଠାରୁ ହିଁ ପ୍ଲାନ୍‌ କରନ୍ତୁ । କାରଣ ଏହି ମାସର ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ଜାଣନ୍ତୁ । 

ଚାହୁଁ ଚାହୁଁ ମାସେ ପୁରିଲେ ଆସିବ ନୂଆବର୍ଷ । ତେବେ ଡିସେମ୍ବର ମାସ ପାଇଁ ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ମୁଖ୍ୟତଃ ଡିସେମ୍ବର ମାସରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମୁଖ୍ୟ ପର୍ବ ଖ୍ରୀଷ୍ଟମାସ ପାଳନ ହୁଏ । ତା ସହ ନୂଆ ବର୍ଷ ସହ ଜଡ଼ିତ ଛୁଟି ମଧ୍ୟ ରହିଥାଏ । ଡିସେମ୍ବର ମାସରେ ଛୁଟିର ତାଲିକା ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରହିଥାଏ ।

ଆସନ୍ତା ଡିସେମ୍ବର ମାସରେ କୌଣସି ବ୍ୟାଙ୍କ କାମ ଥିଲେ ଆଜିଠାରୁ ହିଁ ପ୍ଲାନ୍‌ କରନ୍ତୁ । କାରଣ ଏହି ମାସର ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ତାହା ଜାଣି ରଖିବା ନିହାତି ଆବଶ୍ୟକ । ତା ନହେଲେ ସମସ୍ୟାରେ ପଡ଼ି ପାରନ୍ତି ସାଧାରଣ ଲୋକେ । ତେବେ ଏହି ମାସରେ ଥିବା ବ୍ୟାଙ୍କ ଛୁଟି ମଧ୍ୟରୁ କେତେକ ଆଞ୍ଚଳିକ ଛୁଟି ମଧ୍ୟ ସାମିଲ ରହିଛି । ତାହାଛଡ଼ା ଏଥର ଖ୍ରୀଷ୍ଟମାସ ବା ବଡ଼ଦିନ ଛୁଟି ପଡ଼ୁଥିବାରୁ ସେହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଛୁଟି ଲିଷ୍ଟ ଅନୁଯାୟୀ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବି ବ୍ୟାଙ୍କ ଛୁଟି ରହିବ ।

କେଉଁ ରାଜ୍ୟରେ କେଉଁ ଦିନ ବ୍ୟାଙ୍କ ବନ୍ଦ ୧ ଡିସେମ୍ବର ୨୦୨୫ ସୋମବାର ଦିନ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ରାଜ୍ୟ ପ୍ରତିଷ୍ଠା ଦିବସ ଏବଂ ଇଣ୍ତିଜେନସ ଫେଥ୍‌ ଦିବସ ପାଳନ କରାଯିବ ।

୩ ଡିସେମ୍ବର ୨୦୨୫ ବୁଧବାର ଦିନ ଗୋଆରେ ସେଣ୍ଟ ଫ୍ରାନ୍ସିସ୍ ଜାଭିୟରଙ୍କ ପର୍ବ ପାଳନ କରାଯିବ ।
୧୨ ଡିସେମ୍ବର ୨୦୨୫ ଶୁକ୍ରବାର ଦିନ ମେଘାଳୟରେ ପା ତୋଗନ ନେଙ୍ଗମିଞ୍ଜା ସାଙ୍ଗମାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ ।
୧୮ ଡିସେମ୍ବର ୨୦୨୫ ଗୁରୁବାର ଦିନ ମେଘାଳୟରେ ୟୁ ସୋସୋ ଥାମଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ ।
୧୯ ଡିସେମ୍ବର ୨୦୨୫ ଶୁକ୍ରବାର ଗୋଆରେ ଗୋଆ ମୁକ୍ତି ଦିବସ ପାଳନ କରାଯିବ ।
୨୨ ଡିସେମ୍ବର ୨୦୨୫ ସୋମବାର ସିକ୍କିମରେ ଲୋସୁଙ୍ଗ/ନାମସୁଙ୍ଗ ଉତ୍ସବ ।
୨୪ ଡିସେମ୍ବର ୨୦୨୫ ବୁଧବାର ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ ଇଭ୍ ପାଳନ ।
୨୫ ଡିସେମ୍ବର ୨୦୨୫ ଗୁରୁବାର ସମଗ୍ର ଭାରତରେ ବଡ଼ଦିନ ବା ଖ୍ରୀଷ୍ଟମାସ ଛୁଟି ।
୨୬ ଡିସେମ୍ବର ୨୦୨୫ ଶୁକ୍ରବାର ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ ପାଳନ ପାଇଁ ଛୁଟି ।
୨୭ ଡିସେମ୍ବର ୨୦୨୫ ଶନିବାର ନାଗାଲାଣ୍ଡରେ କ୍ରିସମାସ ପାଇଁ ବ୍ୟାଙ୍କ ଛୁଟି ।
୩୦ ଡିସେମ୍ବର ୨୦୨୫ ମଙ୍ଗଳବାର ମେଘାଳୟରେ ୟୁ କିଆଙ୍ଗ ନାଙ୍ଗବାହଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଛୁଟି ।
୩୧ ଡିସେମ୍ବର ୨୦୨୫ ବୁଧବାର ମିଜୋରାମ ଓ ମଣିପୁରରେ ନୂତନ ବର୍ଷ ପୂର୍ବ ସନ୍ଧ୍ୟା (New Year's Eve) କିମ୍ବା ଇମୋଇନୁ ଇରାଟପାଙ୍କ ପାଇଁ ଛୁଟି ।

ଡିସେମ୍ବର ୨୦୨୫ରେ ୬ଟି ସାପ୍ତାହିକ ଛୁଟି ରହିବ । ଏଥିମଧ୍ୟରୁ ୧୩ ତାରିଖ ଦ୍ୱିତୀୟ ଶନିବାର ଏବଂ ୨୭ ତାରିଖ ଚତୁର୍ଥ ଶନିବାର କାରଣରୁ ବ୍ୟାଙ୍କ ଛୁଟି ରହିବ । ୭, ୧୪, ୨୧ ଏବଂ ୨୮ ତାରିଖ ରବିବାର ହୋଇଥିବାରୁ ଛୁଟି ରହିବ । ଏହି ଛୁଟିଗୁଡ଼ିକ ପୁରା ଭାରତବବର୍ଷରେ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bank holiday list: ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ଜାଣନ୍ତୁ... | Argus News