Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ୟାନସର୍ ଔଷଧ ଉପରୁ ଟିକସ ହ୍ରାସ ପାଇଁ GST ପରିଷଦର ନିଷ୍ପତ୍ତି: ୧୨%ରୁ ୫%କୁ କମିଲା ଟ୍ୟାକ୍ସ

Ritu Das
Browse all articles by Ritu Das
·1 year ago·1 min read
କ୍ୟାନସର୍ ଔଷଧ ଉପରୁ ଟିକସ ହ୍ରାସ ପାଇଁ GST ପରିଷଦର ନିଷ୍ପତ୍ତି: ୧୨%ରୁ ୫%କୁ କମିଲା ଟ୍ୟାକ୍ସ

ଅର୍ଗସ ବ୍ୟୁରୋ: 54 ତମ GST ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । କର୍କଟ ରୋଗ ଔଷଧ ଓ ନମକିନ ଉପରେ ଜିଏସଟି କମିଥିବାବେଳେ ଅନଲାଇନ ଗେମିଂ ଉପରେ ଟିକସ 412 ପ୍ରତିଶତ ବୃଦ୍ଧି ପାଇଛି । ଏହାସହିତ କେଦାରନାଥ, ବଦ୍ରିନାଥ ପରି ଧାର୍ମିକ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ବିମାନ ଯାତ୍ରା ଉପରେ ଜିଏସଟି 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ ପାଇଥିବା ବୈଠକରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

କର୍କଟ ରୋଗ ଔଷଧ ଉପରେ ଜିଏସଟି 12 ପ୍ରତିଶତରୁ ହ୍ରାସ ପାଇ 5 ପ୍ରତିଶତରେ ପହଞ୍ଚିଛି ।  ସେହିପରି ନମକିନ ଉପରେ 18 ପ୍ରତିଶତରୁ 12 ପ୍ରତିଶତକୁ କମିଛି । ଅନଲାଇନ ଗେମିଂ ରେଭେନ୍ୟୁ 412 ପ୍ରତିଶତ ବୃଦ୍ଧି ପାଇ 6 ହଜାର 909 କୋଟିରେ ପହଞ୍ଚିଛି । ବାଣିଜ୍ୟିକ ସମ୍ପତ୍ତିକୁ ଭଡ଼ାରେ ଦିଆଯାଉଥିଲେ ଏହା ଉପରେ ମଧ୍ୟ ଟିକସ ଲାଗୁ କରିବାକୁ ନୂଆ ମେକାନିଜିମ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored