Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ

ଅର୍ଗସ ବ୍ୟୁରୋ:  ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ। ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଆଜି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି। ଏନେଇ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ବରିଷ୍ଠ ମନ୍ତ୍ରୀ ଦୀପକ କେସରକର ସୂଚନା ଦେଇଛନ୍ତି। ଆଜି କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି। କ୍ୟାବିନେଟରେ ଆଉ କିଏ କିଏ ସାମିଲ ହେଉଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମୁଖ୍ୟମନ୍ତ୍ରୀ ପଦ ପାଇଁ ସିନ୍ଦେ ଏବଂ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦାବିଦାର ଥିବାବେଳେ ଏଯାଏ କିଏ ମୁଖ୍ୟମନ୍ତ୍ରୀ ହେବେ ଅସ୍ପଷ୍ଟ ରହିଛି। 288 ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିକୁ 233 ଆସନ ମିଳିଛି। ପୂର୍ଣ୍ଣ ବହୁମତ ପରେ ସରକାର ଗଢିବାକୁ ଦାବି ଜଣାଇଛି ମିଳିତ ମଞ୍ଚ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Decision on Maharashtra CM choice today, swearing-in likely today | Argus News