Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାରିଲା ପାକିସ୍ତାନ : କୁଆଡ଼େ ଗଲେ ଆଇଆଇଟି ବାବା ?

Ritu Das
Browse all articles by Ritu Das
·1 year ago·3 min read
ହାରିଲା ପାକିସ୍ତାନ : କୁଆଡ଼େ ଗଲେ ଆଇଆଇଟି ବାବା ?

ଏ ବାବା ଏବେ କେଉଁଠି ? ଧରାଧାମରେ ଅଛନ୍ତି ତ ? ନା ପାକିସ୍ତାନ ହାରିଲା ପରେ ବାବା ନିଖୋଜ ? ଥରେ ଦୁଇ ଶିଷ୍ୟଙ୍କ ଭିତରେ ବିବାଦ ଲାଗିଲା । ଭାଗ୍ୟ ବଡ଼ ନା କର୍ମ ? ଗୁରୁଜୀଙ୍କ ପାଖରେ ପହଁଚିଲେ । ସମାଧାନ ପାଇଁ ଗୁରୁଜୀ ଦୁଇ ଜଣଙ୍କୁ ଏକ ଅନ୍ଧାର କୋଠରୀରେ 24 ଘଣ୍ଟା ବିତାଇବାକୁ ନିର୍ଦ୍ଦେଶ ଦେଲେ । ସକାଳ ଯାଇ ରାତି ହେଲା, ପେଟରେ ଭୋକ ବି ରଡି ଛାଡିଲା । ଜଣେ ଖାଦ୍ୟ ଦରାଣ୍ଡିଲା. ଅନ୍ୟଜଣେ ଭାଗ୍ୟ ଉପରେ ନିର୍ଭର କରି ବସି ରହିଲା । ଅଣ୍ଡାଳୁଥିବା ଶିଷ୍ୟଟି ହାତରେ ଗୋଟିଏ ମାଟି ଘଡି ବାଜିଲା । ଦେଖିଲା ବେଳକୁ କିଛି ବୁଟସିଜା ଅଛି, ଆଉ କିଛି ଗୋଡି । ବନ୍ଧୁ ଜଣଙ୍କୁ ବୁଟସିଜା ବି ଯାଚିଲା । ସେ କିନ୍ତୁ ନାରାଜ । ଭାଗ୍ୟରେ ଯାହାଥିବ ଘଟିବ, ହେଲେ ଖାଇବି ନାହିଁ । ପରଦିନ ସକାଳ ହେଲା, ଗୁରୁଜୀ ଅନ୍ଧାର ଘରୁ ଦୁହିଁକୁ କାଢିଲେ । ପଚାରିଲେ କଣ ତୁମ ସହ ଘଟିଲା । ଜଣେ କହିଲା ଘଡିରେ କିଚି ବୁଟ ଆଉ ଗୋଡି ଥିଲା । ବୁଟ ଖାଇଲି, ଗୋଡି ତକ ବନ୍ଧୁଙ୍କୁ ଧରାଇଦେଲି । ଅନ୍ୟଜଣେ କହିଲେ କିଛି ଖାଇନି । ଭାଗ୍ୟରେ ଯାହା ଥିଲା ଘଟିଲା । ଗୁରୁଜୀ ଗୋଡି ତକ ଦେଖିଲେ । ଆଉ ମୁରୁକି ହସିଲେ । ପିଲାଏ ପଚାରିଲେ ସ୍ମିତହାସ୍ୟର କାରଣ । ଗୁରୁଜୀ କହିଲେ ଭାଗ୍ୟ ଆଉ କର୍ମ ଗୋଡିଏ ଘଡିରେ ଥିଲେ । ମୁଁ ସେ ଘଡିରେ ହୀରା ଆଇ ବୁଟ ରଖିଥିଲି । କିନ୍ତୁ ଯିଏ ପରିଶ୍ରମ କଲା ସେ ପାଇଲା, ଆଉ ଯିଏ ଭାଗ୍ୟ ଉପରେ ନିର୍ଭର କରୁଥିଲା ସିଏ ହୀରାକୁ ବି ଗୋଡି ଭାବିଲା ।

ଅନ୍ୟର ଭବିଷ୍ୟତ ଆକଳନ କରୁଥିବା ବାବା କିନ୍ତ ନିଜ ହସ୍ତରେଖାଟା ପଢିପାରିଲେନି । ଭାରତ ଜିତିବ କି ହାରିବ ଆକଳନ କରିଦେଲେ । ବିରାଟ ଯେତେ ବଳ ଲଗାଇଲେ ବି ପାକିସ୍ତାନ ଜିତିବ ବୋଲି କହିଲେ । ଆଉ ତାର ଫଳାଫଳ କେଇଟି ଘଣ୍ଟା ପରେ ପାଇଲେ । ଜଣେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କର୍ମ କରିଚାଲିଲେ । ଆଉ ଜଣେ ଟୁଙ୍ଗି ତଳେ ବସି ଭବିଷ୍ୟ ଗଣନା କଲେ। ଏଠି ବି କର୍ମ ଭାଗ୍ୟ ନିର୍ଦ୍ଧାରଣ କଲା ।

ମହାକୁମ୍ଭରୁ ଭାଇରାଲ ହୋଇଥିବା ଏ ସେହି ଆଇଆଇଟି ବାବା ଅଭୟ ସିଂ । ଜଣେ ୟୁଜର୍ସଙ୍କ ଲାଇଭରେ ଆସନ୍ତି ଆଉ କୁହନ୍ତି- ଏଥର ପାକିସ୍ତାନ ଜିତିବ, ଭାରତ ହାରିବ । ବିରାଟ କୋହଲିକୁ କହିଦିଅ ଯେତେବଳ ଲଗାଇଦେଉ ପଛେ ଜିତିବାର ଚାନ୍ସ ନାହିଁ । ଦେଖିବା ତୁମେ ବଡ଼ ନା ଭଗବାନ ବଡ଼ । ଆଉ ଦିନସାରା ପାକିସ୍ତାନ ଟିଭିରେ ବାବାଙ୍କ ଚର୍ଚ୍ଚା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କଲା ପାକିସ୍ତାନ । 49 ଓଭରରେ 241 ରନ୍ କରି ସମସ୍ତେ ଫଟାଫଟ ୱିକେଟ ହୁଅନ୍ତି । ଇଣ୍ଡିଆର ପାଳି ଆସେ କୋହଲିଙ୍କ ବିସ୍ଫୋରକ ଶତକ ହୁଏ ଆଉ ଭାରତ ଆରାମସେ 6 ୱିକେଟ ରଖି ବିଜୟୀ ହୁଏ।ତାଳି ମାରିବା ପୂର୍ବରୁ ବାବାଙ୍କ ଖୋଜା ପଡ଼େ ।

ଯେଉଁ ୟୁଜର୍ସ ଜଣଙ୍କ ଲାଇଭରେ ବାବା ଭବିଷ୍ୟ ଗଣନା କରିଥିଲେ । ଶେଷରେ ସେହି ପୁଣି ଥରେ ବାବାଙ୍କୁ ଲାଇଭରେ ଆଣିଲେ । ଆଉ ପଚାରିଲେ ବାବା ଆପଣ ଯାହା କହୁଥିଲେ, ତାହାର ବିପରୀତ ଘଟିଲା । ପାକିସ୍ତାନ ହାରିଲା । ଏବେ ଲୋକେ ଆପଣଙ୍କୁ ମିମ୍ କରି ଭାଇରାଲ କରୁଛନ୍ତି । ଆଉ ଏଥର ମଧ୍ୟ ଉତ୍ତର ଦେଇଥିଲେ ଭାଇରାଲ ବାବା । ଆଉ କହିଥିଲେ କାହାର ଭବିଷ୍ୟବାଣୀ ଉପରେ ବିଶ୍ୱାସ କରନି । ବଂର ଦିମାଗ ଲଗାଅ ଆଉ ଭାଗ୍ୟ ବଦଳାଅ । ତେଣୁ ବାବା-ଭାଗ୍ୟ-ଭବିଷ୍ୟବାଣୀରେ ବିଶ୍ୱାସ କରୁଥିବା ଲୋକେ । ଏବେ ବୋଧେ ନିଶ୍ଚିତ ବାବାଙ୍କ ଠିକଣା ପାଇଯାଇଥିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defeated Pakistan: Where did IIT Baba go? | Argus News