Videos
|
National

Defence Push / ସ୍ଵଦେଶୀ ଅସ୍ତ୍ରଶସ୍ତ୍ରରେ ଶକ୍ତିଶାଳୀ ହେବ ସେନା; ₹୧.୧୦ ଲକ୍ଷ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ

Sushanta Sahoo
Browse all articles by Sushanta Sahoo
·42 mins ago·2 min read
ସ୍ଵଦେଶୀ ଅସ୍ତ୍ରଶସ୍ତ୍ରରେ ଶକ୍ତିଶାଳୀ ହେବ ସେନା; ₹୧.୧୦ ଲକ୍ଷ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ
Army, Navy & Air Force to Get New Systems

Key Points

  • ₹୧.୧୦ ଲକ୍ଷ କୋଟିର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ
  • ତିନି ସେନା ପାଇଁ ନୂଆ ଅସ୍ତ୍ର ଓ ସିଷ୍ଟମ୍ କିଣିବାକୁ ଅନୁମୋଦନ
  • ସ୍ଥଳସେନା ପାଇଁ ହେଲିକପ୍ଟର, ମାଇନ୍ ଲେୟର୍ ଓ ବିଶେଷ ଯାନ
  • ପ୍ରାୟ ୯୮% କ୍ରୟ ଭାରତୀୟ ଶିଳ୍ପରୁ କରିବାକୁ ଯୋଜନା
ନୂଆଦିଲ୍ଲୀ: ଭାରତୀୟ ସେନାର କ୍ଷମତା ବଢ଼ାଇବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ପ୍ରାୟ ₹୧.୧୦ ଲକ୍ଷ କୋଟି ମୂଲ୍ୟର ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଓ ସିଷ୍ଟମ୍ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ସୋମବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ DAC ବୈଠକ ବସିଥିଲା ।

ଏହି ମଞ୍ଜୁରୀରେ ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନା- ତିନୋଟି ଯାକ ସେନା ପାଇଁ ଅନେକ ନୂଆ ଉପକରଣ ସାମିଲ ରହିଛି । ପ୍ରସ୍ତାବଗୁଡ଼ିକୁ ଆବଶ୍ୟକତା ଅନୁସାରେ (AoN) ମଞ୍ଜୁରୀ ମିଳିଛି, ଯାହା ପ୍ରତିରକ୍ଷା କ୍ରୟ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ ।

ସ୍ଥଳସେନା ପାଇଁ ଏହି ସାମଗ୍ରୀ

ଭାରତୀୟ ସ୍ଥଳସେନା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରଣାଳୀ ମଞ୍ଜୁର କରାଯାଇଛି । ଯେଉଁଥିରେ ରହିଛି କେମିକାଲ୍ ବାୟୋଲୋଜିକାଲ ରେଡିଓଲଜିକାଲ୍ ଆଣ୍ଡ ନ୍ୟୁକ୍ଲିୟର (CBRN) ବାହନ । ଏହି ଗାଡ଼ି ରାସାୟନିକ, ଜୈବିକ ଓ ରେଡିଓଲଜିକାଲ୍ ଓ ପରମାଣୁ ଏଜେଣ୍ଟ ଦ୍ଵାରା ପ୍ରଦୂଷିତ କ୍ଷେତ୍ର ଚିହ୍ନଟ ସହ ନଜର ରଖିବାରେ ସକ୍ଷମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଲଦାଖ ଠାରେ ପ୍ରତିଷ୍ଠା ହେବ ଜାମୁ-କାଶ୍ମୀର ହାଇକୋର୍ଟ ବେଞ୍ଚ; କେବେ ଆରମ୍ଭ ହେବ ଶୁଣାଣି 

ଏହି ଉଚ୍ଚଗତି ଶୀଳ High Mobility Vehiclesକୁ ମଞ୍ଜୁରୀ ମିଳିଛି । ଏହାଦ୍ଵାରା ଆହ୍ଵାନପୂର୍ଣ୍ଣ ଅଞ୍ଚଳରେ ପରିବହନ ସହଜ ସହ ଶୀଘ୍ର ପହଞ୍ଚି ହେବ । ସେଲ୍ଫ-ପ୍ରୋପେଲ୍ଡ ମେକାନିକାଲ୍ ମାଇନ ଲେୟର୍ସ (MML)କୁ ଅନୁମୋଦନ ମିଳିଛି । ସ୍ଥଳସେନା ଓ ବାୟୁସେନା ପାଇଁ ଅତ୍ୟାଧୁନିକ ହାଲୁକି ହେଲିକପ୍ଟର (ALH), Trawl Tanks ଏବଂ ସର୍ବତ୍ର ବ୍ରିଜ୍ ସିଷ୍ଟମ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ନୌସେନା ପାଇଁ ନୂଆ ରାଡାର ଓ ମେରିନ୍ ଗ୍ୟାସ୍ ଟର୍ବାଇନ୍

ଭାରତୀୟ ନୌସେନା ପାଇଁ ଅରୁନ୍ଧା ରାଡାର କିଣିବାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ରାଡାର ନୌସେନାର ବିଭିନ୍ନ ଏୟାର ଷ୍ଟେସନରେ ଥିବା ପୁରୁଣା Air Route Surveillance Radar ସ୍ଥାନରେ କାର୍ଯ୍ୟକ୍ଷମ ହେବ ।

ଏହାସହ Marine Gas Turbine (MGT)ର ଡିଜାଇନ୍, ବିକାଶ ଏବଂ କ୍ରୟ ପାଇଁ ମଧ୍ୟ ଅନୁମୋଦନ ମିଳିଛି । ଏହାର ସ୍ଵଦେଶୀ ବିକାଶ ଆଗକୁ ନିର୍ଭରତା କମାଇବ । ସମୁଦ୍ରରେ ଭାରତର ଆତ୍ମନିର୍ଭରତା ବୃଦ୍ଧି ଦିଗରେ ଏହା ବଡ଼ ପଦକ୍ଷେପ । ଯୁଦ୍ଧପୋତର ଗତି ଓ ବିଶ୍ଵସନୀୟତାରେ ସୁଧାର ଦ୍ଵାରା ଭାରତ ମହାସାଗର ଅଞ୍ଚଳରେ ରଣନୈତିକ ସ୍ଥିତି ମଜଭୁତ୍ ହେବ ।

ବାୟୁସେନାର ବଢ଼ିବା କ୍ଷମତା

ଭାରତୀୟ ବାୟୁସେନାର ଫାଇଟର୍, ଟ୍ରାନ୍ସପୋର୍ଟ ଏବଂ ହେଲିକପ୍ଟରର ଯୁଦ୍ଧ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଛଡ଼ା Ground-Based Multi-Purpose Jammer (GBMPJ)କୁ ଅନୁମୋଦନ ମିଳିଛି । ଯାହା ଶତ୍ରୁର ରାଡାର ବିରୋଧରେ ପ୍ରଭାବୀ ଜେମିଂ କ୍ଷମତା ପ୍ରଦାନ କରିବ ।

Defence Forces Secure Access Card (DEFSAC) System କିଣିବା ଓ ଲାଗୁ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏହାଦ୍ଵାରା ପରିଚୟ ପତ୍ର, ପାସ ଓ ପରମିଟ୍ ସ୍ଥାନରେ ଇଣ୍ଟରଅପରବେଲ ରେଡିଓ ଫ୍ରିକ୍ଵେନ୍ସି ଆଇଡେଣ୍ଟିଫିକେସନ୍ ଆଧାରିତ ସ୍ମାର୍ଟ କାର୍ଡ ସିଷ୍ଟମ ଆସିବ । ଯାହା ସୁରକ୍ଷା ବ୍ୟବସ୍ଥାକୁ ଆଧୁନିକ କରିବା ସହ ସୁରକ୍ଷିତ କରିବ ।

ଏଥିସହ ପଢ଼ନ୍ତୁ: ଜାତିସଂଘକୁ ଚେତାବନୀ ଦେଲା ଭାରତ; ମାନଚିତ୍ରକୁ ନେଇ ସତର୍କ ରୁହ 

ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଗୁରୁତ୍ୱ

ସରକାରଙ୍କ ଏହି ନିଷ୍ପତ୍ତିରେ ତିନି ସେନାର ଆଧୁନିକୀକରଣ ସହ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରିପୋର୍ଟ ଅନୁସାରେ, ମୋଟ ଅନୁମୋଦିତ କ୍ରୟର ପ୍ରାୟ ୯୮ ପ୍ରତିଶତ ଭାରତୀୟ ଶିଳ୍ପରୁ କ୍ରୟ କରିବାକୁ ଯୋଜନା ରହିଛି ।