Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪୦ ମିନିଟ୍ ଆଲୋଚନା କଲେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
୪୦ ମିନିଟ୍ ଆଲୋଚନା କଲେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷାମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଥିଲା ବୈଠକ । ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ୪୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । କାଉଣ୍ଟର ଆଟାକ୍ ପାଇଁ ବଡ଼ ଧରଣର ଆଲୋଚନା ହୋଇଛି । ଗତକାଲି CDS ଜେନେରାଲ୍ ଅନୀଲ ଚୌଧୁରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଅପରାହ୍ନରେ ବସିବ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ । ପହଲଗାମ୍ ଆତଙ୍କୀ ହମଲାକୁ ନେଇ ହେବ ଆଲୋଚନା ।


ସେପଟେ ଏଲଓସିରେ ଆସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି ପାକିସ୍ତାନ । ଏବେ ସୁଦ୍ଧା ଚତୁର୍ଥ ଥର ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପହଲଗାମ୍ ଆଟାକ୍ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ହୋଇଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ଦୃଢ଼ ନିନ୍ଦା କରି ବିଧାନସଭାରେ ଶୋକ । ସ୍ବତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଯାଇଛି । ଗୃହରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ କହିଛନ୍ତି, ପହଲଗାମ ଆତଙ୍କୀ ଆକ୍ରମଣରେ ନିର୍ଦ୍ଦୋଷମାନେ ପ୍ରାଣ ହରାଇବା ଭଳି ଘୃଣ୍ୟ, କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ସ୍ପଷ୍ଟ ଭାବେ ନିନ୍ଦା କରୁଛି ।


ଏହି ଗୃହ ପୀଡିତ ଏବଂ ସେମାନଙ୍କ ପରିବାର ସହିତ ସମ୍ପୂର୍ଣ୍ଣ ଏକତାରେ ଠିଆ ହୋଇଛି । ଗୃହରେ ସହିଦ ସୟଦ୍ ଆଦିଲ ହୁସେନ୍ ଶାହଙ୍କ ସର୍ବୋଚ୍ଚ ବଳିଦାନକୁ ସାଲ୍ୟୁଟ୍ କରୁଛି, ଯିଏ ପର୍ଯ୍ୟଟକଙ୍କୁ ରକ୍ଷା କରିବାକୁ ସାହସିକତାର ସହ ଚେଷ୍ଟା କରି ନିଜ ଜୀବନ ଦେଇଥିଲେ ।

Sponsored
defence-minister-rajnath-singh-is-meeting-with-prime-minister-narendra-modi | Argus News